3rd ଟେଷ୍ଟ ହରାଇବ ଏହି Decission ? ୧୦ ବର୍ଷ ପରେ ଏମିତି ନିଷ୍ପତ୍ତି ନେଲା ଟିମ ଇଣ୍ଡିଆ, ପଡ଼ିପାରେ ମହଙ୍ଗା

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ବର୍ତ୍ତମାନ ଭାରତ ପାଇଁ ଆହୁରି କଷ୍ଟକର ହେବାରେ ଲାଗିଛି । ୨ଟି ଟେଷ୍ଟ ପରେ ୧-୧ରେ ସିରିଜ ବରାବର ରହିଥିବା ବେଳେ ଆଜି ଆରମ୍ଭ ହୋଇଛି ତୃତୀୟ ଟେଷ୍ଟ । ତେବେ ଏହି ଟେଷ୍ଟରେ ଭାରତ ଏକ ବଡ଼ ନିଷ୍ପତ୍ତି ନେଇଛି । ୧୦ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ପ୍ରଥମ ଥର ଏଭଳି ନିଷ୍ପତ୍ତି ନେଇଛନ୍ତି ଅଦିନାୟକ ରୋହିତ । ତେଣୁ ଦଳ ପାଇଁ ଏହା କେତେ ସଫଳ ପାଲଟିବ, ସେ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ୧୦ ବର୍ଷ ପରେ ଅଧିନାୟକ ରୋହିତ ପ୍ରଥମ ଥରପାଇଁ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଛି ।

ବ୍ରିସବେନରେ ଆଜିଠାରୁ ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଆରମ୍ଭ ହୋଇଯାଇଛି । ମ୍ୟାଚ୍ ପୂର୍ବରୁ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ପକାଇଥିଲେ । ତେବେ ଏଥିରେ ଭାରତର ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲେ । ଏହାସହିତ ଟିମ ଇଣ୍ଡିଆ ଅଦିନାୟକ ଭାବରେ ୧୦ ବର୍ଷର ଏକ ପରମ୍ପରାକୁ ଭାଙ୍ଗି ଦେଇଛନ୍ତି ରୋହିତ ଶର୍ମା । ଏହି ୧୦ ବର୍ଷ ଭିତରେ ଭାରତର କୌଣସି ଧିନାୟକ ବିଦେଶୀ ଗ୍ରାଉଣ୍ଡରେ ଟସ୍ ଜିତି ବୋଲିଂ ପାଇଁ ନିଷ୍ପତ୍ତି ନେଇନାହାନ୍ତି । ୨୦୧୪ ମସିହା ପରେ ଆଜି ରୋହିତ ପ୍ରଥମ ଥର ବିଦେଶୀ ପିଚ୍ ରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାପୂର୍ବରୁ ୨୦୧୪ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ୱେଲିଂଟନ୍ ଟେଷ୍ଟରେ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ସୂଚନା ଥାଉ କି, ଅଷ୍ଟ୍ରେଲିଆ ବିପକ୍ଷରେ ଟିମ ଇଣ୍ଡିଆ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେବା ଅନେକ ଥର ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଭାରତ ମୋଟ ୮ଟି ମ୍ୟାଚ ଖେଳିଥିବା ବେଳେ ୪ଟି ମ୍ୟାଚରେ ଟିମ ଇଣ୍ଡିଆ ପରାସ୍ତ ହୋଇଛି । ତେବେ ବାକି ୪ଟି ମ୍ୟାଚ୍ ଡ୍ର’ ରହିଛି । କିନ୍ତୁ କୌଣସି ମ୍ୟାଚରେ ଭାରତ ବିଜୟ ହାସଲ କରିବାରେ ସଫଳ ହୋଇନାହିଁ । ତେଣୁ ରୋହିତଙ୍କ ଏହି ନିଷ୍ପତ୍ତି ଟିମ ଇଣ୍ଡିଆ ପାଇଁ କେଉଁ ପରିଣାମ ଆଣିବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ଖେଳିବା ପାଇଁ ଭାରତକୁ ବାକି ସମସ୍ତ ମ୍ୟାଚ୍ ବିଜୟୀ ହେବାକୁ ପଡ଼ିବ । ତେଣୁ ଟିମ ଇଣ୍ଡିଆ ଉପରେ ସମସ୍ତଙ୍କ ନଜର ।