fbpx

ମହିଳାମାନେ ଗଢିଥିଲେ ଲଣ୍ଡନର ଏ ସୁନ୍ଦର ବ୍ରିଜ, ରୋଚକ ଅଟେ ଏହାର ଇତିହାସ, ବାସ୍ତୁକଳା ଓ ସୁନ୍ଦରତାର ନିଦର୍ଶନ…..

ଓଡିଶା ଭାସ୍କର: ଲଣ୍ଡନର ଟେମ୍ସ ନଦୀକୁ ପାରି ହେବା ସମୟରେ ବ୍ଲୈକଫ୍ରିୟର୍ସ, ହଙ୍ଗରଫୋର୍ଡ ଓ ଗୋଲଡେନ ବ୍ରିଜ ମଧ୍ୟରେ ରହିଛି ଆଉ ଏକ ବ୍ରିଜ । ଯାହା ୧୮୧୫ ମସିହାରେ ‘ୱାଟର ଲୁ’ ଯୁଦ୍ଧ ସମୟରେ ବ୍ରିଟିଶ, ଡଚ ତଥା ପ୍ରଶିୟା ବିଜୟର ନାମରେ ନାମିତ । ସାଧାରଣ ଭଳି ଦେଖାଯାଉଥିବା ଏହି ପୋଲର ରହିଛି ଐତିହାସିକ ମହତ୍ତ୍ୱ । ରୋଚକ କଥା ହେଉଛି ପ୍ରଥମେ ଏହି ବ୍ରିଜର ନାମ ଥିଲା ଷ୍ଟ୍ରେଟ ବ୍ରିଜ । ପରେ ସଂସଦରେ ଅଧିନିୟମ ପାରିତ ହୋଇ ଏହାକୁ ‘ୱାଟର ଲୁ’ ନାମରେ ନାମିତ କରାଗଲା ।

ଏହି ବ୍ରିଜ ନିର୍ମାଣ ପଛର ଉଦ୍ଦେଶ୍ୟ ଥିଲା ଟୋଲ ଆଦାୟ କରି ଖର୍ଚ୍ଚ ଉଠାଇବା । ମାତ୍ର ଏହି କାର୍ଯ୍ୟ ସଫଳ ନ ହେବାରୁ ଏହାକୁ ବି ଟୋଲ ଫ୍ରି କରି ଦିଆଯାଇଥିଲା । କାରଣ ଲୋକେ ଏହାର ପାଖରେ ଥିବା ବ୍ଲୈକଫ୍ରିୟର୍ସ ଓ ୱେଣ୍ଟମିଣ୍ଟର ବ୍ରିଜର ଉପଯୋଗ କରିଥିଲେ କାରଣ ତାହା ଟୋଲ ଫ୍ରି ଥିଲା । ଏହି ବ୍ରିଜ ବାସ୍ତୁକଳା ଦୃଷ୍ଟିରୁ ସ୍ୱତନ୍ତ୍ର ଅଟେ । ଏହାକୁ ଦୁନିଆର ସବୁଠୁ ମହାନ ପୋଲ ମଧ୍ୟ କୁହାଯାଏ । ଏହି ପୋଲ ବହୁତଗୁଡିଏ ପେଣ୍ଟିଂକୁ ବି ଦର୍ଶାଇଥାଏ ।

ତେବେ ଏହି ବ୍ରିଜର ସବୁଠୁ ରୋଚକ କଥା ହେଉଛି ଏହା ଲେଡିଜ ବ୍ରିଜରେ ମଧ୍ୟ ନାମିତ । ଯୁଦ୍ଧ ସମୟରେ ବହୁ ମହିଳା କର୍ମଚାରୀ ଏହାକୁ ନିର୍ମାଣ କରିଥିଲେ । ନୂଆ ‘ୱାଟର ଲୁ’ ବ୍ରିଜର ନିର୍ମାଣ ୧୯୩୯ ମସିହାରେ ଆରମ୍ଭ ହୋଇଥିଲା । ଅନେକ କାରଣରୁ ଏହା ଧିମେଇ ଯାଇଥିଲା । ୧୯୪୧ ପର୍ଯ୍ୟନ୍ତ ଏଠିରେ କାର୍ଯ୍ୟରତ ୫୦୦ ପୁରୁଷ କର୍ମଚାରୀରୁ ମାତ୍ର ୫୦ ଜଣ ଉପସ୍ଥିତ ଥିଲେ । କିନ୍ତୁ, ପରେ ଏହାକୁ ମହିଳାମାନେ ନିର୍ମାଣ କରିଥିଲେ । ବିଶ୍ୱରେ ଏହା ଏକମାତ୍ର ବ୍ରିଜ ଯାହାକୁ ମହିଳାମାନେ ନିର୍ମାଣ କରିଛନ୍ତି ।

Get real time updates directly on you device, subscribe now.