fbpx

BIG BREAKING…ଦିଲ୍ଲୀରୁ ଫେରି ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲଙ୍କ ପ୍ରତିକ୍ରିୟା । ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି କହିଲେ ମନମୋହନ । ‘ସବୁ ଠିକ୍ ଚାଲିଛି, ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି’ । ସବୁ ବିଷୟରେ ବିଚାର ଆଲୋଚନା କରୁଛୁ-ମନମୋହନ । ସେପଟେ ଆଜି ନବୀନ ନିବାସରେ ବିଜେଡିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି କୁହାଯାଉଛି । ଏହି ବୈଠକରେ ମେଣ୍ଟ ସମ୍ପର୍କରେ ବଡ ନିଷ୍ପତ୍ତି ହୋଇପାରେ ବୋଲି ଅନୁମାନ କରାଯାଉଛି । ହେବାକୁ ଥିବା ଏହି ବୈଠକକୁ ବିଜେଡିର ବରିଷ୍ଠ ନେତାମାନଙ୍କୁ ଡାକରା ମିଳିଥିବା ଜଣାପଡିଛି । ଏହା ସହ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକମାନଙ୍କୁ ମଧ୍ୟ ଏହି ବୈଠକକୁ ଡକାଯାଇଥିବା ସୂଚନା ମିଳିଛି ।

ତେଣୁ ରାଜ୍ୟରେ ବିଜେପି ସହ ମେଣ୍ଟ ସମ୍ପର୍କରେ ଏହି ବୈଠକରେ ବଡ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । ଗତକାଲି ଦିଲ୍ଲୀରେ ବସିଥିଲା ବିଜେପିର ଜରୁରୀ ବୈଠକ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନରେ ଏହି ବୈଠକ ଚାଲିଥିଲା । ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର, ସହପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏବଂ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ । ଯଦିଓ ଏହି ବୈଠକରେ ମେଣ୍ଟ ସମ୍ପର୍କରେ ଆଲୋଚନା ହେଉଥିବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା ତଥାପି ଆଜି ଦିଲ୍ଲୀରୁ ଫେରିବା ପରେ ମନମୋହନ ସାମଲଙ୍କ ପ୍ରତିକ୍ରିୟାରୁ ମେଣ୍ଟ ହେବା ନେଇ ଆଶା କରାଯାଉଛି । 

Get real time updates directly on you device, subscribe now.