fbpx

Drink & Drive ମାମଲାରେ ୧୩ ଅଟକ: ନୂଆବର୍ଷ ପାଇଁ କମିଶନରେଟ ପୋଲିସର କଡ଼ା ଚେକିଙ୍ଗ

ଭୁବନେଶ୍ୱର: ଆଗକୁ ଆସୁଛି ନୂଆବର୍ଷ । ୨୦୨୩ ବର୍ଷ ଶେଷ ହେବାକୁ ମାତ୍ର ଗୋଟିଏ ଦିନ ବାକି ରହିଛି । ତେଣୁ ନବବର୍ଷର ସ୍ୱାଗତ ପାଇଁ ଦେଶବାସୀ ପ୍ରସ୍ତୁତି ଆରମ୍ଭ କରି ସାରିଲେଣି । ଏହାସହିତ ପ୍ରସ୍ତୁତ ହୋଇସାରିଛି କମିଶନରେଟ ପୋଲିସ । ରାସ୍ତାରେ ଅମାନିଆ ଗାଡ଼ିଚାଳକଙ୍କ ପାଇଁ ଅସ୍ତ୍ର ପ୍ରସ୍ତୁତ କରିଛି ପୋଲିସ ଡିପାର୍ଟମେଣ୍ଟ । ବର୍ତ୍ତମାନ ନୂଆବର୍ଷ ପାଇଁ ସବୁଆଡ଼େ କଡ଼ା ଚେକିଂ ଜାରି ରଖିଛି କମିଶନରେଟ ପୋଲିସ । ପୋଲିସର ଏହି ଜାଲରେ ଫସି ଯାଇଛନ୍ତି ମଦ ପିଇ ଗାଡ଼ି ଚଳାଉଥିବା ୧୩ ଜଣ ଗାଡ଼ିଚାଳକ ।

ନୂଆବର୍ଷ ପାଇଁ କମିଶନରେଟ ପୋଲିସ ଏବେ ଜୋରଦାର ଚେକିଙ୍ଗ ଜାରି ରଖିଛି । ରାଜଦାନୀରେ ବେପରୁଆ ଗାଡ଼ିଚାଳନା ପାଇଁ ୧୩ ଜଣ ଗାଡ଼ିଚାଳକଙ୍କ ସହ ସେମାନଙ୍କ ଗାଡ଼ି ମଧ୍ୟ ଅଟକ ରଖିଛି ପୋଲିସ । ଇନଫୋସିଟି ଥାନା ଅଞ୍ଚଳରୁ ଏ ସମସ୍ତ ଗାଡ଼ି ଜବତ ହେବା ସହ ଅମାନିଆ ଗାଡ଼ିଚାଳକଙ୍କୁ ଅଟକ ରଖିଥିବା ଜାଣିବାକୁ ମିଳିଛି । ତେବେ ରାସ୍ତାରେ ଗାଡ଼ି ଚଳାଇବା ସମୟରେ ମଦ୍ୟପାନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ଲୋକେ ଏହି ନିୟମକୁ ବାରମ୍ବାର ଅମାନ୍ୟ କରୁଛନ୍ତିା ତେବେ ନୂଆବର୍ଷ ପୂର୍ବରୁ ଏଭଳି ମାମଲା ବୃଦ୍ଧି ହେବାର ସମ୍ଭାବନା ଥିବାରୁ ପୋଲିସ ପୂର୍ବରୁ ସଜାଗ ହୋଇ ସାରିଛି ।

Get real time updates directly on you device, subscribe now.