fbpx

ବିମାନ ଭିତରେ ଫୁଟବଲର୍ ରଖିଲେ ଯୌନ ସମ୍ବନ୍ଧ, ଏୟାର୍ ହୋଷ୍ଟେସ୍ କଲେ ଖୁଲାସା

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରିବା ସମୟରେ ଲୋକ ମାନେ ଆରାମ ଖୋଜିଥାନ୍ତି । ବ୍ରିଟେନ୍ ର ଜଣେ ଏୟାର୍ ହୋଷ୍ଟେସ୍ ଏକ ଖବରର ଖୁଲାସା କରିବାକୁ ଯାଇ କହିଛନ୍ତି ଯେ, ବ୍ରିଟେନ୍ ର ଜଣେ ଜଣାଶୁଣା ଫୁଟବଲର୍ ବିମାନରେ ଯାତ୍ରା କରିବା ବେଳେ ଯୌନ ସମ୍ବନ୍ଧ ରଖୁଥିବା ଧରାପଡ଼ିଥିଲେ । ଫୁଟବଲର୍ ର ଜଣକ ଯେତେବେଳେ ଏକ ଜେଟ୍ ରେ ନ୍ୟୁୟର୍କ ଦେଇ ଲଣ୍ଡନ ଯାତ୍ରା କରୁଥିଲେ ସେହି ସମୟରେ ସେ ଏପରି କରିଥିଲେ । ସେ ସମୟରେ ଏୟାର୍ ହୋଷ୍ଟେସ୍ ଜଣକ ଉକ୍ତ ଜେଟ୍ କାମ କରୁଥିଲେ ।

ସୂଚନା ଅନୁସାରେ, ଏୟାର୍ ହୋଷ୍ଟେସ୍ ଙ୍କ ନାମ ହେଉଛି ଲୋରୀ । ତେବେ ଲୋରୀ ଫୁଟବଲର୍ ଙ୍କ ସମ୍ପର୍କରେ କହିବା ସହିତ ସେ କିପରି ତାଙ୍କୁ ଭେଟିଥିଲେ ସେ ବିଷୟରେ ବି କହିଥିଲେ । ସେ କହିଥିଲେ ଯେ, ଏହା ମୋ ପାଇଁ ଟିକେ ଅଲଗା ଅନୁଭବ ଥିଲା କିନ୍ତୁ ଏକଥା ସତ । ତେବେ ଲୋରୀ ଉକ୍ତ ଫୁଟବଲର୍ ଙ୍କ ନାମ କହିନାହାନ୍ତି କି କୌଣସି ରିପୋର୍ଟରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇନାହିଁ ।

ଦ ସନ୍ ର ରିପୋର୍ଟ ଅନୁସାରେ, ଏୟାର ହୋଷ୍ଟେସ୍ କହିଛନ୍ତି ଯେ, ଯେତେବେଳେ ଫୁଟବଲରଙ୍କ କ୍ୟାବିନ୍ ରେ ପହଞ୍ଚିଥିଲେ ସେତେବେଳେ ତାଙ୍କୁ ରୋକି ଦିଆଯାଇଥିଲା । ଆଉ ସେ ସମୟରେ ରୋମାନ୍ସରେ ବ୍ୟସ୍ତ ଥିଲେ । ତେବେ ଲୋରୀ ଅନେକ ବର୍ଷ ପର୍ଯ୍ୟନ୍ତ ସେହି ଜେଟ୍ ରେ କାମ କରୁଥିଲେ ।

ତେବେ ଫୁଟବଲର୍ ନିଜ ପତ୍ନୀଙ୍କ ସହିତ ବିମାନରେ ଥିଲେ ଓ ଲଣ୍ଡନକୁ ଯାଉଥିଲେ । ସେ ଲୋରୀଙ୍କୁ ଫୁଡ୍ ମେନୁ ମାଗିଥିଲେ । ଆଉ ବିମାନ ସେତେବେଳେ ଉଡ଼ୁଥିଲା । କିନ୍ତୁ ଲୋରୀ ଉକ୍ତ ଫୁଟବଲର୍ ଙ୍କ ନାମ କହିବାକୁ ମନା କରିଦେଇଥିଲେ । କାରଣ ନିୟମ ହିସାବରେ ଏହା ଠିକ୍ ନୁହେଁ ।

 

Get real time updates directly on you device, subscribe now.