fbpx

ଏହି କାରଣରୁ ହୋଇଥାଏ ଚକ୍ଷୁ ସଂକ୍ରମଣ, ଜାଣନ୍ତୁ କିପରି ଦୂର କରିବେ ସମସ୍ୟା

ବର୍ଷାଋତୁ ପରିବର୍ତ୍ତନ ହେଲେ ଆଖି ଧରା ରୋଗ ଦେଖିବାକୁ ମିଳିଥାଏ । ଏଡିନୋ ଭୂତାଣୁ ଏହି ରୋଗର କାରଣ । ପ୍ରତିବର୍ଷ ଋତୁ ପରିବର୍ତ୍ତନ ହେବା ପରେ ଆଖି ଧରା ରୋଗ ହୋଇଥାଏ । ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ ଖୁବଶୀଘ୍ର ଏକାଧିକ ଲୋକଙ୍କୁ ସଂକ୍ରମିତ କରିପାରୁଛି । ବର୍ଷା ଋତୁରେ ଚକ୍ଷୁକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ଥଣ୍ଡା ପାନୀୟ ଠାରୁ ଦୂରେଇ ରହିବା ଉଚିତ । କାହିଁକି ନା ଏହିସବୁ ଥଣ୍ଡା ପାନୀୟ ଦ୍ୱାରା ଭୁତାଣୁ ଦ୍ୱାରା ଚକ୍ଷୁ ସଂକ୍ରମିତ ହୋଇଥାଏ ।

ବର୍ଷା ଦିନରେ ଆମେ ସାଧାରଣ ଭାବରେ ବର୍ଷାରେ ଓଦା ହୋଇଥାଉ । ଯାହାଦ୍ୱାରା ଆମର ସର୍ଦି ଓ ଥଣ୍ଡା ପ୍ରକୋପରୁ ଚକ୍ଷୁରେ ସଂକ୍ରମଣ ହୁଏ । ଯେପରିକି ଚକ୍ଷୁରୁ ପାଣି ବୋହିବା , ଆକ୍ଷି ନେଞ୍ଜେରା ରେ ଲାଗି ଯିବା , ନାଲି ପଡିବା ଇତ୍ୟାଦି । ତେଣୁ ବର୍ଷା ରେ ଓଦା ହେଲେ ତୁରନ୍ତ ପୋଛି ହୋଇଯାଆନ୍ତୁ ।

ବର୍ଷା ଦିନେ ଯଦି କେହି ଚକ୍ଷୁ ରୋଗରେ ସଂକ୍ରମିତ ଅଛନ୍ତି ତେବେ ତାଙ୍କ ତଉଲିଆ ଓ ରୁମାଲ ବ୍ୟବହାର କରନ୍ତୁ ନାହିଁ । ଏହାଦ୍ୱାରା ଆପଣ ମଧ୍ୟ ସଂକ୍ରମିତ ହୋଇ ପାରନ୍ତି । ସାଧାରଣ ଭାବରେ ଆମେ ଦେଖି ଥାଉ ଯେ ବର୍ଷା ଋତୁରେ ଅଧିକ ଫାଷ୍ଟ ଫୁଡ ଓ ରୋଡ଼ ସାଇଡ ଖାଦ୍ୟର ଚାହିଦା ବଢି ଯାଇଥାଏ । କିନ୍ତୁ ଏଭଳି ଖାଦ୍ୟ ଚକ୍ଷୁର ସଂକ୍ରମଣ କରିଥାଏ । ତେଣୁ ଏଭଳି ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ ।

କଣ କରିବେ ? :-
ଆଖି ଧରିଲେ, ପରିଷ୍କାର କପଡ଼ାକୁ ଉଷୁମ ପାଣିରେ ପକାଇ ଆଖି ପୋଛନ୍ତୁ ।
ଡାକ୍ତରଙ୍କ ବିନା ପରାମର୍ଶରେ ଆଖିରେ କୌଣସି ଔଷଧ ପକାନ୍ତୁ ନାହିଁ ।
ଚଷମା ପିନ୍ଧୁଥିଲେ, ନିୟମିତ ସଫା କରନ୍ତୁ ।

କଣ କରିବେ ନାହିଁ ? :-
ଆଖିଧରାରେ ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ, ତଉଲିଆ, ତକିଆ ଏମିତିକି ଆଇ-ଡ୍ରପ୍କୁ ବି ବ୍ୟବହାର କରନ୍ତୁ ନାହିଁ ।
ସୁଇମିଂ ପୁଲ କିମ୍ବା ପୋଖରୀରେ ମୁହଁ ବୁଡ଼ାନ୍ତୁ ନାହିଁ ।
ଆଖିରେ କସ୍ମେଟିକ୍ ଓ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତୁ ନାହିଁ ।

ଏପଟେ ଜନସ୍ୱାସ୍ଥ୍ୟ ବିଭାଗ କହିଛି, ଆଖିଧରା ରୋଗର ପ୍ରତିକାର ପାଇଁ ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି । ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ।

ଏହାର ଲକ୍ଷଣ :-
ଆଖି ଧରା ରୋଗ ହେଲେ ଆଖି ଲାଲ୍ ପଡ଼ିବା ସହ ଆଖି ଭିତରେ କୁଣ୍ଡେଇ ହୁଏ । ଆଖିରୁ ପାଣି ବୋହିବା ସହ ଲେଞ୍ଜରା ବାହାରେ । ଆଖିଧରା ରୋଗ ଉଭୟ ଭୂତାଣୁ ଓ ଜୀବାଣୁଜନିତ । ଭୂତାଣୁଜନିତ ଆଖିଧରାରେ ଆଖି ଲାଲ୍ ପଡ଼ିବା ସହ ଲୁହ ବାହରିଥାଏ । କିନ୍ତୁ ଜୀବାଣୁଜନିତ ଆଖିଧରାରେ ଆଖିରୁ ପ୍ରଚୁର ପରିମାଣର ଲେଞ୍ଜରା ବାହାରିଥାଏ, ଆଖି ଲାଖିଯାଏ ।

ମୁଖ୍ୟତଃ ସଂକ୍ରମିତ ରୋଗୀର ଲୁହ ଓ ଲେଞ୍ଜରାଜରିଆରେ ଆଖିଧରା ରୋଗ ସଂକ୍ରମିତ ହୋଇଥାଏ । ତେଣୁ ଆଖିଧରା ହୋଇଥିଲେ ରୋଗୀ ନିଜ ଆଖିଠାରୁ ହାତକୁ ଦୂରେଇ ରଖିବା ସହ ବାରମ୍ବାର ହାତ ଧୁଅନ୍ତୁ । ଚକ୍ଷୁରୋଗ ବିଶେଷଜ୍ଞ କହିଛନ୍ତି, ରୋଗୀର ଆଖିକୁ ଦେଖିବା ଦ୍ୱାରା ଆଖିଧରା ରୋଗ ବ୍ୟାପି ନ ଥାଏ ।

Get real time updates directly on you device, subscribe now.