fbpx
BJD SKY
BJD SKY

ଡିପଫେକ ଭିଡିଓକୁ ନେଇ FIR ଦାଖଲ କଲେ ରଣବୀର ସିଂହ, ଭାଇରାଲ ଭିଡିଓରେ ଘଟିଥିଲା ଏହି ଜିନିଷ

BJD

ନୂଆଦିଲ୍ଲୀ: ଅନେକ ଅଭିନେତା ଏବଂ ଅଭିନେତ୍ରୀ ଡିପଫେକର ଶିକାର ହୋଇଛନ୍ତି । ରଶ୍ମିକା ମନ୍ଦାନା, ଅମିର ଖାନ ଏବଂ ବର୍ତ୍ତମାନ ରଣବୀର ସିଂହଙ୍କ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରଣବୀର ସିଂହଙ୍କୁ ଏକ ରାଜନୈତିକ ପାର୍ଟୀକୁ ପ୍ରମୋଟ କରୁଥିବା ତାଙ୍କ ଡିପଫେକ ଭିଡିଓ ଦେଖିବାକୁ ମିଳିଥିଲା, ଯାହାପରେ ସେ ନିଜ ସୋସିଆଲ ମିଡିଆରେ ଏନେଇ ରିଆକ୍ଟ କରିଥିଲେ । ଏହାରି ମଧ୍ୟରେ ବଲିଉଡ଼ ଅଭିନେତା ରଣବୀର ସିଂହ ନିଜ ଡିପଫେକ ପାଇଁ ଦାଖଲ କରିଥିବା ଅଭିଯୋଗର ଆକ୍ସନ ନେବା ପାଇଁ ରିକ୍ୱେଷ୍ଟ କରିଛନ୍ତି । ଏହା ପୂର୍ବରୁ ବଲିଉଡ଼ର ମିଷ୍ଟର ପରଫେକ୍ଟ ଆମିର ଖାନଙ୍କ ଡିପଫେକ ଭିଡିଓ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି ।

ଏକ ଫ୍ୟାସନ ଶୋ ପାଇଁ କ୍ରୀତି ସାନନ ଏବଂ ରଣବୀର ସିଂହ ଫେମସ ଡିଜାଇନର ମନୀଷ ମଲହୋତ୍ରାଙ୍କ ସହ ବାରଣାସୀ ଯାଇଥିଲେ । ସେହି ସମୟର ଏକ ଇଣ୍ଟରଭ୍ୟୁ ଭାଇରାଲ ହେଉଛି, ଯାହାକୁ ନେଇ ସୋସିଆଲ ମିଡିଆରେ ଆକ୍ଟର ଏବଂ ଫ୍ୟାନ୍ସ ମଧ୍ୟରେ ଅନେକ ଭାଇରାଲ ଦେଖିବାକୁ ମିଳିଥିଲା । ଏହା ପରେ ଏବେ ରଣବୀର ସିଂହ ଡିପଫେକ ଭିଡିଓ ବିରୌଦରେ ଅଭିଯୋଗ ଦାଖଲ କରିଥିଲେ । ରଣବୀର ସିଂହଙ୍କୁ ଏହି ଡିପଫେକ ଭିଡିଓରେ ଏକ ରାଜନୈତିକ ପାର୍ଟୀର ପ୍ରଚାର କରିବା ଦେଖାଯାଉଛି ।

Get real time updates directly on you device, subscribe now.