fbpx

କ୍ୟାନ୍ସରକୁ ଜନ୍ମ ଦେଉଛି ଏହି ମେଡିସିନ୍! ‘ଆବଶ୍ୟକ’ ତାଲିକାରୁ ୨୬ଟି ଔଷଧକୁ ହଟାଇଲେ ସରକାର, ଦେଖନ୍ତୁ ଲିଷ୍ଟ୍

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ଦେଶରେ ଅନେକ ପ୍ରକାରର ମେଡିସିନର ବିକ୍ରି ଓ ବ୍ୟବହାର ଯଥେଷ୍ଟ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ସେଥିରୁ ଅନେକ ମେଡିସିନ୍ ଏପରି ରହିଛି, ଯାହାକୁ ଲୋକମାନେ ବିନା ଡାକ୍ତରଙ୍କ ପରାମର୍ଶରେ ଗ୍ରହଣ କରୁଛନ୍ତି । ଏହି ମେଡିସିନ୍ କ୍ୟାନ୍ସର ଭଳି ମାରାତ୍ମକ ରୋଗକୁ ଜନ୍ମ ଦେଇପାରେ ।

ଏହି ବିପଦକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର କ୍ୟାନ୍ସର ହେବାର ଚିନ୍ତାକୁ ନେଇ ଲୋକପ୍ରିୟ ଆଣ୍ଟାସିଡ୍ ଲୁଣ ସଲ୍ଟ ରାନିଟିଡାଇନ୍ କୁ ଅତ୍ୟାବଶ୍ୟକ ଔଷଧ ତାଲିକାରୁ ହଟାଇ ଦେଇଛନ୍ତି । ରାନିଟିଡାଇନ୍ ବ୍ରାଣ୍ଡ ନାମରେ ଏସିଲୋକ, ଜିନେଟାକ୍, ଏବଂ ରାଣ୍ଟାକ୍ ବିକ୍ରି ହୁଏ ଏବଂ ପେଟ ଯନ୍ତ୍ରଣା ସହିତ ଜଡିତ ସମ୍ବନ୍ଧିତ ସମସ୍ୟା ପାଇଁ ଏହାର ବ୍ୟବହାର କରାଯାଲ । କେନ୍ଦ୍ର ସରକାର ଏହି ତାଲିକାରୁ ମୋଟ ୨୬ ଟି ଔଷଧକୁ ହଟାଇ ଦେଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ଦିନ ନୂତନ ଜାତୀୟ ତାଲିକା (ଏନଏଲଇଏମ) ଜାରି କରିଛି, ଯେଉଁଥିରେ ୩୮୪ ମେଡିସିନ୍ ସାମିଲ ରହିଛି । ଏହି ତାଲିକାରୁ ହଟାଇ ଦିଆଯାଇଥିବା ୨୬ ଟି ମେଡିସନର ଅସ୍ତିତ୍ୱ ଦେଶରେ ଶେଷ ହୋଇଯିବ । ଆସନ୍ତୁ ଦେଖିବା ଲିଷ୍ଟ…

1. Alteplace

2. atenolol

3. Bleaching Powder

4. Capreomycin

5. Cetrimide

6. Chlorpheniramine

7. Diloxanide Furoate

8. Dimercaprolo

9. Erythromycin

10. Ethinyl Estradiol

11. Ethinyl Estradiol (A) Norethisterone (B)

12. Ganciclovir

13. Kanamycin

14. Lamivudine (A) + Nevirapine (B) + Stavudine (C)

15. Leflunomide

16. Methyldopa

17. Nicotinamide

18. Pegylated Interferon Alpha 2A, Pegylated Interferon Alpha 2B

19. Pentamidine

20. Prilocaine (A) + Lignocaine (B)

21. Procarbazine

22. Ranitidine

23. Rifabutin

24. Stavudine (A) + Lamivudine (B)

25. Sucralfate

26. White Petrolatum

Get real time updates directly on you device, subscribe now.