ଭଲ ଦିନ ଆସିବା ପୂର୍ବରୁ ଦେଖାଯାଇଥାଏ ଏହି ସଂକେତ, ଜାଣନ୍ତୁ ମହାନ୍ ସନ୍ଥଙ୍କ ଅନୁଯାୟୀ କ’ଣ ରହିଛି ସେହିସବୁ ସଂକେତ

ଓଡ଼ିଶା ଭାସ୍କର:ବିଂଶ ଶତାବ୍ଦୀର ମହାନ୍ ସନ୍ଥଙ୍କ ମଧ୍ୟରେ ଜଣେ ହେଉଛନ୍ତି ନୀମ୍ କରୋଲି ବାବା । ନୀମ୍ କରୋଲି ବାବାଙ୍କୁ ଲୋକମାନେ ହନୁମାନଜୀଙ୍କ ଅବତାର ବୋଲି ମାନନ୍ତି । ବାବା କହିଛନ୍ତି ବ୍ୟକ୍ତିର ଭଲ ଦିନ ଆସିବା ପୂର୍ବରୁ ଏହି ୫ଟି ସଂକେତ ଦେଖାଦେଇଥାଏ । ଏହିସବୁ ସଂକେତ କ’ଣ ରହିଛି ଆସନ୍ତୁ ବିସ୍ତୃତ ଭାବରେ ଜାଣିନେବା ।

ସ୍ୱପ୍ନରେ ପିତୃପୁରୁଷ: ବାବାଙ୍କ କହିବା ଅନୁଯାୟୀ ସ୍ୱପ୍ନରେ ପିତୃପୁରୁଷଙ୍କ ଦର୍ଶନ ବ୍ୟକ୍ତିକୁ ଭଲ ଦିନ ଆସୁଛି ବୋଲି ଇସାରା ଦେଇଥାଏ । ଯେଉଁମାନଙ୍କ ସ୍ୱପ୍ନରେ ପିତୃପୁରୁଷ ଆସନ୍ତି ସେମାନେ ବଡ ଭାଗ୍ୟବାନ ହୋଇଥାନ୍ତି ।

ନୀମ୍ କରୋଲି ବାବାଙ୍କ କହିବା ଅନୁଯାୟୀ ସ୍ୱପ୍ନରେ ପକ୍ଷୀ ଦେଖିବା କିମ୍ବା ସେମାନେ ଘରକୁ ଆସିବା ବହୁତ ଶୁଭ ହୋଇଥାଏ । ବିଶେଷକରି ଘରଚଟିଆ ଚଢେଇ ସ୍ୱପ୍ନରେ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ ।

ଯଦି ସ୍ୱପ୍ନରେ ସାଧୁ ସନ୍ଥଙ୍କ ଦର୍ଶନ ହୋଇଗଲା ତେବେ ଜାଣ ଆପଣଙ୍କ ଭାଗ୍ୟ ଖୋଲିଗଲା । ଆପଣଙ୍କ ଜୀବନରେ ଜାରି ରହିଥିବା ସମସ୍ତ ସମସ୍ୟା ସମାପ୍ତ ହୋଇଯିବ ।
ବେଳେ ବେଳେ ଆମ ହୃଦୟ ଭିତରୁ ଏପରି କଥା ଆସିଥାଏ ଯାହା ବିଷୟରେ ଆମେ କେବେ ବି ଭାବି ନ ଥାଉ । ଆପଣଙ୍କୁ ଏପରି ଅନୁଭବ ହେଲେ ଜାଣନ୍ତୁ ଈଶ୍ୱର ଆପଣଙ୍କ ସହ ରହିଛନ୍ତି ଓ ଆପଣଙ୍କ ସବୁ ସମସ୍ୟା ଦୂର ହେବାକୁ ଯାଉଛି ।

ପ୍ରାୟ ସମୟରେ ମନ୍ଦିର ଯାଇଥିବା ବେଳେ ଈଶ୍ୱରଙ୍କୁ ଦର୍ଶନ ସମୟରେ ଆଖିରେ ଲୁହ ଆସିଥାଏ । ଏହି ସମୟରେ ଈଶ୍ୱରଙ୍କ ସହ ଏକ ଖାସ୍ ସଂପର୍କ ଥିବାର ଅନୁଭବ ହୁଏ । ଏହାର ଅର୍ଥ ଈଶ୍ୱର ନିଜେ ଆପଣଙ୍କୁ ତାଙ୍କ ପାଖକୁ ଡାକିଛନ୍ତି ଓ ଖୁବ୍ ଶୀଘ୍ର ଆପଣଙ୍କୁ ତାଙ୍କ ଆଶୀର୍ବାଦ ମିଳିବାକୁ ଯାଉଛି ।