fbpx

Breaking; ୧୨ ଘଣ୍ଟା ପାଇଁ ବନ୍ଦ ରହିବ ଓଡ଼ିଶାର ଏହି ଜିଲ୍ଲା: ଜାଣନ୍ତୁ କାହିଁକି…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୧୨ ଘଣ୍ଟା ପାଇଁ ନବରଙ୍ଗପୁର ଜିଲ୍ଲା ବନ୍ଦ ରହିବ । ୬ ଦଫା ଦାବି ନେଇ ଏହି ବନ୍ଦ ପାଳନ କରୁଛି ଜିଲ୍ଲା ବିଜେପି ଯୁବମୋର୍ଚ୍ଚା । ସକାଳ ୬ଟାରୁ ୧୨ ଘଣ୍ଟା ପର୍ଯ୍ୟନ୍ତ ଅର୍ଥାତ୍ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମଗ୍ର ଜିଲ୍ଲା ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜିଲ୍ଲାର ସ୍ଥାନେ ସ୍ଥାନେ ରାସ୍ତା ଅବରୋଧ ହୋଇଥିବାରୁ ଗମନାଗମନ ତଥା ଅନ୍ୟାନ୍ୟ କାର୍ଯ୍ୟ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି ।

ନବରଙ୍ଗପୁରରେ ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସକାଳ୬ରୁ ବନ୍ଦ ପାନ କରାଯାଉଛି । ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ବେକାରୀ ସମସ୍ୟା ଇତ୍ୟାଦି ସମେତ ମୋଟ ୬ଟି ଦଫା ଦାବି କରି ନବରଙ୍ଗପୁର ବନ୍ଦ କରିଛି ଜିଲ୍ଲା ବିଜେପି । ଜିଲ୍ଲାର ଚାଉଁରିଆଗଡ଼, ମାଜିଗୁଡ଼ା ଇତ୍ୟାଦିରେ ୁବମୋର୍ଚ୍ଚା ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳଛି । ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୌଳିକ ସେବାରେ ବିଳମ୍ବ କିମ୍ବା ସମ୍ପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି ।

Get real time updates directly on you device, subscribe now.