fbpx

ଭାରତକୁ ସମ୍ଭାବନାର ନର୍ସରୀ ରୂପରେ ଦଖୁଛି ବିଶ୍ୱ: ପ୍ରଧାନମନ୍ତ୍ରୀ ମୋଦୀ

Advertisement

ନୂଆଦିଲ୍ଲୀ: ଜାତୀୟ ଶିକ୍ଷାନୀତିର ତିନିବର୍ଷ ପୁର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଗତି ମଇଦାନରେ ଅଖିଳ ଭାରତୀୟ ଶିକ୍ଷା ସମାଗମକୁ ଉଦଘାଟନ କରିଛନ୍ତି । ଏହି ଅବସରେର ପ୍ରଧାନମନ୍ତ୍ରୀ ପିଏମ୍‌ଶ୍ରୀ ଯୋଜନା ଅନ୍ତଗର୍ତ ୬ ହଜାର ୭୦୭ଟି ବିଦ୍ୟାଳୟ ପାଇଁ ୬୩୦ କୋଟି ଟଙ୍କା ସମ୍ବଳିତ ପ୍ରଥମ କିସ୍ତି ଅଥର୍ରାଶି ପ୍ରଦାନ କରିଛନ୍ତି । ଏହା ସହିତ ୧୨ ଭାରତୀୟ ଭାଷାରେ ୧୦୦ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ଶିକ୍ଷା ନିତର ଲକ୍ଷ୍ୟ ଭାରତକୁ ଅନୁସନ୍ଧାନ ଏବଂ ନବସୃଜନର କେନ୍ଦ୍ର କରିବା ।

ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଶ୍ୱ ଭାରତକୁ ନୂତନ ସମ୍ଭାବ୍ୟତାର ‘ନର୍ସରୀ’ ଭାବରେ ଦେଖୁଛି ଏବଂ ନିଜ ଦେଶରେ ଆଇଆଇଟି କ୍ୟାମ୍ପସ୍ ଖୋଲିବାକୁ ଆମ ପାଖକୁ ଆସୁଛି । ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ ପାରମ୍ପାରିକ ଶିକ୍ଷା ବ୍ୟବସ୍ଥା ଏବଂ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାକୁ ଜାତୀୟ ଶିକ୍ଷା ନୀତିରେ ଅନ୍ତର୍ଭୁକ୍ତ କରାଯାଇଛି । ଯାହାଦ୍ୱାରା ଦେଶର ପ୍ରତ୍ୟେକ ବିଭାଗର ଯୁବକମାନେ ସମାନ ସୁଯୋଗ ପାଇପାରିବେ । ସେ କହିଛନ୍ତି ଯେ ନୂତନ ଶିକ୍ଷା ନୀତି ଅନୁଯାୟୀ ଜାତୀୟ ପାଠ୍ୟକ୍ରମ ଢାଞ୍ଚା ପ୍ରସ୍ତୁତ କରାଯାଇଛି ଏବଂ ଏହା ଶୀଘ୍ର କାର୍ଯ୍ୟକାରୀ ହେବ । ଏହା ସହିତ ସମଗ୍ର ଦେଶରେ ସିବିଏସ୍‌ଇ ବିଦ୍ୟାଳୟରେ ଏକ ୟୁନିଫର୍ମ ସିଲାବସ୍ ହେବ ।

ଏହା ସହିତ ସେ କହିଛନ୍ତି ଯେ ଏନ୍‌ସିଆଇଆରଟି ନୂତନ ପାଠ୍ୟ ପୁସ୍ତକ ଏବଂ ସିଲାବସ୍ ପ୍ରସ୍ତୁତ କରାଯାଉଛି । ସେହିଭଳି, ତୃତୀୟ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ୧୩୦ ବିଷୟ ଉପରେ ନୂତନ ପୁସ୍ତକ ଆସୁଛି । ଏହି ପୁସ୍ତକଗୁଡ଼ିକ ୨୨ ଟି ଆଞ୍ଚଳିକ ଭାଷାରେ ହେବ । ଯାହାଦ୍ୱାରା ଛାତ୍ରମାନେ ସେମାନଙ୍କର ସ୍ଥାନୀୟ ଭାଷାରେ ମଧ୍ୟ ଅଧ୍ୟୟନ କରିବାକୁ ସକ୍ଷମ ହେବେ । ଏହା ସେମାନଙ୍କର ଆତ୍ମବିଶ୍ୱାସ ବଢାଇବ ଏବଂ ସେମାନଙ୍କ ପ୍ରତିଭାକୁ ବାହାର କରିବ । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ ସମାଜବିଜ୍ଞାନଠାରୁ ଆରମ୍ଭ କରି ଇଞ୍ଜିନିୟରିଂ ପର୍ଯ୍ୟନ୍ତ ପୁସ୍ତକ ଭାରତୀୟ ଭାଷାରେ ଆସୁଛି । ଏହା ଦେଶର ଯୁବକମାନଙ୍କୁ ନ୍ୟାୟ ଦେବ ।

Get real time updates directly on you device, subscribe now.