fbpx

୩୨ ବର୍ଷ ପରେ ଦୀପାବଳିରେ ୫ଟି ଗ୍ରହର ଦୁଲର୍ଭ ସଂଯୋଗ: ୨ ରାଶିର ବ୍ୟକ୍ତି ହେବେ ଲାଭବାନ୍, ଜାଣନ୍ତୁ କେଉଁ ରାଶିକୁ ସତର୍କବାଣୀ?

ଭାରତବର୍ଷରେ ଦିନ୍ଦୁମାନଙ୍କ ଦ୍ୱାରା ପାଳନ ହେଉଥିବା ବଡ ପର୍ବ ମଧ୍ୟରେ ଦୀପାବଳି ଅନ୍ୟତମ । ଚଳିତବର୍ଷ ଏହା ନଭେମ୍ବର ୧୪ ଶନିବାର ଦିନ ପଡୁଛି ।ଦୀପାବଳିର ସନ୍ଧ୍ୟା ୭ଟା ବେଳେ ମଙ୍ଗଳ ମୀନ ରାଶିରେ ରହିବ । ୨୩ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ମଙ୍ଗଳ ଏହି ରାଶିରେ ରହିବ । ଏହା ପରେ ଏହି ଗ୍ରହ ନିଜ ରାଶି ମେଷରେ ପ୍ରବେଶ କରିବ । ଜ୍ୟୋତିଷଶାସ୍ତ୍ର ଅନୁସାରେ, ପ୍ରାୟ ୩୨ ବର୍ଷ ପରେ ଦୀପାବଳିରେ ସୂର୍ଯ୍ୟ, ଚନ୍ଦ୍ର, ମଙ୍ଗଳ, ବୁଧ ଓ ଶୁକ୍ରର ଏକ ଦୁଲର୍ଭ ସଂଯୋଗ ହେବାକୁ ଯାଉଛି । ୩୨ ବର୍ଷ ପୂର୍ବରୁ ଅର୍ଥାତ୍, ୧୯୮୮ ମସିହା ନଭେମ୍ବର ୯ରେ ଏପରି ସଂଯୋଗ ହୋଇଥିଲା ।

ଚଳିତ ଦୀପାବଳିରେ ଶନି ମକର ଓ ଗୁରୁ ଧନୁ ରାଶିରେ ରହିବେ, ଫଳରେ ସେମାନଙ୍କର ବ୍ୟବସାୟରେ ଭଲ ଲାଭ ହେବ । ସମସ୍ତ ରାଶି ଉପରେ ମଙ୍ଗଳ ପ୍ରଭାବ ପଡିବାରୁ ମେଷ ରାଶି ପାଇଁ ସତର୍କ ସୂଚନା ଦିଆଯାଇଛି । ଏହା ସହ ବୃଷ ଓ କୁମ୍ଭ ରାଶିର ଲୋକେ ଲାଭବାନ୍ ହେବାର ସମ୍ଭାବନା ରହିଛି ।

ତେବେ ଆସନ୍ତୁ ଜାଣିବା ସମସ୍ତ ରାଶି ବିଷୟରେ…

ମେଷ- ଦ୍ୱାଦଶ ମଙ୍ଗଳ ଆପଣଙ୍କୁ ଋଣରୁ ଦୂରରେ ରହିବାକୁ ସୂଚାଉଛି । ବିବାଦରୁ ଦୂରରେ ରୁହ ଏବଂ ଶରୀରର ଯତ୍ନ ନିଅ ।

ବୃଷ – ଏକାଦଶ ମଙ୍ଗଳ ଆପଣଙ୍କ ପାଇଁ ଲାଭଦାୟକ ହେବ । ସମସ୍ତ କାର୍ଯ୍ୟ ସମାପ୍ତ ହେବ । ବିବାଦୀୟ ମାମଲାରେ ବିଜୟ ହେବ । ଚାକିରିରେ ଅଗ୍ରଗତିର ସମ୍ଭାବନା ଅଛି ।

ମିଥୁନ – ଦଶମ ମଙ୍ଗଳ ବିବାହରେ ଆସୁଥିବା ବାଧା ଏବଂ ଅନ୍ୟାନ୍ୟ ଶୁଭ କାର୍ଯ୍ୟରୁ ମୁକ୍ତି ଦେବ । ନୂତନ ଘର, ଯାନ ପ୍ରାପ୍ତ ହୋଇପାରିବ । କାର୍ଯ୍ୟ ଠିକ୍ ସମୟରେ ହେବ ।

କର୍କଟ- ନବମ ମଙ୍ଗଳ ଆପଣଙ୍କୁ ଖୁସି ଦେବ । ଋଣରୁ ମୁକ୍ତି ପାଇବେ ଓ କାର୍ଯ୍ୟ ବିସ୍ତାର କରିବାରେ ସଫଳ ହେବେ । ଆୟ ପାଇଁ ସଂଗ୍ରାମ ଶେଷ ହେବ ।

ସିଂହ- ଅଷ୍ଟମ ମଙ୍ଗଳ ଆପଣଙ୍କୁ କିଛି ବିଚଳିତ କରିପାରେ । ତେଣୁ ଭାବି ଚିନ୍ତି ଓ କଠିନ ପରିଶ୍ରମ କର । ଯାତ୍ରା କରିବାର ଯୋଗ ରହିଥିବା ବେଳେ ସ୍ୱାସ୍ଥ୍ୟ ଦୁର୍ବଳ ରହିବାର ସମ୍ଭାବନା ଅଛି ।

କନ୍ୟା – ସପ୍ତମ ମଙ୍ଗଳ ଆପଣଙ୍କ ପାଇଁ ସମସ୍ୟା ବଢାଇପାରେ । ବିନା କାରଣରେ ଭୟ ରହିବ । କାର୍ଯ୍ୟରେ ଆଗ୍ରହୀ ରୁହନ୍ତୁ ଓ କାହାଠାରୁ ସହଯୋଗ ଆଶା କରନ୍ତୁ ନାହିଁ ।

ତୁଳା- ଷଷ୍ଠ ଘରେ ମଙ୍ଗଳ ଆପଣଙ୍କୁ ଆଶା ମୁତାବକ ଫଳ ଦେବ ନାହିଁ । ଏବେ ଧର୍ମ ଉପରେ ଜୀବନ ଜିଇଁବାର ସମୟ । କ୍ରୋଧରୁ ଦୂରେଇ ରୁହନ୍ତୁ ।

ବିଛା- ପଞ୍ଚମ ଘରେ ମଙ୍ଗଳ ଆପଣଙ୍କୁ ସମସ୍ତ ପ୍ରକାର ସୁଖ ଦେବ । ଋଣଭାରରୁ ମୁକ୍ତି ମିଳିବ । ନୂତନ କାର୍ଯ୍ୟ କରିବାର ସୁଯୋଗ ପାଇବେ ।

ଧନୁ – ଚତୁର୍ଥ ଘର ମଙ୍ଗଳ ଆପଣଙ୍କ ପାଇଁ ଭଲ ନୁହେଁ । ଆପଣଙ୍କୁ ସଂଯମତା ସହ ସମୟ ଅତିବାହିତ କରିବାକୁ ପଡିବ । ଆବଶ୍ୟକ କାର୍ଯ୍ୟଗୁଡ଼ିକୁ ସ୍ଥଗିତ ରଖିବା ଆପଣଙ୍କ ପାଇଁ ଠିକ୍ । ଯଦି ଆବଶ୍ୟକ ହୁଏ, ତେବେ ବିଶେଷଜ୍ଞଙ୍କଠାରୁ ପରାମର୍ଶ ନିଅନ୍ତୁ ।

ମକର – ତୃତୀୟ ଘରେ ମଙ୍ଗଳ ଆପଣଙ୍କ ପାଇଁ ସ୍ୱାଭାବିକ ରହିବ । କାର୍ଯ୍ୟରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।

କୁମ୍ଭ – ୨ୟ ଘରେ ମଙ୍ଗଳ ଶୁଭ ହେବ । ସମ୍ପର୍କରେ ଲାଭ ପାଇବେ । ଏକ ନୂତନ ଲାଭଜନକ ପରିସ୍ଥିତି ଘଟିବ । କାର୍ଯ୍ୟ ବୃଦ୍ଧି ପାଇବ ଓ ଲାଭବାନ୍ ହେବ ।

ମୀନ – ଏହି ରାଶିରେ ମଙ୍ଗଳ ଅଛି । ଯେଉଁମାନେ ବିଦେଶ ଯିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଏହା ଲାଭଦାୟକ ହେବ । କାର୍ଯ୍ୟ ଠିକ୍ ସମୟରେ ଶେଷ ହେବ । ବ୍ୟବସାୟ ଭଲ ହେବ ।

Get real time updates directly on you device, subscribe now.