fbpx

ଘରେ ବିଲେଇ ପାଳିଲେ ହୋଇଥାଏ ଏହି ମାନସିକ ରୋଗ; ସତର୍କ କରାଇଲେ ଗବେଷକ

ଓଡ଼ିଶା ଭାସ୍କର: ନିଜର ସଉକ କାରଣରୁ ଅନେକ ଲୋକ ଘରେ ଜୀବଜନ୍ତୁ ପାଳିଥାନ୍ତି। ଅଧିକାଂଶ ପୋଷାଜନ୍ତୁଙ୍କୁ ଘରେ କିମ୍ବା ଘର ବାହାରେ ରଖାଯାଏ। ମାତ୍ର ବିରାଡ଼ି ଏଭଳି ଏକ ପୋଷାଜୀବ ଯିଏ ଆମ ଶୋଇବା ଘରେ ମଧ୍ୟ ଅବାଧ ପ୍ରବେଶ କରିଥାଏ। ତେବେ ଘରେ ବିଲେଇ ପାଳିବା ଦ୍ବାରା ମାନସିକ ରୋଗ ‘ସିଜୋଫ୍ରେନିଆ’ ହେବାର ଆଶଙ୍କା ଅଧିକ ବୋଲି ଅଷ୍ଟ୍ରେଲିଆର କ୍ବିନ୍‌ସଲାଣ୍ଡ ବିଶ୍ବବିଦ୍ୟାଳୟର ଗବେଷକମାନେ ସତର୍କ କରାଇ ଦେଇଛନ୍ତି। ଗତ ୪୪ ବର୍ଷ ଧରି ୧୧ଟି ଦେଶରୁ ସଂଗୃହୀତ ୧୭ ପ୍ରକାର ତଥ୍ୟ ବିଶ୍ଳେଷଣ କରି କହିଛନ୍ତି। ସିଜୋଫ୍ରେନିଆ ଏକ ଏପରି ଏକ ମସ୍ତିଷ୍କ ରୋଗ ଯାହା ଅନେକ ଅସୁବିଧାଜନକ ଲକ୍ଷଣ ସୃଷ୍ଟି କରିଥାଏ।

ଆକ୍ରାନ୍ତ ବ୍ୟକ୍ତି ଅନ୍ୟର ସ୍ବର ଶୁଣିବା ସମେତ ସେ ସ୍ପଷ୍ଟ ଭାବରେ ଚିନ୍ତା କରିବାରେ ଅସୁବିଧା ହୋଇଥାଏ। ଏହା ପ୍ରାୟତଃ ପ୍ରାପ୍ତବୟସ୍କ ହେବାର ପ୍ରାରମ୍ଭିକ କାଳରେ ହଠାତ୍‌ ଆରମ୍ଭ ହୋଇଥାଏ। ଏହି ରୋଗର କୌଣସି ଉପଶମ ନାହିଁ। କେବଳ ଔଷଧ ଓ ସହାୟକ ଚିକିତ୍ସା ଦ୍ବାରା ରୋଗ ପରିଚାଳନା କରାଯାଇପାରେ। ସେପଟେ ଘରେ ବିରାଡ଼ି ପାଳିବା ଦ୍ବାରା ସିଜୋଫ୍ରେନିଆ ହେବାର ଆଶଙ୍କା ଦୁଇଗୁଣ ବଢ଼ିଥାଏ ବୋଲି ଏହି ଅଷ୍ଟ୍ରେଲୀୟ ଗବେଷକ ପ୍ରକାଶ କରିଛନ୍ତି।

Get real time updates directly on you device, subscribe now.