fbpx

ଏହି ସମୟରେ କରନ୍ତୁ ଗଣେଶ ପୂଜା, କିନ୍ତୁ ଭୁଲରେ ବି କରନ୍ତୁ ନାହିଁ ଚନ୍ଦ୍ରମା ଦର୍ଶନ

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀର ବିଶେଷ ମହତ୍ତ୍ୱ ରହିଛି । ଭାଦ୍ରବ ମାସର ଶୁକ୍ଲ ଚତୁର୍ଥ ଦିନରେ ବିଦ୍ୟାର ଦେବତା ଗଣେଶଙ୍କର ପୂଜା କରାଯାଏ । ସମସ୍ତ ଦେବତାଙ୍କ ଆରାଧ୍ୟ ଦେବତା ଶ୍ରୀ ଗଣେଶଙ୍କ ପୂଜା କରିବା ଓ ତାଙ୍କୁ ପ୍ରସନ୍ନ କରିବାର ଉତ୍ସବ ଚଳିତବର୍ଷ ସେପ୍ଟେମ୍ବର ୧୦ରୁ ଆରମ୍ଭ ହେଉଛି । ଏହି ଦିନ ଭଗବାନ ଗଶେଶ ବିରାଜମାନ କରିବେ ଓ ୧୯ ସେପ୍ଟେମ୍ବର ବା ଚତୁର୍ଦ୍ଦଶୀ ଦିନ ତାଙ୍କର ଭସାଣି ହେବ ।

ଜ୍ୟୋତିଷଶାସ୍ତ୍ର ଅନୁସାରେ, ଭଗବାନ ଗଶେଷଙ୍କ କୃପାରୁ ସୁଖ-ଶାନ୍ତି ଓ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ । ଗଣେଶ ଚତୁର୍ଥୀ ଦିନ କଳା ଓ ନୀଳ ରଙ୍ଗର ବସ୍ତ୍ର ପିନ୍ଧିବା ଉଚିତ୍ ନୁହେଁ । ଏହି ଦିନ ଲାଲ୍ କିମ୍ବା ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧିବା ଶୁଭ ହୋଇଥାଏ ।

ତେବେ ଚଳିତବର୍ଷ ଗଣେଶ ପୂଜା ପାଇଁ ଅପରାହ୍ନ ୧୨.୧୭ରୁ ରାତି ୧୦ ଟା ଯାଏଁ ଶୁଭ ମୁହୂର୍ତ୍ତ ରହିଛି । ଆପଣ ଏହି ସମୟରେ ଘରେ ଗଣପତିଙ୍କୁ ପ୍ରତିଷ୍ଠା କରିପାରିବେ । ଏହା ସହ ବିସର୍ଜନର ମଧ୍ୟ ଶୁଭ ମୁହୂର୍ତ୍ତ ରହିଛି । ଯେପରିକି ସକାଳେ- ୭.୩୯ରୁ ଅପରାହ୍ନ ୧୨.୧୪ ଯାଏଁ, ଦିନରେ- ଅପରାହ୍ନ ୧.୪୬ରୁ ୩.୧୮ ଯାଏଁ, ସନ୍ଧ୍ୟାରେ- ସନ୍ଧ୍ୟା ୬.୨୧ରୁ ରାତି ୧୦.୪୬ ଯାଏଁ ବିସର୍ଜନ କରିବା ଉଚିତ୍ ।

ଏହା ସହ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ରମା ଦର୍ଶନ କରନ୍ତୁ ନାହିଁ । ଯଦି ଭୁଲରେ ବି ଚନ୍ଦ୍ରମାର ଦର୍ଶନ କରିବେ, ତେବେ ମାଟିରୁ ଏକ ପଥର ଉଠାଇ ପଛପଟକୁ ଫିଙ୍ଗିଦେବେ ।

Get real time updates directly on you device, subscribe now.