fbpx

୬୦୦୦ରୁ ଅଧିକ ମିଟର ଶିଖର ଚଢିଲା ଏହି ୧୨ ବର୍ଷୀୟ ଝିଅ: ସୃଷ୍ଟି କଲା ବିଶ୍ୱ ରେକର୍ଡ

ଗୋଆ : ୧୨ ବର୍ଷୀୟ ଗୋଆର ଝିଅ ୬୨.୫ ଘଣ୍ଟାରେ ଲାଦାଖ ଅଞ୍ଚଳର ମାର୍କା ଉପତ୍ୟାକାରେ ୬୦୦୦ ମିଟରରୁ ଅଧିକ ଶିଖରକୁ ଚଢି ବିଶ୍ୱରେ ରେକର୍ଡ ସୃଷ୍ଟି କରିଛି । ଝିଅଟର ନାମ ହେଉଛି ଗୁଞ୍ଜନ, ସେ ଜ୍ଞାନ ବିକାଶ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀରେ ପାଠ ପଢୁଛି । ଛାତ୍ରୀ ଜଣଙ୍କ ସଫଳତାର ସହିତ ୩ଟି ଶିଖର ଯଥା – Mt Kang yatse- 2(6250m), Mt Reponi Mallari- 1(6097m) and Mt Reponi Mallari – 2(6113) _ ପର୍ବତ ରେଞ୍ଜର ମାର୍କା ଉପତ୍ୟାକାର ଲାଦାଖରେ ଅବସ୍ଥିତ ।

ସେ ତିନୋଟି ପର୍ବତ ୬୦୦୦ ମିଟରରୁ ଅଧିକ ୪୯ ଘଣ୍ଟାରେ (ପ୍ରଥମରୁ ତୃତୀୟ ପର୍ଯ୍ୟନ୍ତ) ଆଉ ୬୨.୫ ଘଣ୍ଟା (ବେସକ୍ୟାମ୍ପରୁ ବେସକ୍ୟାମ୍ପ) ଆରୋହଣ କରି ବିଶ୍ୱରେ ରେକର୍ଡ ସୃଷ୍ଟି କରିଛନ୍ତି । ଗୁଞ୍ଜନ ନିଜର ଟ୍ରେକ ସମୟର କଣ୍ଟକୁ ସମସ୍ତଙ୍କ ସହ ବାଣ୍ଟି ଥିଲେ । “ଯେତେବେଳେ ପାଗ ଅତ୍ୟନ୍ତ ଖରାପ ଥିଲା ଆମେ ସେତେବେଳେ ଯାଇଥିଲୁ । ଏହି ମାସରେ ତୁଷାରପାତ ହେବାର ଆଶା କରାଯାଇନଥିଲା, ଯେତେବେଳେ ଆମେ ଯାଇଥିଲୁ, ସେତେବେଳେ ଆମେ ଏକ ସ୍ୱଚ୍ଛ ଆକାଶ ଆଶା କରୁଥିଲୁ ଏବଂ ଏତେ ତୁଷାରପାତ ହେବାର ଆଶା କରୁ ନଥିଲୁ। ବରଫ ଯୋଗୁଁ ଏହା ଅଧିକ କଷ୍ଟସାଧ୍ୟ ଥିଲା ଯେ ଚାଲିବା ସମୟରେ ଆମର ପାଦ ବରଫରେ ଆଣ୍ଠୁ ପର୍ଯ୍ୟନ୍ତ ପଶି ଯାଉଥିଲା ଏବଂ ଏହାକୁ ହଟାଇବା ଦ୍ୱାରା ଆମେ ଅଧିକ କ୍ଲାନ୍ତ ହୋଇଯାଉଥିଲୁ । କିନ୍ତୁ ଆମେ କୌଣସି କ୍ଷତିର ସାମ୍ମନା କରି ନାହୁୁଁ ।”

ଏହାପରେ ଗୁଞ୍ଜନ କହିଛନ୍ତି ଯେ, ବର୍ତ୍ତମାନ ସେ ଏହାଠାରୁ ଅଧିକ ଉଚ୍ଚ ପାହାଡ ଚଢିବାର ଲକ୍ଷ ରଖିଛନ୍ତି । ଏହା କହି ସେ କହିଲେ ଭବିଷ୍ୟତରେ ଗୁଞ୍ଜନ ୭୦୦୦ ମିଟରୁ ଅଧିକ ଚଢିବା ପାଇଁ ଅନୁମତି ଦିଆଯାଇନାହିଁ । କିନ୍ତୁ ଭାରତରେ ୧୬ ବର୍ଷ ହୋଇନଥିବା ଜଣେ ବ୍ୟକ୍ତିଙ୍କୁ ୭୦୦୦ ହଜାରରୁ ଅଧିକ ପର୍ବତ ଚଢିବା ପାଇଁ ଅନୁମତି ଦିଆଯାଇ ନାହିଁ । ତେଣୁ ସେ ଭାରତ ବାହାରକୁ ଯାଇ ପର୍ବତ ଆରୋହଣ କରିବେ ।

Get real time updates directly on you device, subscribe now.