fbpx

ଦୋକାନ କାନ୍ଥ ଭାଙ୍ଗି ଚୋର ନେଇଗଲା ୩୮ଟି ମୋବାଇଲ୍ ଫୋନ୍, ଦେଖନ୍ତୁ ଚୋରି ବେଳର ଭିଡିଓ

ରେଙ୍ଗାଲି(ଓଡ଼ିଶା ଭାସ୍କର): ଦୋକାନ ଭାଙ୍ଗି ୩୮ଟି ମୋବାଇଲ୍ ଫୋନ୍ ଚୋରି କଲା ଚୋର । ଏହି ସମୟର ସମ୍ପୂର୍ଣ୍ଣ ଦୃଶ୍ୟ ସିସିଟିଭି କଏଦ୍ ହୋଇଛି । ଏଭଳି ଏକ ଖବର ଦେଖିବାକୁ ମିଳିଛି ଝାରସୁଗୁଗୁଡା ଜିଲ୍ଲା ରେଙ୍ଗାଳି ଥାନା ଅନ୍ତର୍ଗତ ପଞ୍ଚଗାଁରେ । ସୂଚନା ମୁତାବକ ଉକ୍ତ ଅଞ୍ଚଳରେ ଥିବା ବାବୁଲ ମେହେରଙ୍କ ମୋବାଇଲ ଦୋକାନରୁ ଚୋରି ହୋଇଛି । ମୋବାଇଲ ଦୋକାନର ପଛପଟ କାନ୍ଥ ଭାଙ୍ଗି ଚୋର ରାତିରେ ମୋବାଇଲ ଲୁଟ କରିଥିଲା । ତେବେ ଦୋକାନରେ ପଶି ୩୮ଟି ମୋବାଇଲ ଚୋରୀ କରି ଫେରାର ହୋଇଯାଇଛି । ଆଉ ଯାହାର ଚିତ୍ର ଦୋକାନ ଭିତରେ ଥିବା ସିସିଟିଭିରେ କଏଦ ହୋଇଯାଇଛି । ସେପଟେ ଦୋକାନୀ ମାଲିକ ଏନେଇ ରେଙ୍ଗାଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ଏବେ ଯାଏଁ ଲୁଟେରା ଧରାପଡିନଥିବା ଜଣା ପଡ଼ିଛି ।

Get real time updates directly on you device, subscribe now.