fbpx

ଶାହାରୁଖଙ୍କ ସିନେମାରେ ଏ ସୁନ୍ଦରୀ କରିଥିଲେ ପଦାର୍ପଣ, ଜାତୀୟ ପୁରସ୍କାର ବି ଜିତିଛନ୍ତି, କିନ୍ତୁ ଏବେ ସେ ବଲିଉଡ ଛାଡି ଖୋଲିଛନ୍ତି ସେଲୁନ

ଓଡିଶା ଭାସ୍କର: ବର୍ଷ ୨୦୦୭ ରେ ଶାହରୁଖଙ୍କ ‘ଚକ ଦେ ଇଣ୍ଡିଆ’ ଯେତେବେଳେ ଆସିଥିଲା ସେହିସମୟରେ ସାରାଦେଶ ଦେଶମାତୃକାର ଜ୍ୱଳନ୍ତ ନିଦର୍ଶନ ଦେଖି ଥିଲା । ପ୍ରେମ ଓ ରୋମନ୍ସଠୁ ଉର୍ଦ୍ଧ୍ୱକୁ ଉଠି କିଙ୍ଗଖାନ ଅନେକ ନବାଗତା ଅଭିନେତ୍ରୀଙ୍କ ସହ ଏହି ସିନେମାରେ ନଜର ଆସିଥିଲେ । ପରେ ସେହି ନବାଗତା ଅଭିନେତ୍ରୀମାନେ ବଲିଉଡରେ ବବାଲ କରିଥିଲେ । କିନ୍ତୁ, ଜଣେ ଏହି ସିନେମା ସଫଳ ହେବା ପରେ ବି ଶୀଘ୍ର ହିଁ ବଲିଉଡଠୁ ଦୂରେଇ ଯାଇଥିଲେ । ହସିନାରୁ ସେ ସାଜିଥିଲେ ହେୟାରଷ୍ଟାଇଲିଷ୍ଟ । ଏମିତି ଜଣେ ଅଭିନେତ୍ରୀ ହେଉଛନ୍ତି ଅନାୟତା ନାୟର ।

ଅନାୟତା ‘ଚକ ଦେ ଇଣ୍ଡିଆ’ ସିନେମାରେ କୋଚ କବୀର ଖାନଙ୍କ ଟିମରେ ହକି ଖେଳାଳି ଆଲିଆ ବୋଷ ଭୂମିକାରେ ନଜର ଆସିଥିଲେ । ଏହି ସେକ୍ସି ଅଭିନେତ୍ରୀଙ୍କ ଜନ୍ମ ୧୯ ଜୁଲାଇ ୧୯୮୪ ମସିହାରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ହୋଇଥିଲା । ଅନାୟତା ‘ମୁମ୍ବାଇ କଲିଙ୍ଗ’, ‘ଦମ ମାରୋ ଦମ୍‌’ ତଥା ‘ଫୋର୍ସ’ ଭଳି ସିନେମାରେ ବି ଅଭିନୟ କରିଛନ୍ତି । ଏହାବାଦ ମାୟାଲମ ସିନେମା ‘ବାଏ ଦି ପିପୁଲ୍ସ’ ଓ ‘ଆଇ’ ଫିଲ୍ମରେ ମଧ୍ୟ ନିଜର ଦମ ଦେଖାଇଛନ୍ତି । ୨୦୧୦ ମସିହାରେ ତାଙ୍କର ସିନେମା ‘ୱେଲ ଡନ ଅବ୍‌ବା ରିଲିଜ ହୋଇଥିଲା । ଏଥିରେ ଅନାୟତା ସହ ବୋମନ ଇରାନୀ, ମିନିଷା ଲାମ୍ବା ଭଳି କଳାକାର ଅଭିନୟ କରିଥିଲେ । ସାମାଜିକ ମୁଦ୍ଦା ଉପରେ ଆଧାରିତ ଏହି ସିନେମା ଜାତୀୟ ପୁରସ୍କାର ମଧ୍ୟ ଜିତିଥିଲା । ୨୦୧୧ ମସିହାରେ ରିଲିଜ ହୋଇଥିବା ସିନେମା ‘ଫୋର୍ସ’ ତାଙ୍କର ଶେଷ ଚଳଚ୍ଚିତ୍ର ଥିଲା । ସେହି ସମୟରେ ତାଙ୍କୁ ମାତ୍ର ୨୭ ବର୍ଷ ବୟସ ହେଉଥିଲା ।

୨୦୧୧ ମସିହାରେ ଅନାୟତା ଅଖିଳ ନାୟରଙ୍କୁ ବିବାହ କରି ସିନେ ଜଗତରୁ ଅକସ୍ମାତ ଦୂରେଇ ଗଲେ । ଏହି ଯୋଡିଙ୍କ ଗୋଟିଏ ଝିଅ ମଧ୍ୟ ଅଛି । ସେ ଏବେ ପାରିବାରିକ ଜୀବନରେ ବେଶ୍ ଖୁସିରେ ଅଛନ୍ତି । ତାହାସହ ଅନ୍ୟ ବୃତ୍ତି ଅନାୟସରେ ଆପଣାଇଛନ୍ତି ଅନାୟତା । ସେ ବର୍ତ୍ତମାନ ହସିନାରୁ ହେୟାରଷ୍ଟାଇଲିଷ୍ଟ ହୋଇ ସାରିଛନ୍ତି । ହଙ୍ଗକଙ୍ଗରେ ତାଙ୍କର ଏକ ସେଲୁନ ରହିଛି । ହଙ୍ଗକଙ୍ଗର ବେଷ୍ଟ ହେୟାରଷ୍ଟାଇଲିଷ୍ଟ ଭାବରେ ସେ ପରିଚିତ । ତାଙ୍କର ସେଲୁନ ହଙ୍ଗକଙ୍ଗରେ ବେଶ୍ ପ୍ରସିଦ୍ଧ ମଧ୍ୟ । ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସେ ନିଜ ବ୍ୟବସାୟର ସଂଘର୍ଷ ସମୟର କଥା ଉଲ୍ଲେଖ କରିଥିଲେ । ପରେ ସେ ହଙ୍ଗକଙ୍ଗରେ ବେଷ୍ଟ ହୋଇ ପାରିଛନ୍ତି ‘ଚକ ଦେ ଇଣ୍ଡିଆ’ର ଏହି ହସିନା ।

Get real time updates directly on you device, subscribe now.