fbpx

କୋଟିପତି ପିଏସଓ ବିରଞ୍ଚି ସାହୁଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା କୋଟିପତି ପିଏସଓ ବିରଞ୍ଚି ସାହୁଙ୍କୁ ମିଳିଛି ଜାମିନ । ଓଏସସସି ସଦସ୍ୟଙ୍କ ପିଏ ରହିଥିବା ବିରଞ୍ଚିଙ୍କୁ ମଙ୍ଗଳବାର ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର ହାଇକୋର୍ଟ । ତଦନ୍ତରେ ସହଯୋଗ କରିବା ସର୍ତ୍ତରେ କୋର୍ଟ ବିରଞ୍ଚିଙ୍କୁ ଜାମିନ ପ୍ରଦାନ କରିଥିବା ଜଣାପଡିଛି । ଏହା ସହିତ ପ୍ରମାଣ ନଷ୍ଟ ଉଦ୍ୟମ ନ କରିବା ପାଇଁ କୋର୍ଟଙ୍କ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଛି । ଏହି ସର୍ତ୍ତର ଅବମାନନା ହେଲେ ଜାମିନ ବାତିଲ କରାଯିବ ବୋଲି କୋର୍ଟ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ବିରଞ୍ଚି ସାହୁ ।

ଓଏସଏସସିର କିରାଣୀ ଭାବରେ କାର୍ଯ୍ୟ କରୁଥିବା ବିରଞ୍ଚିଙ୍କ ଘରେ ୩୧ ତାରିଖ ଦିନ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା । ଭିଜିଲାନ୍ସ ଚଢାଉରେ ପ୍ରାୟ ୪ କୋଟି ଟଙ୍କାର ସମ୍ପତ୍ତି ସହିତ ନଗଦ ୧୨ ଲକ୍ଷ ଟଙ୍କା ଜବତ କରିଥିଲା । ଏହା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ତାଙ୍କର ୧୪ଟି ପ୍ଲଟ ମଧ୍ୟ ଠାବ କରାଯାଇଛି । ଭିଜିଲାନ୍ସ ପକ୍ଷରୁ କୋଟିପତି ପିଏସଙ୍କୁ ଗିରଫ କରାଯାଇଥିବା ବେଳେ ସୋମବାର ତାଙ୍କୁ ବାଧ୍ୟତାମୂଳକ ଅବସର ପ୍ରଦାନ କରାଯାଇଥିଲା ।

Get real time updates directly on you device, subscribe now.