fbpx
BSKY
BJD MC SKY
BJD YOUTH SKY

କୁଣ୍ଡଳୀର ଏହି ଦୋଷ ଛଡ଼ାଇନେବ ଜୀବନର ସମସ୍ତ ସୁଖ, ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ: ଜୀବନରେ ବେଳେବେଳେ ଅନେକ ଅସୁବିଧା ସାମ୍ନାକୁ ଆସିଥାଏ । ପ୍ରତ୍ୟେକ କାମରେ ଅନାବଶ୍ୟକ ବାଧା ଆସିବା ଆରମ୍ଭ ହୋଇଥାଏ । ବାହାଘର ହୋଇପାରେ ନାହିଁ ବା କାମଧନ୍ଦା ବନ୍ଦ ହୋଇଯାଏ । ଜୀବନକୁ ପୁଣି ଥରେ ଠିକ୍ ରାସ୍ତାକୁ ଆଣିବାର ସମସ୍ତ ପ୍ରୟାସ ବିଫଳ ହେଉଥିବା ମନେ ହୁଏ । ପ୍ରତ୍ୟେକ ଦିନ ଖରାପ ହେବାକୁ ଲାଗିଥାଏ । ଯଦି ଆପଣଙ୍କ କୁଣ୍ଡଳୀରେ ପିତୃ ଦୋଷ ଅଛି, ତେବେ ଏହା ତାର ସଂକେତ ହୋଇପାରେ । ଏହାର ଅର୍ଥ ଆପଣଙ୍କ ପୂର୍ବଜ ବା ପିତୃପୁରୁଷ ଆପଣଙ୍କ ଉପରେ ରାଗିଛନ୍ତି । ପିତୃପୁରୁଷଙ୍କ ରାଗ ଶାନ୍ତ କରିବାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ୍ । ନଚେତ୍ ପିତୃ ଦୋଷ ଭଲ ଜୀବନକୁ ବି ବର୍ବାଦ କରିଦିଏ ।

ପିତୃ ଦୋଷ ଦୂର କରିବା ପାଇଁ ପିତୃ ପକ୍ଷ ସମୟ ଅତ୍ୟନ୍ତ ଶୁଭ ହୋଇଥାଏ, କିନ୍ତୁ ପ୍ରତି ମାସରେ ପଡୁଥିବା ଅମ୍ରାବାସ୍ୟା ବି ପିତୃପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ । ଏଥିପାଇଁ ପିତୃ ଦୋଷ ଦୂର କରିବା ପାଇଁ ଅମାବାସ୍ୟା ତିଥି ବହୁତ ଭଲ । ହିନ୍ଦୁ କ୍ୟାଲେଣ୍ଡର ଅନୁସାରେ, ଫାଲଗୁନ ମାସର ଅମାବାସ୍ୟା ତିଥି ୨ ମାର୍ଚ୍ଚ ୨୦୨୨ ବୁଧବାର ଦିନ ପଡୁଛି । ଯଦି ଆପଣଙ୍କ କୁଣ୍ଡଳୀରେ ପିତୃ ଦୋଷ ରହିଛି, ତେବେ ଏହି ଦିନ କିଛି ସହଜ ଉପାୟ ଆପଣାଇ ଏଥିରୁ ମୁକ୍ତି ପାଆନ୍ତୁ ।

ପିତୃ ଦୋଷରୁ ମୁକ୍ତି ପାଇବାର ଉପାୟ

– ଅମାବାସ୍ୟା ଦିନପିତୃ ଦୋଷ ଦୂର କରିବାକୁ ଶ୍ରାଦ୍ଧ ଓ ଦାନ କରନ୍ତୁ । ଏଥିରେ ପିତୃପୁରୁଷମାନେ ସନ୍ତୁଷ୍ଟ ହେବେ ଓ ସେମାନଙ୍କ ଆର୍ଶୀବାଦରୁ ଜୀବନର ସମସ୍ତ କଷ୍ଟ ଦୂର ହେବ ।

– ଅମାବାସ୍ୟାରେ କୌଣସି ଗରିବଙ୍କୁ ଖାଇବାକୁ ଦିଅନ୍ତୁ । ଖାଇବାରେ ତାଙ୍କୁ ଖିରି ଅବଶ୍ୟ ଦିଅନ୍ତୁ । ତାଙ୍କୁ ନିଜର ସାମର୍ଥ ହିସାବରେ ଦାନ କରନ୍ତୁ । ଏଥିରେ ବି ପିତୃପୁରୁଷମାନେ ସନ୍ତୁଷ୍ଟ ହୁଅନ୍ତି ।

– ପିତୃ ଦୋଷ ଦୂର କରିବାକୁ ଅମାବାସ୍ୟା ଦିନ ଓସ୍ତ ଗଛର ପ୍ଲାଣ୍ଟ ଲଗାଇବା ପ୍ରଭାବଶାଳୀ ଉପାୟ । ଏହି ଗଛ ଲଗାଇବା ସହିତ ଏହାର ଯତ୍ନ ମଧ୍ୟ ନିଅନ୍ତୁ ।

– ପ୍ରତି ଅମାବାସ୍ୟା ଦିନ ଓସ୍ତ ଗଛ ମୂଳରେ ମିଠା ଜଳ ଚଢ଼ାନ୍ତୁ । ଏହା ସହ ସୋରିଷ ତେଲରେ ଦୀପ ଜଳାନ୍ତୁ । ଏପରି କରିବା ଦ୍ୱାରା ଅନେକ ମୁକ୍ତି ମିଳିଥାଏ ।

– ପ୍ରତିଦିନ ଗ୍ରାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ପିତୃ ଦୋଷର ପ୍ରଭାବ କମିଯାଇଥାଏ ।

Get real time updates directly on you device, subscribe now.