fbpx

Video; ରାଜ୍ୟରେ ମଦ ବନ୍ଦ ଚର୍ଚ୍ଚାକୁ ନେଇ ଏପରି କହିଲେ ଯୁବକ, ‘ମୁଁ ଦକ୍ଷିଣ ଆଫ୍ରିକା ପଳାଇବି, ସେଠି ବିଷାକ୍ତ ଖଣି-ଜହରିଲା ସାପ…’

Advertisement

ଭୁବନେଶ୍ୱର: ଓଡ଼ିଶାରେ ମଦ ବନ୍ଦ ହେବା ନେଇ ଚର୍ଚ୍ଚା ଯୋର ଧରିଛି। ତେବେ ଏନେଇ କୌଣସି ବିଧିବଦ୍ଧ ଭାବରେ ଘୋଷଣା ନ ହେଇଥିଲେ ମଧ୍ୟ ଲୋକଙ୍କ ଭିତରେ ବିଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଲାଣି। ସବୁଠୁ ବେଶି ଚିନ୍ତାରେ ଏବେର ଯୁବ ପିଢ଼ି। ଯେଉଁମାନେ ପ୍ରତିଦିନ ନିଶା ସେବନ କରୁଛନ୍ତି। ଏସବୁ ଭିତରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଜଣେ ଯୁବକଙ୍କ କଥା ବେଶ୍ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରୁ ଜଣାପଡ଼ୁଛା ଯେ ଯୁବକ ଜଣଙ୍କ ଜଗତସିଂହପୁର ଜିଲ୍ଲାର।

ଯିଏକି ଏକ ପାନ ଦୋକାନରୁ ପାନ କିଣୁଛନ୍ତି ଏବଂ ସେହି ସମୟରେ ତାଙ୍କୁ ଆଉ ଜଣେ ଯୁବକ ପଚାରୁଛନ୍ତି- ମଦ ବନ୍ଦ ହୋଇଗଲେ ତମେ କଣ କରିବ? ଯବାବରେ ଯୁବକ ଜଣକ କହୁଛନ୍ତି “ଯଦି ଦେଶରେ ମଦ ବନ୍ଦ ହୋଇଯିବ ତେବେ ଅନ୍ୟ ଦେଶକୁ ପଳାଇଯିବି। ଓଡ଼ିଶାରେ ବନ୍ଦ ହୋଇଗଲେ ବାହାର ରାଜ୍ୟକୁ ପଳାଇଯିବି। ବିହାର ପଳେଇବି, ହେଲେ ବିହାରରେ ବି ମଦ ବନ୍ଦ ହୋଇଯାିଥିଲା। ତେବେ କେରଳ ଦେଇ ବାହାରକୁ ପଳାଇବି।”

ଶେଷରେ ଯୁବକ ଜଣକ କହୁଛନ୍ତି- “ମୁଁ ଦକ୍ଷିଣ ଆଫ୍ରିକା ପଳାଇବି, ସେଠି ବିଷାକ୍ତ ଖଣି ସହ ଜହରିଲା ସାପ ଅଛନ୍ତି।…” ଏହି ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @SecularBuffalo ନାମକ ଏକ ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଭାଇରାଲ ଭିଡିଓକୁ ଆଜି ଅପରାହ୍ଣ ୧: ୫୨ ମିନିଟରେ ପୋଷ୍ଟ କରାଯାଇଥିଲେ ବି ଏବେଯାଏଁ ୧୮,୦୦୦ରୁ ଉର୍ଦ୍ଧ୍ୱ ଲୋକ ଦେଖିସାରିଲେଣି। ଅନେକ ଲୋକ ଏହି ଭିଡିଓରେ କମେଣ୍ଟ କରିଛନ୍ତି। ଜଣେ ୟୁଜର୍ ଲେଖିଛନ୍ତି- “ଭାଇ ପୁରା ରିସର୍ଚ୍ଚ କରି ଆସିଛନ୍ତି।”

Get real time updates directly on you device, subscribe now.