fbpx

ଜାତକରେ ସୃଷ୍ଟି ହେବାକୁ ଯାଉଛି ଏହି ଯୋଗ; ରାଜାରୁ କରିଦେବ ଭିକାରି, ହୋଇ ପାରେ ବିଚ୍ଛେଦ

ଜାଣନ୍ତୁ କେଉଁ ରାଶିର ଲୋକମାନଙ୍କ ଉପରେ ପଡିଥାଏ ଏହି ଯୋଗର ପ୍ରଭାବ?

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜନ୍ମ ଜାତକ ଓ ହସ୍ତରେଖା ସିଧାସଳଖ ତାଙ୍କ ଭାଗ୍ୟ ସହ ଜଡିତ। ଜାତକର ଦଶା ଓ ହସ୍ତରେଖା ଅନୁଯାୟୀ ଏପରି କିଛି ଯୋଗ ସୃଷ୍ଟି ହୋଇଥାଏ ଯାହା ବ୍ୟକ୍ତି ପାଇଁ ଉଭୟ ଶୁଭ ଓ ଅଶୁଭ ହୋଇପାରେ। ସେଥିମଧ୍ୟରୁ ଗୋଟିଏ ହେଉଛି ଗୁରୁ-ଚଣ୍ଡାଳ ଯୋଗ, ଯାହାଙ୍କ ଜାତକରେ ଏହି ଯୋଗ ଥାଏ, ତାଙ୍କ ଜୀବନରେ କେବେ ବି ଅସୁବିଧାର ଅନ୍ତ ହୁଏ ନାହିଁ ।

ଗୁରୁ-ଚଣ୍ଡାଳ ଯୋଗକୁ ସବୁଠାରୁ ଅଶୁଭ ବୋଲି ବିବେଚନା କରାଯାଏ, ଯେଉଁକାରଣରୁ ବ୍ୟକ୍ତିର ଜୀବନରେ ଥିବା ସମସ୍ୟା ତାଙ୍କୁ ସାରା ଜୀବନ ଛାଡ଼େ ନାହିଁ । ଖାଲି ସେତିକି ନୁହେଁ, ଏହି ଯୋଗ ଦ୍ୱାରା ବ୍ୟକ୍ତି ଯେକୌଣସି ପ୍ରତିକାର କରିପାରେ, କିନ୍ତୁ ଭାଗ୍ୟ କେବେ ବି ସାଥ୍ ଦିଏ ନାହିଁ । ଅଶୁଭ ଗ୍ରହ ରାହୁ ଓ ବୁଦ୍ଧିର ଦେବତା ବୃହସ୍ପତି ଏକାଠି ରହିଲେ ଗୁରୁ-ଚଣ୍ଡାଳ ଯୋଗ ସୃଷ୍ଟି ହୋଇଥାଏ।

ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ଗୁରୁ-ଚଣ୍ଡାଳ ଯୋଗ ସୃଷ୍ଟି ହୁଏ ତେବେ ତାଙ୍କ ଜୀବନ ଉପରେ ଅନେକ ନକାରାତ୍ମକ ପ୍ରଭାବ ପଡ଼ିବା ସହ ତାଙ୍କୁ ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ କୁଣ୍ଡଳୀରେ ଗୁରୁ-ଚଣ୍ଡାଳ ଯୋଗ ସୃଷ୍ଟି ହେଉଛି ତେବେ ତାଙ୍କର ସମସ୍ୟାର ଅନ୍ତ ନାହିଁ । ଯଦି କୌଣସି ବ୍ୟକ୍ତିର ଚରିତ୍ର ଉପରେ ଲଗାତାର କଳଙ୍କ ଲାଗି ରହିଥାଏ ତେବେ ବୁଝନ୍ତୁ ଏହା ହେଉଛି ଗୁରୁ-ଚଣ୍ଡାଳ ଯୋଗର ପ୍ରଭାବ ।

ଯେଉଁଥିପାଇଁ ସେ ସାରା ଜୀବନ ଅଶାନ୍ତିରେ ରହିପାରନ୍ତି । ଏହା ବ୍ୟତୀତ ଯଦି ବ୍ୟକ୍ତିକୁ ବନ୍ଧୁ, ପରିବାର, ସମ୍ପତ୍ତି କିମ୍ବା ଘରର ସୁଖ ମିଳୁନାହିଁ ତେବେ ଏହା ଗୁରୁ-ଚଣ୍ଡାଳ ଯୋଗର ପ୍ରଭାବ ହୋଇପାରେ ।ଖାଲି ସେତିକି ନୁହେଁ, ଯଦି କୌଣସି ପ୍ରତିଭାବାନ ଛାତ୍ର ପାଠପଢ଼ାରେ ସଫଳତା ହାସଲ କରିପାରୁ ନାହାନ୍ତି କିମ୍ବା ଚାକିରି ପାଇବାରେ ଯଦି କୌଣସି ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ତେବେ ଏହା ଗୁରୁ-ଚଣ୍ଡାଳ ଯୋଗର ପ୍ରଭାବ।

ଏହି ରାଶିମାନଙ୍କ ଉପରେ ଗୁରୁ-ଚଣ୍ଡାଳ ଯୋଗର ପ୍ରଭାବ ଅଦିକ ପଡିଥାଏ

କେବଳ ଏତିକି ନୁହେଁ, ଗୁରୁ-ଚଣ୍ଡାଳ ଯୋଗ ବାପା-ପୁଅଙ୍କ ସମ୍ପର୍କକୁ ମଧ୍ୟ ପ୍ରଭାବିତ କରିଥାଏ, ଯେଉଁକାରଣରୁ ସେମାନଙ୍କର ପାରସ୍ପରିକ ସମ୍ପର୍କ ଠିକ୍ ନଥାଏ। ବ୍ୟକ୍ତିଙ୍କୁ ସହଜ ନିଷ୍ପତ୍ତି ନେବାରେ ମଧ୍ୟ ଅସୁବିଧା ହେବା ଆରମ୍ଭ ହୋଇଯାଏ । ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ଏହି ଗୁରୁ-ଚଣ୍ଡାଳ ଯୋଗର ସର୍ବାଧିକ ପ୍ରଭାବ ମେଷ, ବୃଷ, ସିଂହ, କନ୍ୟା, ବିଛା, କୁମ୍ଭ ଓ ମୀନ ରାଶିର ବ୍ୟକ୍ତିଙ୍କ ଉପରେ ଦେଖିବାକୁ ମିଳିଥାଏ।

Get real time updates directly on you device, subscribe now.