fbpx

ଏହି କମ୍ପାନୀରେ ରହିଛି ଅଜବ ନିୟମ, ମଶା ଓ ମାଛିଙ୍କ ଆତ୍ମା ପାଇଁ କରାହୁଏ ଶାନ୍ତି ପ୍ରାର୍ଥନା !

ଓଡ଼ିଶା ଭାସ୍କର: କଥାରେ ଅଛି ଘୋଡ଼ା ଯଦି ଘାସ ସହ ବନ୍ଧୁତା କରିବ ତେବେ ଖାଇବ କ’ଣ ? ବିଶ୍ୱରେ ଏପରି ଅନେକ କମ୍ପାନୀ ରହିଛି ଯେଉଁମାନେ ମଶା, ମାଛି ଭଳି ଅନ୍ୟ କୀଟକୁ ନେଇ ବ୍ୟବସାୟ କରିଥାନ୍ତି । ଏବଂ ଏପରି କମ୍ପାନୀ ଯଦି କୀଟଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିବ ତେବେ କଥା ସରିଲା । ସେହିପରି ଏକ କମ୍ପାନୀ ହେଉଛି ଜାପାନ ସ୍ଥିତ Earth Corporation । ଏହା ଏକ କୀଟନାଶକ(Pesticide) ଇଣ୍ଡଷ୍ଟ୍ରୀ ଯାହା ପ୍ରସିଦ୍ଧ ଏବଂ ୧ନମ୍ବର ସ୍ଥାନରେ ରହିଛି । ପ୍ରତିବର୍ଷ ଏହି କମ୍ପାନୀ ଦ୍ୱାରା ମନ୍ଦିରରେ ଏକ ସମାରୋହର ଅୟୋଜନ କରିଥାଏ ଯେଉଁଠି ମଶା, ମାଛି, ଅସରପା, ଟିଙ୍କ ଭଳି ଅନ୍ୟାନ୍ୟ କୀଟମାନଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରାହୁଏ ।

ଏହା ପଛରେ କ’ଣ ରହିଛି କାରଣ ?

Earth Corporation କମ୍ପାନୀର କହିବାନୁଯାୟୀ ସେମାନଙ୍କ ସର୍ବୋତ୍ତମ ଉତ୍ପାଦନର ଗବେଷଣା ପାଇଁ ମଶା, ମାଛି, ଅସରପା, ଟିଙ୍କ ଭଳି ଅନେକ କୀଟମାନଙ୍କ ପରୀକ୍ଷା କରାଯାଇଥାଏ । ଏହି ପରୀକ୍ଷା ସମୟରେ ଅନେକ କୀଟମାନଙ୍କ ଜୀବନ ଚାଲିଯାଏ । ତେବେ ଆକୋ ସିଟିର ମାୟୋଦୋଜୀ ମନ୍ଦିରରେ ଏହି କୀଟଙ୍କ ସମ୍ମାନରେ ପ୍ରାର୍ଥନା ସଭା ଆୟୋଜିତ ହୋଇଥାଏ । ଏହି ସଭାରେ କମ୍ପାନୀର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥାନ୍ତି ଏବଂ ଜଣେ ପୂଜକ ପ୍ରାର୍ଥନା ମଧ୍ୟ କରିଥାନ୍ତି । ଏହା ବ୍ୟତୀତ ମୃତ କୀଟଙ୍କ ଫଟୋ ରେକର୍ଡ଼ ପାଇଁ ମଧ୍ୟ ରଖାଯାଇଥାଏ । ପ୍ରତି ବର୍ଷ ଏହି କମ୍ପାନୀ ଏଭଳି ଗବେଷଣା ପାଇଁ ମଶାଙ୍କ ଓ ମାଛିଙ୍କ ସହ ୧୦ ଲକ୍ଷ ଅସରପା ଓ ୧ କୋଟିରୁ ଉଦ୍ଧ୍ୱର୍ ଟିଙ୍କ ଉତ୍ପାଦନ କରିଥାନ୍ତି । କହିରଖୁଛୁ ବଜାରରେ ଉପଲବ୍ଧ ହେଉଥିବା ବିଭିନ୍ନ ପ୍ରକାର କୀଟନାଶକ ଉତ୍ପାଦନ ଏଭଳି ପରୀକ୍ଷଣର ଅଂଶବିଶେଷ ।

Get real time updates directly on you device, subscribe now.