fbpx

(Video) ଗୁଟଖା ଲଭର୍ସଙ୍କ ପାଇଁ ଆସିଗଲା ନୂଆ ଆଇସକ୍ରିମ, ଦେଖନ୍ତୁ କିପରି ହେଉଛି ପ୍ରସ୍ତୁତ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଆଜିକାଲି ଫୁଡ ଏକ୍ସପେରିମେଣ୍ଟର ଟ୍ରେଣ୍ଡ ଦେଖିବାକୁ ମିଳିଛି । ଏହି ଏକ୍ସପେରିମେଣ୍ଟର ଭିଡିଓ ଦେଖି ଲୋକେ ରାଗିଯାଉଥିବା ବେଳେ ଆଜି ଏପରି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ ଯାହାକୁ ଦେଖି ଲୋକେ ନ ରାଗି କୌତୁହଳ ପ୍ରକାଶ କରିଛନ୍ତି । ଆସନ୍ତୁ ଜାଣିବା ସେହି ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ବ୍ୟକ୍ତି ଜଣକ ଏକ ପ୍ଲେଟରେ ବିମଲ ପକାଉଛି । ଏହାପରେ ସେ ଏଥିରେ ଭାନିଲା ଆଇସକ୍ରିମ ପକାଇ ମିଶାଇବାକୁ ଲାଗୁଛନ୍ତି । କିଛି ସମୟ ପରେ ତାହା ଆଇସ ହେବା ପରେ ତାକୁ ରୋଲ କରି ପ୍ରସ୍ତୁତ କରୁଛନ୍ତି । ଏହାପରେ ସେହି ଆଇସକ୍ରିମକୁ ଅନ୍ୟ ପ୍ଲେଟରେ ରଖି ତା’ ଉପରେ ଚକଲେଟ, ବିସ୍କୁଟ ସହ ବିମଲ ମଧ୍ୟ ପକାଉଛନ୍ତି ଏବଂ ସଜାଇ ପ୍ରସ୍ତୁତ କରିଛନ୍ତି । ଏହି ଭିଡିଓ ବର୍ତ୍ତମାନ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓକୁ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସରେ @desimojito ନାମକ ଆକାଉଣ୍ଟରେ ସେୟାର କରାଯାଇଛି । ତେବେ ଏହାକୁ ଏପର୍ଯ୍ୟନ୍ତ ୧ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି । ଭିଡିଓ ଦେଖିବା ପରେ ଜଣେ ୟୁଜର୍ସ ଲେଖିଛନ୍ତି- ବୋଲୋ ଜୁବାନ କେସରୀ । ଅନ୍ୟ ଜଣେ ଲେଖିଛନ୍ତି-ହେଲଦୀ ଜୁବାନ କେସରୀ । ତୃତୀୟ ୟୁଜର ଲେଖିଛନ୍ତି-ଏହି ଡିସର୍ଟକୁ ଖାଇବା ପରେ କଣ ଛେପ ପକାଇବା? ଏହିଭଳି ଭାବେ ଲୋକେ କମେଣ୍ଟ କରିବାରେ ଲାଗିଛନ୍ତି ।

Get real time updates directly on you device, subscribe now.