fbpx

ବିନା ଭୋଟ୍‌ରେ ଜିତିଗଲେ ବିଜେପିର ଏହି ପ୍ରାର୍ଥୀ, ଜୁନ୍ ୪ ପୂର୍ବରୁ ଖୋଲିଗଲା ବିଜେପିର ଖାତା

ସୁରଟ:ସୁରଟ ଲୋକସଭା ସିଟ୍‌ରୁ ବିଜେପିର ମୁକେଶ ଦଲାଲଙ୍କୁ ଛାଡି ସମସ୍ତ ପ୍ରାର୍ଥର୍ୀ ନିଜର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ୨୨ ଏପ୍ରିଲ ପର୍ଯ୍ୟନ୍ତ ନିର୍ବାଚନ କ୍ଷେତ୍ରରୁ କେବଳ ଜଣେ ପ୍ରାର୍ଥୀ ମଇଦାନରେ ଥିଲେ । କଂଗ୍ରେସର ପ୍ରାର୍ଥୀ ନୀଲେଶ କୁମ୍ଭାନୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯିବାର ଗୋଟିଏ ଦିନ ପରେ ଏହି ଚିତ୍ର ସାମ୍ନାକୁ ଆସିଛି । ଏହାପରେ ଏହି ଆସନରେ ବିଜେପିର ନିର୍ବିରୋଧ ବିଜୟ ସ୍ଥିର ହୋଇଯାଇଛି । ଏହା ସହିତ ଲୋକସଭା ନିର୍ବାଚନରେ ବିଜେପିର ଖାତା ଖୋଲିଯାଇଛି ।

ଗତ ରବିବାର ନୀଲେଶ କୁମ୍ଭାନୀଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଛି । ସେହିପରି ସୁରଟରୁ କଂଗ୍ରେସ ବିକଳ୍ପ ପ୍ରାର୍ଥୀ ସୁରେଶ ପଡସାଲାଙ୍କ ନାମାଙ୍କନପତ୍ର ବି ଅମାନ୍ୟ କରିଦିଆଯାଇଛି । ଫଳରେ ବିରୋଧୀ ଦଳ ଏହି ନିର୍ବାଚନ କ୍ଷେତ୍ରରେ ବାଦ୍ ପଡିଯାଇଛି । ନିର୍ବାଚନ ଅଧିକାରୀ ସୌରଭ ପାରଧୀ ନିଜର ଏକ ଆଦେଶରେ କହିଛନ୍ତି କୁମ୍ଭାଣୀ ଓ ପଡସାଲାଙ୍କ ଦ୍ୱାରା ଦିଆଯାଇଥିବା ନାମାଙ୍କନ ଫର୍ମରେ ପ୍ରସ୍ତାବକଙ୍କ ହସ୍ତାକ୍ଷରରେ ବିସଙ୍ଗତି ନଜର ଆସିବାରୁ ତାହାକୁ ଖାରଜ କରିଦିଆଯାଇଛି । ପ୍ରସ୍ତାବକ ନିଜ ହଲପନାମାରେ କହିଛନ୍ତି କି ସେମାନେ ଫର୍ମରେ ନିଜେ ହସ୍ତାକ୍ଷର କରିନାହାନ୍ତି ।ଏହି ଘଟଣାରେ କଂଗ୍ରେସ ନାମାଙ୍କନ ଖାରଜର ଅଭିଯୋଗ ସରକାରଙ୍କ ଉପରେ ଆଣିଛି । କଂଗ୍ରେସ କହିଛି ସରକାରଙ୍କ ଧମକକୁ ସମସ୍ତେ ଭୟ କରୁଛନ୍ତି ।

Get real time updates directly on you device, subscribe now.