fbpx

World Cup-2023 ରେ ଏହି ଖେଳାଳିଙ୍କୁ ନେଇ ହେବ Playing XI ! ଭାରତକୁ ଟ୍ରଫି ଜିତାଇବେ ଷ୍ଟାର ପ୍ଲେୟର

ନୂଆଦିଲ୍ଲୀ: ଚଳିତବର୍ଷ ଭାରତରେ ଆୟୋଜିତ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ଅକ୍ଟୋବର ୫ ତାରିଖରୁ ୧୯ ନଭେମ୍ବର ପର୍ଯ୍ୟନ୍ତ ଏହି ବିଶ୍ୱ ଟୁର୍ଣ୍ଣାମେଣ୍ଟ ଖେଳାଯିବ ବୋଲି ରିପୋର୍ଟରୁ ଜାଣିବାକୁ ମିଳିଛି । ତେବେ ଅକ୍ଟୋବର ୧୫ ତାରିଖରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ପାକିସ୍ତାନ ମଧ୍ୟରେ ମହାମୁକାବିଲା ଖେଳାଯିବାର ସମ୍ଭାବନା ରହିଛି । ତେବେ ୧୨ ବର୍ଷ ପରେ ଚଳିତ ବର୍ଷ ପୁଣିଥରେ ବିଶ୍ୱବିଜେତା ହେବା ପାଇଁ ଚେଷ୍ଟା କରିବ ରୋହିତ ସେନା । ଏଥିପାଇଁ ଭାରତକୁ ନିଜ ପ୍ଲେଇଙ୍ଗ ୧୧ ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ ।

କ’ଣ ରହିବ ଭାରତର ଏହି ପ୍ଲେଇଙ୍ଗ ୧୧?

ଭାରତର ଷ୍ଟାଡିୟମ ପ୍ରାୟତଃ ସ୍ପିନ ବୋଲରଙ୍କୁ ଖୁବ ସହାୟକ ହୋଇଥାଏ ଏବଂ ବ୍ୟାଟ୍ସମ୍ୟାନଙ୍କ ପାଇଁ ମଧ୍ୟ ଏହା ଖୁବ ସାହାଯ୍ୟ କରିଥାଏ । ତେଣୁ ଭାରତକୁ ବିଶ୍ୱକପ ଜିତିବା ପାଇଁ ହେଲେ ପ୍ରତିଟି ମ୍ୟାଚରେ ଖତରନାକ ଖେଳାଳିଙ୍କୁ ସୁଯୋଗ ଦେବା ଆବଶ୍ୟକ । ଘରୋଇ ମଇଦାନର ଫାଇଦା ଉଠାଇବାକୁ ହେଲେ ପିଚ ଅନୁସାରେ ବେଷ୍ଟ ପ୍ଲେଇଙ୍ଗ-୧୧ ଖେଳାଇବା ଉଚିତ । ତେବେ ଏଥିପାଇଁ ଦଳର ଓପନର ଭାବରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଶୁଭମନ ଗିଲଙ୍କୁ ସୁଯୋଗ ଦେବା ଉଚିତ । ତେବେ ନମ୍ବର-୩ରେ ଷ୍ଟାର ପ୍ଲେୟର ବିରାଟ କୋହଲି ଏବଂ ଚତୁର୍ଥ ସ୍ଥାନରେ ଟି-୨୦ ଷ୍ଟାର ସୂର୍ଯ୍ୟକୁମାର ଯାଦବ ଦଳରେ ସ୍ଥାନ ପାଇପାରନ୍ତି । ଏହାପରେ ୫ ନମ୍ବରରେ ୱିକେଟକିପର ବ୍ୟାଟ୍ସମ୍ୟାନ ଭାବରେ କେ.ଏଲ ରାହୁଲଙ୍କୁ ଦଳରେ ସାମିଲ କରିପାରନ୍ତି ଅଧିନାୟକ ରୋହିତ । ତେବେ ୬ ଏବଂ ୭ ନମ୍ବରରେ ଅଲରାଉଣ୍ଡର ଭୂମିକାରେ ନଜର ଆସିବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଜାଡେଜା । ବିଶ୍ୱକପ ପାଇଁ ଦଳର ଉପ-ଅଧିନାୟକ ଦାୟିତ୍ୱ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିପାରେ ।

ତେବେ ଭାରତ ପାଇଁ ପେସ ବୋଲିଙ୍ଗ ଆଟାକରେ ଭେଟେରାନ ବୋଲର ମହମ୍ମଦ ଶାମୀଙ୍କୁ ସ୍ଥାନ ଦିଆଯାଇପାରେ । ଏହାବ୍ୟତୀତ ୟର୍କର କିଙ୍ଗ ଜଶପ୍ରୀତ ବୁମରାହ ଦଳରେ କମବ୍ୟାକ କରିବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ଆହତ ସମସ୍ୟା ଦେଇ ଗତି କରୁଥିବା ବୁମରାହ ବିଶ୍ୱକପ ପୂର୍ବରୁ ସୁସ୍ଥ ହୋଇ ଦଳକୁ ଫେରିପାରନ୍ତି । ତାଙ୍କ ବ୍ୟତୀତ ପେସ ଆଟାକରେ ମହମ୍ମଦ ସିରାଜ ମଧ୍ୟ ଦଳରେ ସ୍ଥାନ ପାଇପାରନ୍ତି । ଏହାସହିତ ଜାଡେଜାଙ୍କ ସାଥୀ ସ୍ପିନର ଭାବରେ ୟୁଜବେନ୍ଦ୍ର ଚହଲ ଦଳରେ ସାମିଲ ହେବା ନେଇ ନିଶ୍ଚିତ ମନେ ହେଉଛି । ଆଇପିଏଲରେ ଦମଦାର ପ୍ରଦର୍ଶନ ତାଙ୍କୁ ବିଶ୍ବକପ ପାଇଁ ରାସ୍ତା ଖୋଲି ଦେଇଛି ।

ବିଶ୍ୱକପ ପାଇଁ ଭାରତୀୟ ଦଳ: ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, କେ.ଏଲ ରାହୁଲ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା(ଉପ-ଅଧିନାୟକ), ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, ମହମ୍ମଦ ଶାମୀ, ଜସପ୍ରୀତ ବୁମରାହ ଏବଂ ମହମ୍ମଦ ସିରାଜ ।

Get real time updates directly on you device, subscribe now.