fbpx
BJD SKY
BJD SKY

ଚଷମା ପିନ୍ଧିଲେ ପାଇବେ ଚିଲ ଆଖି ପରି ଦେଖିବା କ୍ଷମତା: ବୈଜ୍ଞାନିକ କଲେ ଉଦ୍ଭାବନ

BJD

ନୂଆଦିଲ୍ଲୀ: ସମୟ ବଦଳିବା ସହିତ ମଣିଷର ଚାଲିଚଳନ ଏବଂ ଲାଇଫଷ୍ଟାଇଲ୍ ରେ ବି ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ତେବେ ଏସବୁର ପ୍ରଭାବ ମଣିଷର ଶରୀର ଉପରେ ବି ପଡ଼ୁଥିବା ଦେଖିବାକୁ ମିଳୁଛି । ଯେମିତିକି ଅଧିକ ସମୟ ଟିଭି ଦେଖିବା, ଅନଲାଇନ୍ ପାଠ ପଢ଼ିବା ପାଇଁ ଘଣ୍ଟା ଘଣ୍ଟା ମୋବାଇଲ୍ କୁ ଦେଖିବା ଦ୍ୱାରା ଆଖି ଉପରେ ଖୁବ୍ ଖରାପ ପ୍ରଭାବ ପଡ଼ୁଛି । ଆଉ ଏହା ଆଖିରେ ମାୟୋପିଆ(Myopia) ର ଆଶଙ୍କା ବଢ଼ାଇଥାଏ । ଏହା ହେଉଛି ଏପରି ଚକ୍ଷୁଜନିତ ସମସ୍ୟା ଯାହା ହେବା ଦ୍ୱାରା ଦୂର ଜିନିଷ ସହଜରେ ଦେଖାଯାଏ ନାହିଁ । କିନ୍ତୁ ବୈଜ୍ଞାନିକ ମାନେ ଏହା ଉପରେ ଅନୁସନ୍ଧାନ କରି ଏପରି ଏକ ଚଷମା ତିଆରି କରିଛନ୍ତି ଯାହାକୁ ପିନ୍ଧିଲେ ଆପଣ ମାନେ ଚିଲ ପରି ଦୃଷ୍ଟିଶକ୍ତି ପାଇପାରିବେ । ଅର୍ଥାତ୍ ଆପଣଙ୍କ ଆଖିରେ ଥିବା ମାଇୟୋପିଆ ସମସ୍ୟା ଦୂର ହୋଇଯାଏ ।

ମାୟୋପିଆରୁ ରକ୍ଷା ପାଇବା ବୈଜ୍ଞାନିକ ମାନେ ତିଆରି କରିଥିବା ଏହି ଚଷମାକୁ ଅନେକ ଅନୁସନ୍ଧାନ ପରେ ତିଆରି କରାଯାଇଛି । ଏହାକୁ ତିଆରି କରିବାକୁ ଗ୍ଲାସରେ ଏପରି ଏକ ଲେନ୍ସର ବ୍ୟବହାର କରାଯାଇଛି, ଯାହା ଦ୍ୱାରା ମାୟୋପିଆର ଆଶଙ୍କା ହ୍ରାସ ପାଇବ କିମ୍ବା ସମ୍ପୂର୍ଣ୍ଣ ଭାବରେ ଚାଲିଯିବ । ଏଥିପାଇଁ ଏକ ସ୍ୱତନ୍ତ୍ର ପ୍ରକାରର କନ୍ସନଟ୍ରିକ୍ ରିଙ୍ଗର ବ୍ୟବହାର କରାଯାଇଛି । ଯାହା ଦ୍ୱାରା ଲାଇଟ୍ ଆଖିର ରେଟିନା ଉପରେ ଫୋକସ୍ କରିବ । ଫଳରେ ଫ୍ରଣ୍ଟଭିଉ ସ୍ୱଚ୍ଛ ଭାବରେ ନଜର ଆସିବ ।

ଚୀନରେ ହୋଇଥିବା ଏକ ଅନୁସନ୍ଧାନରେ ୧୬୭ ପିଲାଙ୍କୁ ଏହି ଗ୍ଲାସ୍ ପିନ୍ଧିବାକୁ ଦିଆଯାଇଥିଲା । ସେମାନଙ୍କୁ ଦୁଇବର୍ଷ ପାଇଁ ଏହା ଦିଆଯାଇଥିଲା ଓ ଦିନରେ ୧୨ ଘଣ୍ଟା ପିନ୍ଧିବାକୁ କୁହାଯାଇଥିଲା । ଆଉ ୨ ବର୍ଷ ପରେ ବୈଜ୍ଞାନିକ ମାନେ ଦେଖିବାକୁ ପାଇଥିଲେ ଯେ, ୭୦ ପ୍ରତିଶତ ପିଲାଙ୍କ ଆଖିରେ ମାୟୋପିଆର ଆଶଙ୍କା ହ୍ରାସ ପାଇଛି । ତେବେ ଏହି ଗ୍ଲାସ ଦେଖିବାକୁ ଏକଦମ୍ ସାଧାରଣ ଗ୍ଲାସ୍ ପରି । କିନ୍ତୁ ଏହାକୁ ଏକ ସ୍ୱତନ୍ତ୍ର ପ୍ରଯୁକ୍ତିବିଦ୍ୟାର ସହାୟତାରେ ତିଆରି କରାଯାଇଛି । ଯାହାକୁ ହଲ୍ଟ ଟେକନିକ୍ ବୋଲି କୁହାଯାଏ । ତେବେ ଆପଣ ମାନେ ଜାଣିଥାନ୍ତୁ ଯେ, ଏହି ମାୟୋପିଆ ସମସ୍ୟା ଅଧିକାଂଶ ପିଲାମାନଙ୍କ ଠାରେ ଦେଖାଯାଇଥାଏ ।

Get real time updates directly on you device, subscribe now.