fbpx

NLEM-2022: ଶସ୍ତା ହୋଇଯିବ ଏହି ଔଷଧ! ସବୁଠୁ ଦରକାରୀ ମେଡିସିନ ତାଲିକାରେ ଏଣ୍ଟ୍ରି

ନୂଆଦିଲ୍ଲୀ: ଜରୁରୀ ଆଣ୍ଟିବାୟୋଟିକ ଔଷଧଗୁଡିକର ମୂଲ୍ୟକୁ ନେଇ ବଡ ଘୋଷଣା କରିଛନ୍ତି ସରକାର । ଖୁବଶୀଘ୍ର ଜାରୀ ହେବାକୁ ଯାଉଛି ଆବଶ୍ୟକୀୟ ଔଷଧ ଗୁଡିକର ନୂଆ ଲିଷ୍ଟ । ପେନ କିଲର, ଆଣ୍ଟିବାୟୋଟିକ୍ସ ଔଷଧ ସମେତ ନିକୋଟିନ ରିପ୍ଲେସମେଣ୍ଟ ଥେରାପୀ ପ୍ରଡକ୍ଟର ମୂଲ୍ୟ ଏବେ କମ୍ ହେବା ନେଇ ଅନୁମାନ କରାଯାଉଛି । ଅତ୍ୟାବଶ୍ୟକ ଔଷଧ ତାଲିକାରେ ନୂଆ ୩୪ଟି ମେଡିସିନକୁ ସାମିଲ କରାଯାଇଥିବା ସୂଚନା ଦେଇଛନ୍ତି ସରକାର । ତେବେ ଏହି ଲିଷ୍ଟରେ ସାମିଲ ହୋଇଥିବା ଔଷଧଗୁଡିକର ମୂଲ୍ୟରେ ପରିବର୍ତ୍ତନ ହୋଇପାରେ ।

ଆବଶ୍ୟକ ଔଷଧଗୁଡିକର ରାଷ୍ଟ୍ରୀୟ ସୂଚୀ(National List of Essential Medicine-NLEM)ରେ ମୋଟ ୩୮୪ଟି ଔଷଧ ରହିଛି । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ସୂଚନା ପ୍ରଦାନ କରିଛନ୍ତି । ସମଗ୍ର ଦେଶର ପ୍ରାୟ ୩୫୦ ବିଶେଷଜ୍ଞ ଏହି ଏନଏଲଇଏମ-୨୦୨୨ପ୍ରସ୍ତୁତ କରିଛନ୍ତି । ଏଥିପାଇଁ ପ୍ରାୟ ୧୪୦ରୁ ଅଧିକ କନସଲଟେସନ ପ୍ରସ୍ତୁତ ହୋଇଛି । ତେବେ ଏହା ଏକ ଲମ୍ବା ପ୍ରକ୍ରିୟା ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ । ଆବଶ୍ୟକୀୟ ମେଡିସିନର ନେସନାଲ ଲିଷ୍ଟରେ ସାମିଲ ହୋଇଥିବା ଔଷଧ ଏବଂ ସାମଗ୍ରୀଗୁଡିକର ମୂଲ୍ୟ ନେସନାଲ ଫାର୍ମାସିଟୁକାଲ ଅଥରିଟି ଦ୍ୱାରା ନିର୍ଣ୍ଣୟ କରାଯିବ ।

ତେବେ ଏହି ଔଷଧଗୁଡିକର ତାଲିକାରେ ମହାମାରୀ କରୋନାର ଟୀକା ଏବଂ ଔଷଧର ନାମ ସାମିଲ ନାହିଁ । ତେବେ ଆଣ୍ଟି-ଇନଫେକ୍ଟିଭ, ଡାଇବେଟିସର ଔଷଧ, ଏଚଆଇଭି, ଟିବି, ଗର୍ଭ ନିରୋଧକ ଏବଂ ହର୍ମୋନାଲ ଔଷଧ ଇତ୍ୟାଦି NLEM-2022ର ଅନ୍ତର୍ଭୁକ୍ତ ହୋଇଛି ।

Get real time updates directly on you device, subscribe now.