fbpx
BSKY
BJD MS SKY
BJD YOUTH SKY

ନରେନ୍ଦ୍ର ଗିରି ମହାରାଜ ମୃତ୍ୟୁ ମାମଲା; ମୁଖ୍ୟ ଅଭିଯୁକ୍ତ ଆନନ୍ଦ ଗିରି ଗିରଫ

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଆଖଡା ପରିଷଦର ମହନ୍ତ ନରେନ୍ଦ୍ର ଗିରି ମହାରାଜ ମୃତ୍ୟୁ ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଆନନ୍ଦ ଗିରିଙ୍କୁ ଗିରଫ କରିଛି । ମହନ୍ତ ନରେନ୍ଦ୍ର ଗିରି ଫାଶୀ ଲଗାଇ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ ନୋଟରେ ନିଜର ପୂର୍ବତନ ଶିଷ୍ୟ ଆନନ୍ଦ ଗିରିଙ୍କ ବିରୋଧରେ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ । ପ୍ରୟାଗରାଜ ସ୍ଥିତ ବାଘାମ୍ବରୀ ମଠରେ ନରେନ୍ଦ୍ର ଗିରି ଆତ୍ମହତ୍ୟା କରିଥିଲେ । ମହନ୍ତଙ୍କ ମୃତ୍ୟୁ ପରେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି । ଏହା ସହିତ ଆବଶ୍ୟକ ପଡିଲେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବ ବୋଲି କହିଛନ୍ତି ଯୋଗୀ ଆଦିତ୍ୟନାଥ ।
ହାତଲେଖା ସୁଇସାଇଡ ନୋଟରେ ଆନନ୍ଦ ଗିରିଙ୍କ ନାମ ରହିଥିବା ବେଳେ ମଙ୍ଗଳବାର ଦିନ ପୋଲିସ ତାଙ୍କୁ ଗିରଫ କରିଛି । ତେବେ ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲିଚ ଆନନ୍ଦ ଗିରି କହିଛନ୍ତି । ନରେନ୍ଦ୍ର ଗିରିଙ୍କୁ ପଇସା ପାଇଁ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଛି ବୋଲି ଆନନ୍ଦ କହିଛନ୍ତି । ଅଷ୍ଟ୍ରେଲିଆରେ ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ଆନନ୍ଦଙ୍କୁ ଗତ ବର୍ଷ ଆଶ୍ରମରୁ କାଢି ଦେଇଥିଲେ ମହନ୍ତ । ଏହାପରେ ଆନନ୍ଦ ତାଙ୍କୁ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ ଆସିଥିଲା ।

Get real time updates directly on you device, subscribe now.