fbpx
BJD SKY
BJD SKY

୧୪ ବର୍ଷୀୟା ଆଦିବାସୀ ଝିଅ ସହ ୪ ବର୍ଷରେ ୨ଥର ଗଣଦୁଷ୍କର୍ମ, ୪୦୦ ଟଙ୍କା ପାଇଁ ୨ଜଣ ଲୁଚାଇଲେ ପ୍ରମାଣ

BJD

ଜଶପୁର: ଗୋଟିଏ ୧୪ ବର୍ଷୀୟା ଝିଅ ସହିତ ୪ ବର୍ଷରେ ଦୁଇ-ଦୁଇ ଥର ଗଣଦୁଷ୍କର୍ମ ହୋଇଥିବା ଖବର ସାମନାକୁ ଆସିଛି । ଘଟଣା ସମ୍ପର୍କରେ ଶୁଣିବା ପରେ ପୋଲିସ୍ ବି ତାଜୁବ୍ ହୋଇଯାଇଛି । ନାବାଳିକା ଜଣକ ଘଟଣାର ଖୁଲାସା କରି କହିଛନ୍ତି ଯେ, ତାଙ୍କ ସହିତ ୧୦ ବର୍ଷ ବୟସରେ ଗଣଦୁଷ୍କର୍ମ ହୋଇଥିଲା । ପୋଲିସ୍ ଦୁଇଟିଯାକ ମାମଲାକୁ ରୁଜୁ କରି ତଦନ୍ତ କରୁଛି । ଏହିଭଳି ଏକ ଘଟଣା ଛତିଶଗଡ଼ରୁ ସାମନାକୁ ଆସିଛି । ଏହି ମାମଲାରେ ୧୧ ଜଣ ଅଭିଯୁକ୍ତ ଥିବା ବେଳେ ଏଥିରେ ଜଣେ ନାବାଳକ ବି ସମ୍ପୃକ୍ତ ରହିଛି । ଦୁଇଟି ଯାକ ମାମଲାରେ ୯ ଜଣ ଲୋକ ଘଟଣା ଘଟାଇଛନ୍ତି । ଏଥିରେ ୩ ଜଣ ଅଭିଯୁକ୍ତ ଉଭୟ ମାମଲାରେ ସାମିଲ ରହିଛନ୍ତି । ଏହାସହ ଅନ୍ୟ ଦୁଇ ଜଣ ପୂର୍ବରୁ ମାମଲାକୁ ଲୁଚାଇବାକୁ ୨୦୦-୨୦୦ ଟଙ୍କା ଲେଖାଏଁ ନେଇ ଚୁପ୍ ହୋଇଯାଇଛନ୍ତି ।

ସୁଚନା କ୍ରମେ, ଫେବୃଆରୀ ୧୭ ରେ ନାବାଳକଙ୍କ ସମେତ ୬ ଜଣ ବ୍ୟକ୍ତି ୧୪ ବର୍ଷର ନାବାଳିକାକୁ ଗଣଦୁଷ୍କର୍ମ କରିଥିଲେ । ସେହି ସମୟରେ ନାବାଳିକା ଜଣକ ଏକ ବିବାହ ଉତ୍ସବରେ ସାମିଲ ହେବାକୁ ଯାଇଥିବା ସମୟରେ ଏହି ଘଟଣା ଘଟିଥିଲା । ଏହା ପରେ ପୀଡିତାଙ୍କୁ ହସ୍ପିଟାଲକୁ ଅଣାଯାଇଥିଲା ଏବଂ ସେଠାରୁ ତାଙ୍କୁ ଚିକିତ୍ସା ପାଇଁ ଯଶପୁର ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା। ଏହି ମାମଲାର ତଦନ୍ତ ବେଳେ ପୀଡିତା ଜଣକ ୨୦୧୮ ରେ ତାଙ୍କ ସହ ଗଣବଳାତ୍କାର ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ ଏବଂ ଏହା ପରେ ପୋଲିସ ଦୁଇଟି ପୃଥକ ଗଣବଳାତ୍କାର ମାମଲା ରୁଜୁ କରିଥିଲା।

୨୦୧୮ ଗ୍ୟାଙ୍ଗ ବଳାତ୍କାର ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି ଏବଂ ଫେବୃଆରୀ ୧୭ ରେ ମାମଲାରେ ୧ ନାବାଳକ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି। ଉଭୟ ମାମଲାରେ ପୋଲିସ ସମସ୍ତ ଅଭିଯୁକ୍ତକୁ ଗିରଫ କରିଛି। ଏଥି ସହ ଏହି ମାମଲାରେ ପ୍ରମାଣ ଲୁଚାଇ ଥିବାରୁ ଦୁଇ ଜଣଙ୍କୁ ବାନ୍ଧିଛି ପୋଲିସ୍ ।

Get real time updates directly on you device, subscribe now.