ନୂଆଦିଲ୍ଲୀ: ସକାଳୁ ସକାଳୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଦୁଇଟି ସ୍କୁଲକୁ ମିଳିଲା ବୋମା ଧମକ। ଏଥିରେ ସ୍କୁଲ ଷ୍ଟାଫ୍ଙ୍କଠାରୁ ଆରମ୍ଭ କରି ଅଭିଭାବକମାନେ ଭୟଭୀତ ହୋଇଯାଇଛନ୍ତି।
ଏହି ଘଟଣା ଦିଲ୍ଲୀର। ଦିଲ୍ଲୀର ସ୍କୁଲଗୁଡ଼ିକୁ ପୁଣିଥରେ ଧମକ ମିଳିଛି। ଦିଲ୍ଲୀ ଦ୍ୱାରକାର ସେଣ୍ଟ ଥମାସ ଏବଂ ବସନ୍ତ ବେଲୀ ସ୍କୁଲକୁ ଏହି ବୋମା ଧମକ ମିଳିଛି। ବୋମା ଦ୍ୱାରା ଉଡାଇଦେବେ ବୋଲି ଏମାନେ ସ୍କୁଲକୁ ମେଲ୍ ଜରିଆରେ ପଠାଇଛନ୍ତି।
ଘଟଣାସ୍ଥଳରେ ଦିଲ୍ଲୀ ପୋଲିସ, ବମ୍ ସ୍କ୍ୱାଡ ଏବଂ ସାଇବର ଏକ୍ସପର୍ଟର ଟିମ ଘଟଣାସ୍ଥଳରେ ଅଛନ୍ତି। ଦୁଇଟି ସ୍କୁଲକୁ ଖାଲି କରାଯାଇଛି।