fbpx
BJD
BJD SKY
BJD SKY

କ୍ଷତକୁ ଶୀଘ୍ର repair କରିଥାଏ ଏହି superfood, ଆଜି ହିଁ ଡାଏଟରେ କରନ୍ତୁ ସାମିଲ

ଓଡ଼ିଶା ଭାସ୍କର: ସୁସ୍ଥ ଜୀବନଶୈଳୀ ପାଇଁ ସନ୍ତୁଳିତ ଏବଂ ପୁଷ୍ଟିକର ଆହାର ଜରୁରୀ । ଏହା ସହ ବ୍ୟାୟାମ, ଯୋଗାସନ ଏବଂ ସୁନିଦ୍ରା ଗରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ନିୟମିତ ସତେଜ ପନିପରିବା ଓ ଫଳ ସେବନ କରିବା ଦ୍ୱାରା ଶରୀର ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ । ଏହା ଦ୍ୱାରା ଶରୀରର କ୍ଷତ ଶୀଘ୍ର ଭଲ ହୋଇଥାଏ । କିନ୍ତୁ ଅଧିକାଂଶ ଲୋକମାନେ ଜାଣିନଥାନ୍ତି ଯେ କ୍ଷତ ଠିକ୍ ହେବା ପାଇଁ କେତେ ସମୟ ଲାଗିଥାଏ । ଯଦି ଆପଣଙ୍କ କ୍ଷତ ନିଦ୍ଦିଷ୍ଟ ସମୟରେ ଠିକ୍ ହେବା ପାଇଁ ଅଧିକ ସମୟ ଲାଗିଥାଏ ତେବେ ନିଜ ଖାଦ୍ୟ ପେୟ ଉପରେ ବିଶେଷ ଧ୍ୟାନ ଦିଅନ୍ତୁ । ତେବେ ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ବିଷୟରେ ଯାହାର ନିୟମିତ ଭାବେ ସେବନ କରିବା ଦ୍ୱାରା କ୍ଷତ ଶୀଘ୍ର ଠିକ୍ ହୋଇଥାଏ ।

୧. ହଳଦୀ: ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଇନଫ୍ଲେମେଟୋରୀ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଗୁଣରେ ଭରପୁର ହଳଦୀ । ଏହା କ୍ଷତକୁ ଶୀଘ୍ର ଠିକ୍ କରିବା ସହ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ । ଏହା ତ୍ୱଚା, ହୃଦୟ, ଗଣ୍ଠି ଏବଂ ଅନ୍ୟାନ୍ୟ ରୋଗ ପାଇଁ ଉପକାରୀ ହୋଇଥାଏ । ଡାକ୍ତରଙ୍କ ଅନୁଯାୟୀ ହଳଦୀକୁ ଡାଏଟ(ଗୁଣ୍ଡ କିମ୍ବା କଞ୍ଚା)ରେ ସାମିଲ କରିପାରିବେ । ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ କ୍ଷୀରରେ ମିଶଇ ପିଇ ପାରିବେ ।

୨. ଡ୍ରାଏ ଫ୍ରୁଟ୍ସ: ଆପଣ ଡାଏଟରେ ବାଦାମ, ଆଲମଣ୍ଡ୍‌, କିସମିସ୍‌, ସୂର୍ଯ୍ୟମୁଖୀର ମଞ୍ଚି ଇତ୍ୟାଦି ସାମିଲ କରିପାରିବେ । ଡ୍ରାଏ ଫ୍ରୁଟ୍ସ ଏବଂ ମଞ୍ଜିରେ ଜିଙ୍କ୍‌, ମାନଗାନୀଜ୍‌, ମାଗନେସିୟମ, ଭିଟାମିନ୍ ‘ଇ’, ହେଲ୍‌ଦୀ ଫ୍ୟାଟ୍ସ, ପ୍ରୋଟିନ୍‌, ଭିଟାମିନ୍ ଭଳି ଅନେକ ପୋଷକ ତତ୍ୱ ରହିଛି । ଏହା ଆଣ୍ଟିଅକସିଡେଣ୍ଟ ଗୁଣରେ ଭରପୁର ଯାହା କ୍ଷତକୁ ଶୀଘ୍ର ଠିକ୍ କରିଥାଏ ।

୩. ଜାମୁକୋଳି: ଆଣ୍ଟି ଅକସିଡେଣ୍ଟେ, ଆଣ୍ଟି ଇନଫ୍ଲେମେଟୋରୀ, ଆଣ୍ଟି ଭାଇରାଲ ଏବଂ ଇମ୍ୟୁନିଟି ବୁଷ୍ଟର ଭଳି ଅନକ ପୋଷକ ତତ୍ୱରେ ଭରପରୁ ଜାମୁକୋଳି । ଜାମୁକୋଳିରେ ଥିବା ଭିଟାମିନ୍ ‘ସି’ କୋଲାଜେନ୍ ଉତ୍ପାଦନକୁ ବୃଦ୍ଧି କରି କ୍ଷତକୁ ଶୀଘ୍ର ଠିକ୍ କରିଥାଏ ।

୪. ଅଣ୍ଡା: ପ୍ରୋଟିନର ଏକ ଉତ୍ତମ ଶ୍ରୋତ ଭାବରେ ଜଣାଯାଏ ଅଣ୍ଡା । ଏଥିରେ ଭିଟାମିନ୍ ‘ଏ’, ‘ଇ’, ବି କମ୍ପେ୍ଲକ୍ସ, ଫଲିକ୍ ଏସିଡ୍‌, କ୍ୟାଲସିୟମ, ରାଇବୋଫ୍ଲେଭିନ୍‌, ଲୌହ ଏବଂ ଜିଙ୍କ ଭରପୁର ମାତ୍ରାରେ ଥାଏ । ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ ।

୫. ପ୍ରୋବାୟୋଟିକ୍ସ: ପ୍ରୋବାୟୋଟିକ୍ସରେ ଥିବା ହେଲ୍‌ଦୀ ବ୍ୟାକଟେରିଆ ଆମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ଅଟେ । ଏଥିରେ ଦେହି, ଘୋଳଦହି, ଆଚାର, ଇଡଲି, ପନିର ଇତ୍ୟାଦି ସାମିଲ ହଜମ ପ୍ରକ୍ରିୟା, ମାନସିକ ସ୍ୱାସ୍ଥ୍ୟକୁ ଠିକ୍ ରଖିବା ଏବଂ ଶରୀରକୁ ସଂକ୍ରମଣରୁ ରକ୍ଷା କରିଥାଏ ।

 

Get real time updates directly on you device, subscribe now.