fbpx

ଏହି ସ୍ଥାନରେ ଅଛି ପୃଥିବୀର ସ୍ୱର୍ଗ : ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ଓଡିଶା ଭାସ୍କର: ବିଚିତ୍ର ଏ ବିଶ୍ୱ ବ୍ରହ୍ମାଣ୍ଡ, ବିଚିତ୍ର ତାର ପରିକଳ୍ପନା । ଏହି ପୃଥିବୀରେ ଲୁଚି ରହିଛି ଅନେକ ରହସ୍ୟମୟୀ ଘଟଣା । କେଉଁଠି ରହିଛି ପ୍ରଚୀନ ସମୟର କଳା,ଐତିହ ଏବଂ ମନ୍ଦିର । ତ ଆଉ କେଉଁଠି ରହିଛି ସବୁଜ ସୌନ୍ଦର୍ଯ୍ୟରେ ପରିିପୂର୍ଣ୍ଣ ପ୍ରର୍ଯ୍ୟଟନସ୍ଥଳୀ । ଯାହାକୁ ଉପଭୋଗ କରିବାକୁ ଏବଂ ପ୍ରକୃତି କୋଳରେ କିଛି ସମୟ ଅତିବାହିତ କରିବାକୁ କାହିଁ କେତେ ଦୂରରୁ ଧାଇଁ ଆସନ୍ତି ପର୍ଯ୍ୟଟକମାନେ । ତେବେ ଉତ୍ତର-ପୂର୍ବ ଏସିଆରେ ମଧ୍ୟ ଏପରି ଏକ ପର୍ଯ୍ୟଟନସ୍ଥଳୀ ଅଛି, ଯାହାକୁ ପୃଥିବୀର ସ୍ୱର୍ଗ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଏଠାକାର ପରିବେଶ ଏତେ ମନୋରଣ ଏବଂ ସବୁଜତାରେ ପରିପୂର୍ଣ୍ଣ ଯେ ଏହାକୁ ଯେ କେହି ବି ଦେଖିବ ଆଶ୍ଚର୍ଯ୍ୟ ହୋଇଯିବ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ପର୍ଯ୍ୟଟନସ୍ଥଳୀ ଏବଂ ତାର ପ୍ରାକୃତିକ ସୌନ୍ଦର୍ଯ୍ୟ ବିଷୟରେ…

ତେବେ ଉତ୍ତର-ପୂର୍ବ ଏସିଆରେ ଅବସ୍ଥିତ ଇଣ୍ଡୋନେସିଆ ଦେଶରେ ଏପରି ଏକ ଦ୍ୱିପ ଅଛି ଯାହାକୁ ଲୋକେ ପୃଥିବୀର ଶେଷ ସ୍ୱର୍ଗ ଭାବରେ ବିବେଚନା କରିଥାନ୍ତି । ତେବେ ଇଣ୍ଡୋନେସିଆରେ ଥିବା ଏହି ଦ୍ୱିପର ନାମ ହେଉଛି ରାଜା ଅଂପତ । ତେବେ ଏହି ଆଇଲ୍ୟାଣ୍ଡ ନିଜର ସୌନ୍ଦର୍ଯ୍ୟ ପାଇଁ ବେଶ ଜଣାଶୁଣା । ରାଜା ଅଂପତ ଆଇଲ୍ୟାଣ୍ଡ Coral Triangleର କେନ୍ଦ୍ରରେ ଅବସ୍ଥିତ । ତେବେ ଏହା ଏକ ସାମୁଦ୍ରୀକ ସଂରକ୍ଷିତ କ୍ଷେତ୍ର ଯାହାକି ୪୦ ଲକ୍ଷ ହେକ୍ଟର ଜମୀ ଉପରେ ପର୍ଯ୍ୟବେଶିତ । କୁହାଯାଏ ଯେ ଏହି ଜାଗା ଦୁନିଆର ସବୁଠାରୁ ଅଧିକ ଜୈବବିବିଧତା ଉପରେ ପରିପୂର୍ଣ୍ଣ । ଯେଉଁ କାରଣରୁ ଏହାକୁ ପୃଥିବୀର ସ୍ୱର୍ଗ ବୋଲି କୁହାଯାଇଥାଏ ।

ଏହି ରାଜା ଅଂପତ ଆଇଲ୍ୟାଣ୍ଡରେ ପ୍ରାୟ ୧୬୦୦ ପ୍ରଜାତିର ମାଛ ଦେଥିବାକୁ ମିଳିଥାଏ । ଯାହା କି ଏହି ଆଇଲାଣ୍ଡର ଶୋଭାକୁ ଅଧିକ ବଢାଇଥାନ୍ତି । ତେବେ ଏଠାରେ ଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଯେକେହି ବି ଦେଥିବ ସେ ଆଶ୍ଚର୍ଯ୍ୟ ହୋଇଯିବ । ତେବେ ପୂର୍ବରୁ ଏହି ଆଇଉଲ୍ୟାଣ୍ଡ ସୌନ୍ଦର୍ଯ୍ୟକୁ ନଷ୍ଟ କରିବାକୁ ଅନେକ ଯେଜନା କରିଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରି ନଥିଲା । ତେବେ ବର୍ତ୍ତମାନ ଏହି ଆଇଲ୍ୟାଣ୍ଡକୁ ଅନେକ ପର୍ଯ୍ୟଟକଙ୍କ ପରିଭ୍ରମଣ କରିବାକୁ ଆସିବା ସହ ଏହାର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି ।

Get real time updates directly on you device, subscribe now.