fbpx

ଆଜିଠୁ ରାଶି ପରିବର୍ତ୍ତନ କରିବେ ଏହି ଗ୍ରହ: ବଦଳିବ ଏହି ୪ ରାଶିର ଲୋକଙ୍କ ଭାଗ୍ୟ

ସୁଖ ପ୍ରଦାନକାରୀ ଗ୍ରହ ଶୁକ୍ର ଏବେ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଆସନ୍ତାକାଲି(ଅଗଷ୍ଟ ୭)ରୁ ଶୁକ୍ର ମିଥୁନ ରାଶିରୁ କର୍କଟ ରାଶିକୁ ନିଜ ସ୍ଥାନ ପରିବର୍ତ୍ତନ କରିବେ । ଶୁକ୍ରଙ୍କର ଏହି ରାଶି ପରିବର୍ତ୍ତନ ସକାଳ ୫.୩୦ରୁ ହେବାକୁ ଯାଉଛି । ଏହାପରେ ଶୁକ୍ର ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଏହି ରାଶିରେ ଅବସ୍ଥାପନ କରିବେ । ଜ୍ୟୋତିଶମାନଙ୍କ କହିବା ଅନୁସାରେ, ରକ୍ଷା ବନ୍ଧନ ପୂର୍ବରୁ ଶୁକ୍ରଙ୍କର ଏହି ରାଶି ପରିବର୍ତ୍ତନ ୪ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଖୁବ ଶୁଭଙ୍କର ହୋଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ରାଶିଙ୍କ ଭାଗ୍ୟ ବଦଳାଇବା ପାଇଁ ଏହି ଚାଲ୍ ଚଳାଇଛନ୍ତି ଶୁକ୍ର ଗ୍ରହ ।

ବୃଷ: ଆପଣଙ୍କ ଦାମ୍ପତ୍ୟ ଜୀବନରେ ସୁଧାର ଆସିବ । ଚାକିରି କ୍ଷେତ୍ରରେ ପଦ-ପ୍ରତିଷ୍ଠା ବୃଦ୍ଧି ପାଇବ । ମାନସିକ ସମସ୍ୟା ଦୂର ହେବା ସହ ଦୀର୍ଘ ଦିନରୁ ରହିଥିବା ଆର୍ଖିକ ସମସ୍ୟା ଏବଂ ଦୁଶ୍ଚିନ୍ତା ମଧ୍ୟ ଦୂର ହେବ । ଏହା ସହିତ ବହୁ ଦିନରୁ ଉଧାର ବା କରଜରେ ବୁଡି ରହିଥିବା ଟଙ୍କା ମଧ୍ୟ ପ୍ରାପ୍ତି ହୋଇପାରେ । ଏହି ସମୟରେ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ । ଗୋଲାପୀ ରଙ୍ଗ ଆପଣଙ୍କ ପାଇଁ ଶୁଭ ।

ସିଂହ: ଏହି ରାଶିର ଲୋକମାନେ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ । ବାଣିଜ୍ୟ କିମ୍ବା କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କ ସମୟ ଖୁବ ଭଲ ରହିବ । ପ୍ରଫେସନାଲ ଜୀବନରେ ଆପଣଙ୍କ ଦ୍ୱାରା ହେଉଥିବା ସମସ୍ତ କାର୍ଯ୍ୟକୁ ବିଭିନ୍ନ ମହଲରେ ଖୁବ ପ୍ରଶଂସା ମିଳିବ । ଆର୍ଥିକ ସ୍ଥିତିରେ ଅର୍ଥ ଉପାର୍ଜନ ପାଇଁ ଭଲ ଅବସର ପ୍ରାପ୍ତି ହେବ । ତେବେ ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ହେବାର ସମ୍ଭାବନା ରହିଛି । ଆପଣଙ୍କ ପାଇଁ ଶୁଭ ରଙ୍ଗ ସବୁଜ ଅଟେ ।

କନ୍ୟା: କନ୍ୟା ରାଶିର ଜାତକଗୁଡିକର ଆର୍ଥିକ ସ୍ଥିତି ମଜବୁତ ରହିବ । ବ୍ୟବସାୟରେ ଲାଭ ବୃଦ୍ଧି ପାଇବ । ଜବି କିମ୍ବା ଯାନବାହନ କିଣିବା ପାଇଁ ଏହି ସମୟ ଖୁବ ଶୁଭଙ୍କର ରହିବ । ସମ୍ପର୍କକୁ ପ୍ରାଥମିକତା ଦେବେ, ଭାଇ-ଭଉଣୀ ମଧ୍ୟରେ ସମ୍ପର୍କ ଅଧିକ ଭଲ ରହିବ । ଆପଣ ମଧ୍ୟ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିପାରିବେ । ଆପଣଙ୍କ ପାଇଁ ଶୁଭ ରଙ୍ଗ ହେଉଛି ନୀଳ ।

ମୀନ: ମୀନ ରାଶିର ସନ୍ତାନମାନେ ଉନ୍ନତି ପ୍ରାପ୍ତି କରିବେ । ଧନ ଉପାର୍ଜନ ପାଇଁ ସୁନ୍ଦର ଅବସର ପ୍ରାପ୍ତ ହେବ । ଶିକ୍ଷାବିତମାନଙ୍କ ପାଇଁ ସମୟ ଅନୁକୂଳ ରହିବ । ପରୀକ୍ଷାରେ ଭଲ ପରିଣାମ ମିଳିବା ଏକପ୍ରକାର ନିଶ୍ଚିତ ରହିଛି । ତେବେ ଆପଣ ଖାଦ୍ୟ ଦାନ କରିପାରନ୍ତି । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରଙ୍ଗ ବାଇଗଣୀ ।

Get real time updates directly on you device, subscribe now.