fbpx

ଗରମରେ ଏହି ବିଷାକ୍ତ ଗ୍ୟାସ୍ ବ୍ୟାପିବାରୁ ଜୀବନ ପ୍ରତି ବଢ଼ୁଛି ବିପଦ: CSEରୁ ଆଶ୍ଚର୍ଯ୍ୟକର ଖୁଲାସା

ନୂଆଦିଲ୍ଲୀ:ଗତ କିଛି ଦଶନ୍ଧି ଧରି ଆମେ ଗ୍ଲୋବାଲ ୱାର୍ମିଙ୍ଗ ପ୍ରଭାବର ସାମ୍ନା କରୁଛୁ, କିନ୍ତୁ ଏବେ ଏହା ବିପଜ୍ଜନକ ସ୍ତରରେ ପହଞ୍ଚିଛି । Center For Science And Environment ଅର୍ଥାତ୍ CSEର ତାଜା ରିପୋର୍ଟ ଅନୁସାରେ, ଏହି ଗ୍ରୀଷ୍ମ ଋତୁରେ ବିଷାକ୍ତ ଓଜୋନ ବିସ୍ତାର ଯୋଗୁଁ ସମସ୍ୟା ବଢ଼ିବାରେ ଲାଗିଛି ।

ଏହି ରିପୋର୍ଟ ଅନୁସାରେ, ଓଜୋନ୍ ଅତ୍ୟଧିକ ବିଷାକ୍ତ ଗ୍ୟାସ୍ ଶ୍ରେଣୀରେ ଆସୁଛି, ଯାହା ଲୋକଙ୍କଠାରେ ଆଜ୍ମା ଏବଂ ଶ୍ୱାସକ୍ରିୟା ସମ୍ବନ୍ଧୀୟ ରୋଗର କାରଣ ହୋଇପାରେ । ଦିଲ୍ଲୀ-ଏନସିଆରର ୧୬ ଟି ଷ୍ଟେସନ୍ ମାର୍ଚ୍ଚ-ଏପ୍ରିଲରେ ଦୈନିକ ମାନକରୁ ଅଧିକ ଥିଲା ଓ ଏହା ପୂର୍ବ ବର୍ଷ ତୁଳନାରେ ୩୩% ବୃଦ୍ଧି ହୋଇଛି ।

୨୦୨୨ ର ଗରମ ଚଳିତ ବର୍ଷ ଅନେକ ରେକର୍ଡ ଭାଙ୍ଗିଛି ଏବଂ ଉତ୍ତାପ ଦୃଷ୍ଟିରୁ ଏକ ନୂଆ ଇତିହାସ ସୃଷ୍ଟି କରିଛି । ଉତ୍ତାପ ବୃଦ୍ଧି ସହିତ ଚଳିତ ବର୍ଷ ଓଜୋନରେ ମଧ୍ୟ ବ୍ୟାପକ ବୃଦ୍ଧି ଘଟିଛି, ଯାହା ଦିଲ୍ଲୀର ବାୟୁକୁ ଅଧିକ ବିଷାକ୍ତ କରୁଛି । ଓଜୋନ ଗ୍ୟାସରେ ବୃଦ୍ଧି ମାମଲାରେ ଭାରତର ସବୁଠାରୁ ପ୍ରଦୂଷିତ ସହରରେ ରାଜଧାନୀ ଦିଲ୍ଲୀ ଆଗୁଆ ଥିବାବେଳେ ଦେଶର ଆର୍ôଥକ ରାଜଧାନୀ ମୁମ୍ବାଇ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ତାଲିକାରେ କୋଲକାତା ତୃତୀୟ, ହାଇଦ୍ରାବାଦ ଚତୁର୍ଥ, ଚେନ୍ନାଇ ପଞ୍ଚମ ଏବଂ ବାଙ୍ଗାଲୋର ଷଷ୍ଠ ସ୍ଥାନରେ ରହିଛି ।

୨୦୨୦ ମସିହାରେ ଷ୍ଟେଟ୍ ଅଫ୍ ଗ୍ଲୋବାଲ୍ ଏୟାର ରିପୋର୍ଟ ଅନୁଯାୟୀ, ଭାରତରେ ଓଜୋନ୍ ଯୋଗୁଁ ପ୍ରଦୂଷଣ ବୃଦ୍ଧି ପାଇବା ସହ ଅନେକ ଲୋକ ପ୍ରାଣ ହରାଇଛନ୍ତି । ସାଧାରଣତଃ ସୂର୍ଯ୍ୟୋଦୟ ପରେ ରାତିରେ ଓଜୋନର ପ୍ରଭାବ କମ୍ ଥାଏ, କିନ୍ତୁ ଦିଲ୍ଲୀ ଏନସିଆରରେ ରାତିରେ ମଧ୍ୟ ଓଜୋନର ପ୍ରଭାବ ଅପେକ୍ଷାକୃତ ଅଧିକ ହୋଇଥାଏ ।

ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଓଜୋନ ଗ୍ୟାସ ଉପରେ ତୁରନ୍ତ ଅରକ୍ସନ ନେବା ଆବଶ୍ୟକ । ଶିଳ୍ପ କାରଖାନା, ଯାନବାହାନ ଧୂଆଁ ଦ୍ୱାରା ହେଉଥିବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

Get real time updates directly on you device, subscribe now.