ଭୁଲରେ ବି ରାସ୍ତା ଭୁଲିବାକୁ ଦେବ ନାହିଁ Google Mapsର ଏହି ବୈଶିଷ୍ଟ୍ୟ : ଜାଣନ୍ତୁ ଏହାର ବିଶେଷତା

ନୂଆଦିଲ୍ଲୀ : Google Mapsର ବ୍ୟବହାର ଅଧିକାଂଶ ଲୋକେ କରନ୍ତି । ଏହା ସାହାର୍ଯ୍ୟରେ ଲୋକେ ଠିକ ସମୟରେ ଏବଂ ଦ୍ରୁତତମ ମାର୍ଗରେ ନିଜର ଲୋକେସନରେ ପହଞ୍ଚିପାରିବେ । କିନ୍ତୁ ଅନେକ ଥର କେତେକ ସ୍ଥାନରେ ଇଣ୍ଟରନେଟ ନଥିବା ଯୋଗୁଁ ଗୁଗୁଲ ମ୍ୟାପ କାମ କରେ ନାହିଁ । ଏଭଳି ପରିସ୍ଥିତିରେ ଆପଣ ରାସ୍ତା ଭୁଲି ଯାଇ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ତେଣୁ ଆପଣ ଯେମିତି ଏଭଳି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥିପାଇଁ ଗୁଗୁଲ ମ୍ୟାପର ଏପରି ଏକ ବୈଶିଷ୍ଟ୍ୟ ବିଷୟ କହିବୁ ଯାହା କି ଏଭଳି ଅସୁବିଧାରେ କାମରେ ଆସିବ ।

Google Mapsର ଏହି ଫିଚରରେ ଆପଣ ଇଣ୍ଟରନେଟ ବ୍ୟବହାର ନକରି ବି ଠିକ ସ୍ଥାନରେ ପହଞ୍ଚି ପାରିବେ । ଯେତେବେଳେ ଆପଣ ନେଟୱାର୍କ କଭରେଜ ଏରିୟା ବାହାରେ ଥିବେ କିମ୍ବା ଆପଣଙ୍କ ଇଣ୍ଟରନେଟ ପ୍ଲାନ ସରି ଯାଇଥିବ, ସେତେବେଳେ ବି ଆପଣ ଏହି ଫିଚର ବ୍ୟବହାର କରି ଟିକ ସ୍ଥାନରେ ପହଞ୍ଚି ପାରିବେ ଏବଂ ଏହା ସାହାଯ୍ୟରେ ଠିକ ସ୍ଥାନରେ ପହଞ୍ଚିବା ପାଇଁ ଆପଣଙ୍‌କୁ ବହୁତ କମ ସମୟ ବି ଲାଗିବ ।

ଏହି ଫିଚରର ବ୍ୟବହାର ପାଇଁ ବ୍ୟବହାରକାରୀଙ୍କୁ ନିଜର ଗୁଗୁଲ ମ୍ୟାପର ସର୍ଚ୍ଚବାରରେ Ok Maps ଲେଖିବାକୁ ହେବ । ଏହା ପରେ ମେପକୁ ଡାଉନଲୋଡ କରିବାର ଅପସନ ଆସିବ । ଏହି ମ୍ୟାପକୁ ଡାଉନଲୋଡ କରିବା ପରେ ଆପଣ ଅଫଲାଇନ ଅଥବା ଇଣ୍ଟରନେଟ ବିନା ଏହାକୁ ବ୍ୟବହାର କରିପାରିବେ । ଏହି ମ୍ୟାପଟି ଇଣ୍ଟରନେଟର ସାହାଯ୍ୟ ବିନା ବହୁତ ଶୀଘ୍ର କାମ କରେ । ଏହା ସାହାଯ୍ୟରେ ଆପଣ ଅତି ଶୀଘ୍ର ନିଜର ଲକ୍ଷସ୍ଥଳରେ ପହଞ୍ଚି ପାରିବେ ।