ଦୀପାବଳି ସପ୍ତାହ ସେୟାର ମାର୍କେଟ ଇନଭେଷ୍ଟରଙ୍କ ପାଇଁ ଆଣୁଛି ଉପହାରର ପେଡି

ନୂଆଦିଲ୍ଲୀ: ଦୀପାବଳି ସପ୍ତାହ ସେୟାର ମାର୍କେଟ ଇନଭେଷ୍ଟରଙ୍କ ପାଇଁ ଆଣୁଛି ଉପହାରର ପେଡି । ଏହି ସପ୍ତାହରେ କୌଣସି ନୂଆ ଆଇପିଓ ଆସିବାର ନାହିଁ ଓ ୮ କମ୍ପାନୀ ମାର୍କେଟରେ ଡେବ୍ୟୁ କରିବାକୁ ଯାଉଛନ୍ତି । ୱାରୀ ଏନର୍ଜିଜ, ଦିପକ ବିଲ୍ଡର୍ସ ଓ ଗୋଦାବରୀ ବାୟୋରିଫାଇନାରିଜ ଆଦି କମ୍ପାନୀ ରହିଛି ଏହି ଶ୍ରେଣୀରେ । ସେହିପରି ଆଇପିଓ ବଜାର ଆହୁରି ଭଲ ପ୍ରଦର୍ଶନ କରିବାକୁ ଯାଉଛି । ସେବିର ମଞ୍ଜୁରୀ ପରେ ୨୬ କମ୍ପାନୀ ୭୨ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ଆଇପିଓ ଆଣିବାରେ ଲାଗିପଡିଛନ୍ତି । ସେପଟେ ୫୫ କମ୍ପାନୀ ୮୯ ହଜାର କୋଟି ଟଙ୍କା ସଂଗ୍ରହ କରିବାକୁ ସେବି ମଞ୍ଜୁରୀ ଅପେକ୍ଷାରେ । ଚଳିତ ଆର୍ଥିକ ବର୍ଷରେ ଏଯାଏଁ କମ୍ପାନୀଗୁଡିକ ଆଇପିଓ ଜରିଆରେ ଫଣ୍ଡ ସଂଗ୍ରହକୁ ଏକ ଲକ୍ଷ କୋଟି ଲକ୍ଷ୍ୟର ନିକଟତର ହେବାକୁ ଯାଉଛି । ମାର୍ଚ୍ଚ ୨୦୨୫ ବେଳକୁ ଡାଟା ରେକର୍ଡ ଲେବୁଲ ଯାଏ ପହଞ୍ଚିପାରେ । ଆସନ୍ତୁ ଜାଣିବା କେଉଁ କେଉଁ ସମ୍ଭାବନା ନେଇ ଆସୁଛି ଇନଭେଷ୍ଟରଙ୍କ ପାଇଁ ।

ୱାରୀ ଏନର୍ଜିଜର ଆଇପିଓକୁ ନିବେଶକଙ୍କଠାରୁ ଭଲ ପ୍ରତିକ୍ରିୟା ମିଳୁଛି । ଆଇପିଓ ବନ୍ଦ ହେବା ବେଳକୁ କମ୍ପାନୀକୁ ୭୬ ଗୁଣା ସବସ୍କ୍ରିପ୍ସନ ମିଳି ସାରିଛି ।୯୭ ଲକ୍ଷ ଆବେଦନପତ୍ର ସଂଗ୍ରହ କରି, କମ୍ପାନୀ ବାଜାଜ ହାଉସିଂଗ ଫାଇନାନ୍ସର ଗତ ରେକର୍ଡକୁ ପଛରେ ପକାଇ ନୂଆ ଆଇପିଓ ରେକର୍ଡ କରିଛି । ନନ ଲିଷ୍ଟେଡ ବଜାରରେ କମ୍ପାନୀର ସେୟାର ଇସୁ ପ୍ରାଇସର ପ୍ରାୟ ୧୦୦ ପ୍ରତିଶତ ଜିଏମପି କାରବାର କରିଛି, ଯାହା ୨୮ ଅକ୍ଟୋବର ଆରମ୍ଭରେ ମଲ୍ଟିବେଗର ଲାଭର ସଙ୍କେତ ଦେଉଛି ।

ଦୀପକ ବିଲ୍ଡର୍ସ ଗ୍ରେ ମାର୍କେଟରେ ୩୨ ଟଙ୍କାର ଜିଏମପି ଉପରେ କବଜା କରିଛି, ଯାହା ଇସ୍ୟୁ ପ୍ରାଇସର ୧୬ ପ୍ରତିଶତର ପ୍ରିମିୟମର ସଂକେତ ଦେଉଛି । କମ୍ପାନୀ ଆଇପିଓକୁ ନିବେଶକଙ୍କ ରେସ୍ପନ୍ସ ବେଶ ସନ୍ତୋଷଜନକ ରହିଛି । ମୋଟ ସବସ୍କ୍ରିପ୍ସନ ପ୍ରାୟ ୪୧.୫ ଗୁଣ ହୋଇଛି । ଗତ ସପ୍ତାହରେ ଦାଖଲ ଡ୍ରାପ୍ଟ ଅନୁଯାୟୀ, ଆଇପିଓ ଫଣ୍ଡର ଉପେଯାଗ କମ୍ପାନୀର ୱାର୍କିଂ କାପିଟାଲର ଆବଶ୍ୟକତା ପାଇଁ ୯୫ କୋଟି ଟଙ୍କା ଓ ଋଣ ପଇଠ ପାଇଁ ୩୦ କୋଟି ଟଙ୍କା ରଖାଯିବ । ଏହା ବ୍ୟତୀତ ଏକ ଅଂଶର ବ୍ୟବହାର ସାମାନ୍ୟ କପଜେ୍ଞାରେଟ ଉଦ୍ଦେଶ୍ୟ ପାଇଁ ଉଦ୍ଦିଷ୍ଟ ରହିବ ।