ନୂଆଦିଲ୍ଲୀ: ଚଳିତ ବର୍ଷର ନୂଆ IPL ଚାମ୍ପିୟନ୍ ଟିମ୍ ହୋଇଛି RCB ଅର୍ଥାତ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଦଳର ୧୮ ବର୍ଷର ଅପେକ୍ଷା ଏବେ ଶେଷ ହୋଇଛି।
ଫାଇନାଲରେ RCB ଏବଂ ପଞ୍ଜାବ କିଙ୍ଗସ୍ ପାଇଁ ଖେଳୁଥିବା ଖେଳାଳିମାନଙ୍କ ମଧ୍ୟରେ କେବଳ ଏମିତି ଜଣେ ଖେଳାଳି ଅଛନ୍ତି। ଯିଏ ମାତ୍ର ଦୁଇ ଦିନ ପରେ ଇଂଲଣ୍ଡ ଯିବେ।
ଆଉ ତା ମଧ୍ୟରେ ଏପରି ଜଣେ ଖେଳାଳି ଅଛନ୍ତି ଯିଏ IPL ଚାମ୍ପିଅନ୍ ହୋଇସାରିଛନ୍ତି ଏବଂ ଖୁବ୍ ଶୀଘ୍ର ଆଉ ଏକ ଟାଇଟଲ୍ ହାତେଇବାର ସୁଯୋଗ ମଧ୍ୟ ତାଙ୍କ ପାଖରେ ଅଛି। ତାଙ୍କୁ ଏହି ମାସରେ ICC ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳିବାକୁ ପଡିବ।
କୌଣସି ଫାଇନାଲ୍ ହାରି ନାହାନ୍ତି: ହଁ ଆମେ କହୁଛୁ ଜୋଶ୍ ହାଜେଲଉଡଙ୍କ ବିଷୟରେ। ତାଙ୍କ ବିଷୟରେ ବିଶେଷ କଥା ହେଉଛି ଯେ ସେ ଏପର୍ଯ୍ୟନ୍ତ ଗୋଟିଏ ବି ଫାଇନାଲ୍ ହାରି ନାହାଁନ୍ତି।
ଆମେ କେବଳ IPL କଥା କହୁନାହୁଁ, ବରଂ ଆନ୍ତର୍ଜାତୀୟ କ୍ରିକେଟରେ ମଧ୍ୟ ସେ କେବେ ମ୍ୟାଚ୍ ହାରି ନାହାନ୍ତି। ଯେତେବେଳେ ବି ଜୋଶ୍ ହାଜେଲଉଡ୍ କୌଣସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି, ତାଙ୍କର ଗୋଟିଏ ଲକ୍ଷ ରହିଛି ମ୍ୟାଚ୍ କିପରି ଜିତିବେ।
ତାହା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ହେଉ କିମ୍ବା ବିଶ୍ୱକପ୍। ଏବେ ସେ RCB ପାଇଁ IPL ମଧ୍ୟ ଜିତିଛନ୍ତି। ଜୋଶ୍ ହାଜେଲଉଡ୍ ଆଉ ଏକ ଟାଇଟଲ୍ ଜିତିବାର ସୁଯୋଗ ପାଇଛନ୍ତି। ଆଉ ତାହା ହେଉଛି ଏଥର ICC ଟୁର୍ଣ୍ଣାମେଣ୍ଟର ପାଳି।
ଜୋଶ୍ ହାଜେଲଉଡ୍: ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ଜୁନ୍ ୧୧ ରୁ ଖେଳାଯିବ। ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏହି ଫାଇନାଲ୍ ମ୍ୟାଚ୍ ଲର୍ଡ୍ସର ଐତିହାସିକ ଗ୍ରାଉଣ୍ଡରେ ଖେଳାଯିବ।
ଏଥିପାଇଁ ଉଭୟ ଦଳ ସେମାନଙ୍କର ଦଳ ଘୋଷଣା କରିଛନ୍ତି। ଅଷ୍ଟ୍ରେଲିଆ ଜୋଶ୍ ହାଜେଲଉଡଙ୍କୁ ମଧ୍ୟ ସୁଯୋଗ ଦେଇଛି। ତଥାପି ଦଳରେ ଜୋଶ୍ ଇଙ୍ଗଲିସ୍ ମଧ୍ୟ ଅଛନ୍ତି। ଯିଏକି IPLରେ ଫାଇନାଲରେ ପଞ୍ଜାବ କିଙ୍ଗସ୍ ପାଇଁ ଖେଳୁଥିଲେ।
ତାଙ୍କୁ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯାଇଛି, କିନ୍ତୁ ତାଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିବ କି ନାହିଁ ତାହା ନିଶ୍ଚିତ ଭାବରେ କୁହାଯାଇପାରିବ ନାହିଁ।
WTC ଫାଇନାଲ ଜିତିଛି: ଫାଇନାଲରେ ଜୋଶ ହାଜେଲଉଡ୍ ଯେଉଁ ପ୍ରକାରର ରେକର୍ଡ କରିଛନ୍ତି। ତାହା ପରେ ଏବେ ଲାଗୁଛି ଯେ ଅଷ୍ଟ୍ରେଲିଆ ଦଳ ମଧ୍ୟ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଜିତିପାରିବ।
ଗତ ଥର ଅଷ୍ଟ୍ରେଲିଆ ଟିମ୍ ଇଣ୍ଡିଆକୁ ପରାସ୍ତ କରି ପ୍ରଥମ ଥର ପାଇଁ WTC ଟାଇଟଲ୍ ଜିତିଥିଲା। ଏବେ ତାଙ୍କ ପାଖରେ ଦ୍ୱିତୀୟ ଥର ପାଇଁ ଟ୍ରଫି ଜିତିବାର ସୁଯୋଗ ଅଛି।
ଯଦି ଅଷ୍ଟ୍ରେଲିଆ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଜିତିଯାଏ, ତେବେ ଜୋଶ ହାଜେଲଉଡ୍ କିଛି ଦିନ ମଧ୍ୟରେ ଗୋଟିଏ ମାସରେ ଦୁଇଟି ଟାଇଟଲ୍ ଜିତିଥିବା ଖେଳାଳି ହୋଇଯିବେ।