fbpx

ଘର ତିଆରି ପାଇଁ ହାତଛଡ଼ା କରନ୍ତୁନି ସୁଯୋଗ: ଶସ୍ତାରେ ମିଳୁଛି ଲୁହା ରଡ, ସିମେଣ୍ଟ ଓ ଇଟା

ନୂଆଦିଲ୍ଲୀ: ମୌସୁମୀ ଦୁର୍ବଳ ହେଉଥିବା ବେଳେ ଦେଶର ବିଭିନ୍ନ ଅଞ୍ଚଳରେ ବର୍ଷା କମିବାରେ ଲାଗିଛି । ଏହା ସହିତ ନିର୍ମାଣ ଗତିବିଧି ମଧ୍ୟ ବଢ଼ିବାରେ ଲାଗିଛି । ଏହା ପୂର୍ବରୁ ମୌସୁମୀ ଯୋଗୁଁ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଅବଶ୍ୟ ଏବେ ଏହାର ସ୍ଥିତିରେ ପରିବର୍ତ୍ତନ ଆସିଛି ଓ ଏହାର ସିଧା ପ୍ରଭାବ ଲୁହା ରଡ ଓ ସିମେଣ୍ଟ ଉପରେ ପଡୁଥିବାର ଦେଖିବାକୁ ମିଳୁଛି ।

ଗତ ୨ ସପ୍ତାହ ମଧ୍ୟରେ ଲୁହା ରଡର ମୂଲ୍ୟ ଅନେକ ସହରରେ ବଢ଼ିଯାଇଛି । ଅବଶ୍ୟ ୨/୩ ମାସର ପୂର୍ବ ତୂଳନାରେ ଠିକ୍-ଠିକା ଶସ୍ତାରେ ମିଳିଯାଉଛି । ଯଦି ଆପଣ ମଧ୍ୟ ଘର ତିଆରି କରିବାକୁ ଯୋଜନା କରୁଛନ୍ତି, ତେବେ ବିଳମ୍ବ କରନ୍ତୁ ନାହିଁ । କାରଣ ସିମେଣ୍ଟ ଓ ଲୁହା ରଡର ଦାମ୍ ବଢ଼ିଗଲା କରେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିପାରେ ।

ତେବେ ମାର୍ଚ୍ଚ-ଏପ୍ରିଲ ମାସରେ ଲୁହା ରଡର ଦାମ୍ ରେକର୍ଡ ସ୍ତରରେ ପହଞ୍ଚିଥିଲା । ଏହା ପରେ ସରକାର ଷ୍ଟିଲ୍ ଉପରେ ଏକ୍ସପୋର୍ଟ ଡ୍ୟୁଟି ବଢ଼ାଇବାର ନିଷ୍ପତ୍ତି ନେଇଥିଲେ । ଏହି କାରଣ ଯୋଗୁଁ ଘରୋଇ ବଜାରରେ ଷ୍ଟିଲର ଦାମ୍ ତଳକୁ ଖସିବାରେ ଲାଗିଛି । ଏହା ପରେ ମୌସୁମୀ ଯୋଗୁଁ ନିର୍ମାଣ କାମ ପ୍ରଭାବିତ ହୋଇଥିଲା ମ୍ନିର୍ମାଣ ସାମଗ୍ରୀର ମୂଲ୍ୟ କମିଥିଲା । କିନ୍ତୁ ଏବେ ପୁଣି ଥରେ ଦାମ୍ ବଢ଼ିବାରେ ଲାଗିଛି । ଗତ ୨ ସପ୍ତାହ ମଧ୍ୟରେ ଲୁହା ରଡର ଦାମ୍ ଟନ୍ ପିଛା ୧୦୦୦ ଟଙ୍କା ମହଙ୍ଗା ହୋଇଛି । କିନ୍ତୁ ଏବେ ବି ଜୁଲାଇ ତୁଳନାରେ ଟନ୍ ପିଛା ୬ ହଜାର ଟଙ୍କା ଶସ୍ତାରେ ମିଳୁଛି ।

ତେବେ ଆସନ୍ତୁ ଜାଣିବା ଆପଣଙ୍କ ସହରରେ କେତେ ରହିଛି ଆଜିର ଦାମ୍:-
ପଶ୍ଚିମବଙ୍ଗ(କୋଲକାତା) – ୫୦,୦୦୦
ଛତିଶଗଡ଼(ରାୟଗଡ଼)- ୫୧,୭୦୦
ଓଡ଼ିଶା (ରାଉରକେଲା)- ୫୨,୭୦୦
ମହାରାଷ୍ଟ୍ର(ନାଗପୁର) ୫୨,୨୦୦
ତେଲେଙ୍ଗାନା(ହାଇଦ୍ରାବାଦ)- ୫୨,୫୦୦
ରାଜସ୍ଥାନ(ଜୟପୁର)- ୫୩,୮୦୦
ଗୁଜରାଟ(ଭାବନପୁର)- ୫୪,୧୦୦
ଉତ୍ତରପ୍ରଦେଶ(ଗାଜିଆବାଦ)- ୫୩,୩୦୦
ମଧ୍ୟପ୍ରଦେଶ(ଇନ୍ଦୌର)- ୫୪,୭୦୦
ଗୋଆ- ୫୩,୫୦୦
ମହାରାଷ୍ଟ୍ର(ଜାନଳା)- ୫୪,୮୦୦
ପଞ୍ଜାବ(ମଣ୍ଡି ଗୋବିନ୍ଦଗଡ)- ୫୫,୦୦୦
ତାମିଲନାଡୁ(ଚେନ୍ନାଇ)- ୫୫,୦୦୦
ଦିଲ୍ଲୀ- ୫୪,୦୦୦
ମହାରାଷ୍ଟ୍ର (ମୁମ୍ବାଇ)- ୫୪,୨୦୦
ଉତ୍ତରପ୍ରଦେଶ(କାନପୁର)- ୫୬,୦୦୦

Get real time updates directly on you device, subscribe now.