fbpx

ଭାରତୀୟ ଦଳରୁ ଏହି ଖେଳାଳିଙ୍କୁ ଦିଆଗଲା ବିଶ୍ରାମ, ପିଙ୍କ୍ ବଲ୍ ଟେଷ୍ଟରେ ମିଳିନଥିଲା ସୁଯୋଗ

ବେଙ୍ଗାଲୁରୁ: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯାଉଛି ପିଙ୍କ ବଲ୍ ଟେଷ୍ଟ। ଦୁଇ ଦେଶ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଏହା ହେଉଛି ଶେଷ ମୁକାବିଲା। ଏହି ମ୍ୟାଚରେ ଆଶା କରାଯାଉଥିଲା ଅଧିନାୟକ ରୋହିତ ଶର୍ମା ଏବଂ କୋଚ୍ ରାହୁଲ ଦ୍ରାବିଡ ତିନି ଦ୍ରୁତ ବୋଲରଙ୍କ ସହ ପଡିଆକୁ ଓହ୍ଲାଇବେ। ମାତ୍ର ଏମିତି ହୋଇ ନାହିଁ। ଏହି କାରଣରୁ ମହମ୍ମଦ ସିରାଜଙ୍କୁ ଏହି ମୁକାବିଲାରେ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିନାହିଁ। ଏବେ ତାଙ୍କୁ ବାୟୋ ବବଲରୁ ରିଲିଜ୍ କରାଯାଇଛି। କିଛି ସମୟ ବିଶ୍ରାମ ପରେ ସେ ନିଜର ଆଇପିଏଲ ଦଳ ସହ ଯୋଗ ଦେବେ।

ମହମ୍ମଦ ସିରାଜ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଦଳରେ ଚୟନ ହୋଇଥିଲେ। ମାତ୍ର ପିଚ୍ ଏବଂ ପରିବେଶକୁ ଦେଖି ତାଙ୍କୁ ଗୋଟିଏ ହେଲେ ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିନାହିଁ। ତେଣୁ ଦ୍ଵିତୀୟ ମ୍ୟାଚର ପ୍ରଥମ ଦିନରେ ସିରାଜଙ୍କୁ ବାୟୋ ବବଲରୁ ବାହାର କରାଯାଇ ବ୍ରେକ ନେବାକୁ କୁହାଯାଇଛି। କାରଣ ଆଇପିଏଲ ୨୦୨୨ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ଦୁଇ ମାସ ଧରି ଚାଲିବ। ଏମିତିରେ ଖେଳାଳିଙ୍କୁ ବିଶ୍ରାମ ମିଳିବା ଉଚିତ୍। କାରଣ ସିରାଜ୍ ବହୁତ ସମୟ ବାୟୋ ବବଲରେ ରହି ଆସିଛନ୍ତି ଏବଂ ଦଳ ସହ ଯାତ୍ରା କରୁଛନ୍ତି।

ପିଟିଆଇ ଅନୁଯାୟୀ, ଶନିବାର ହିଁ ସିରାଜଙ୍କୁ ବାୟୋ ବବଲରୁ ରିଲିଜ୍ କରାଯାଇଛି। ଏବେ ସେ ଅହମ୍ମଦାବାଦରେ ନିଜ ଘରେ କିଛି ସମୟ ବିତାଇ ପାରିବେ। ପୁଣି ୨୦୨୨ ଆଇପିଏଲ ପାଇଁ ନିଜର ଫ୍ରାଞ୍ଚାଇଜି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହ ଯୋଗ ଦେବେ। ଭାରତ ପିଙ୍କ୍ ବଲ୍ ଟେଷ୍ଟ ପାଇଁ ଗୋଟିଏ ପରିବର୍ତ୍ତନ କରିଥିଲା। ଜୟନ୍ତ ଯାଦବଙ୍କ ସ୍ଥାନରେ ଅକ୍ଷର ପଟେଲଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇଛି।

 

Get real time updates directly on you device, subscribe now.