fbpx

ଶ୍ରବଣ ମାସର ଏହି ସୋମବାର ବହୁତ ଖାସ : ଜାଣିନିଅନ୍ତୁ ରୁଦ୍ରାଭିଷେକର ଶୁଭ ମୁହୂର୍ତ୍ତ

ଭୁବନେଶ୍ୱର : ଚଳିତ ବର୍ଷରେ ଯୋଡା ଶ୍ରାବଣ ପଡିଥିବାରୁ , ଏଥର ୮ଟି ସୋମବାର ବ୍ରତ ପାଳନ କରାଯିବ । ବର୍ତ୍ତମାନ ୩ଟି ସୋମବାର ସରିଯାଇଛି । ଚତୁର୍ଥ ସୋମବାରଟି ଜୁଲାଇ ୩୧ ତଥା ଆଜି ପଡିଛି । ଶ୍ରାବଣ ମାସର ପବିତ୍ର ଦିନରେ ଶିବଙ୍କ ଆରାଧନା ଏବଂ ଧର୍ମ-କର୍ମ କାର୍ଯ୍ୟ କରିବା ଦ୍ୱାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ । ଏହି ମାସରେ ମହାଦେବଙ୍କ ପୂଜା କରିବା ଦ୍ୱାରା ସମସ୍ତ ସଂଙ୍କଟ ଦୂରେଇ ଯାଏ ଏବଂ ସୁଖ ଓ ସମୃଦ୍ଧି ଆସିଥାଏ । ଶ୍ରାବଣ ମାସର ଚତୁର୍ଥ ସୋମବାର ଦିନ ରୁଦ୍ରାଭଶେଷକ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ । ତେେବେ ଆସନ୍ତୁ ଜାଣିବା ରୁଦ୍ରାଭିଶେଷକର ବିଧି ଏବଂ ଶୁଭ ମୁହୂର୍ତ୍ତ ।

ରୁଦ୍ରାଭିଶେଷକର ଶୁଭ ମୁହୂର୍ତ୍ତ : ଶ୍ରାବଣ ମାସର ଚତୁôର୍ ସୋମବାର ଦିନ ସକାଳ ସମୟରେ କରାଯାଇଥିବା ରୁଦ୍ରାଭିଶେଷକ ବହୁତ ଶୁଭ ମିଳେ । ଏହି ମୁହୂର୍ତ୍ତରେ ରୁଦ୍ରାଭିଶେଷକ କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତ ହୋଇଥାଏ ।

ରୁଦ୍ରାଭିଶେଷକର ବିଧି : ଏହି ମାସରେ ରୁଦ୍ରାଭିଶେଷକ କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହା ସହିତ ଭଗବାନ ଶିନଙ୍କର ବିଶେଷ କୃପା ରହିଥାଏ । ଆସନ୍ତୁ ଜାଣିବା ପୂଜା କରିବାର ସଠିକ ବିଧିି ।

ପୂଜା ସାମଗ୍ରୀ : ଏହି ପୂଜା କରିବା ପାଇଁ ପାନ ପତ୍ର, ଧୂପ, ଦୀପ, ଦେଶୀ ଘିଅ, ଫଳ, ଫୁଲ, କର୍ପୂର, ବେଲପତ୍ର, ମିଠା, ମହୁ, ଦହି, ଆଖୁ ରସ, ପଞ୍ଚାମୃତ, ଗୋଲାପ ଜଳ, ଚନ୍ଦନ, ଗଙ୍ଗାଜଳ, ନଡିଆ, ଅତର, ଶ୍ରୀଙ୍ଗି ସହିତ ସମସ୍ତ ପୂଜାର ସାମଗ୍ରୀକୁ ଏକାଠି କରନ୍ତୁ ।

ଶୁଭଫଳ ପ୍ରପ୍ତି ପାଇଁ ରୁଦ୍ରାଭିଶେଷକର ପୂଜା ବିଧି :

୧. ସର୍ବପ୍ରଥମେ ଉତ୍ତର ଦିଗରେ ଶିବ ଲିଙ୍ଗ ସ୍ଥାପନା କରନ୍ତୁ । ଆପଣ ପୂର୍ବ ଆଡକୁ ମୁହଁ କରି ବସି ଯାଆନ୍ତୁ । ବର୍ତ୍ତମାନ ଶ୍ରୁଙ୍ଗିରେ ଗଙ୍ଗାଜଳ ଭରି ଶିବଲିଙ୍ଗର ଅଭିଶେଷକ କରାନ୍ତୁ । ଏବେ କ୍ଷୀର, ଦହି, ଗଙ୍ଗାଜଳ,ପଞ୍ଚାମୃତ, ଆଖୁରସ ମଧ୍ୟ ଶିବ ଲିଙ୍ଗ ଉପରେ ଚଢାନ୍ତୁ ।

୨. ରୁଦ୍ରାଭିଶେଷକ ସମୟରେ ମହାମୃତ୍ୟୁଞ୍ଜୟ ମନ୍ତ୍ର “ ଓମ୍ ତ୍ରୟମ୍‌ବକମ୍ ୟଜାମହେ ସୁଗନ୍ଧିମ୍ ପୃଷ୍ଟିବର୍ଧନମ୍ । ଉର୍ବାରୁକମିବ ବନ୍ଧନାନ୍ ମୃତ୍ୟୁମୁକ୍ଷୀୟ ମାମୃତାତ୍‌”ର ଜପ କରନ୍ତୁ ।

୩. ଶିବ ଲିଙ୍ଗରେ ବେଲପତ୍ର, ପାନ ପତ୍ର, ବିଟ ପତ୍ର, ଶାମି ପତ୍ର, ଭାଙ୍ଗ ଏବଂ ଧାତୁରା ଚଢାଇ ଭୋଗ ଲଗାନ୍ତୁ । ଏହାପରେ ମହାଦରବଙ୍କ ସହିତ ସମସ୍ତ ଦେବତା-ଦେବୀଙ୍କୁ ଆରତୀ କରନ୍ତୁ । ରୁଦ୍ରାଭିଶେଷକର ଜଳକୁ କୌଣସି ଏକ ପତ୍ରରେ ରଖିଦିଅନ୍ତୁ ।

Get real time updates directly on you device, subscribe now.