fbpx

ବଦଳିଯିବ Sim Card ସମ୍ବନ୍ଧୀୟ ଏହି ନିୟମ: ଆସନ୍ତାକାଲିଠୁ ୟୁଜରଙ୍କ ପାଇଁ ନୂଆ ନିୟମ ଲାଗୁ କରିବ କମ୍ପାନୀ

Advertisement

ନୂଆଦିଲ୍ଲୀ: ଦେଶରେ ମୋବାଇଲ ନମ୍ବର ପୋର୍ଟବିଲିଟି ଦିନକୁ ଦିନ ବଢିବାରେ ଲାଗିଛି । ଏହାର ଫାଇଦା ଉଠାଇ ସିମ୍ ସ୍ୱାପ୍ ଠକାମୀକୁ କମ୍ କରିବା ପାଇଁ ନୂଆ ପଦକ୍ଷେପ ନେଉଛି ଭାରତୀୟ ଦୂରସଞ୍ଚାର ନିୟାମକ(ଟ୍ରାଇ) । ମୋବାଇଲ ନମ୍ବର ପୋର୍ଟିଙ୍ଗକୁ ନେଇ ଏକ ବଡ଼ ପରିବର୍ତ୍ତନ ଘୋଷଣା କରାଯାଇଛି । ନୂଆ ନିୟମ ଅନୁସାରେ, ଯଦି ଆପଣଙ୍କ ସିମ୍ ଚୋରି ହୋଇଯାଏ ବା ଖରାପ ହୋଇଯାଏ ଏବଂ ଆପଣ ଏକ ନୂଆ ସିମ୍ କିଣୁଛନ୍ତି, ତେବେ ଆଗାମୀ ୭ ଦିନ ପର୍ଯ୍ୟନ୍ତ ଏହାକୁ ଅନ୍ୟ କୌଣସି କମ୍ପାନୀକୁ ଏହାକୁ ଟ୍ରାନ୍ସଫର କରିପାରିବେ ନାହିଁ ।

ଟ୍ରାଇର ଏହି ନିୂଆ ନିୟମ ଆସନ୍ତା ଜୁଲାଇ ୧ ତାରିଖରୁ ଲାଗୁ କରାଯିବ । ଟେଲିକମ୍ ବିଭାଗର ପରାମର୍ଶ ଏବଂ ବିଭିନ୍ନ କମ୍ପାନୀ ସହ ଆଲୋଚନା ପରେ ଏହି ନୂଆ ନିୟମ ପ୍ରସ୍ତୁତ କରାଯାଇଥିବା କହିଛି ଟ୍ରାଇ । ତେବେ ଏହି ନିୟମ ପରିବର୍ତ୍ତନ କରିବାରକାରଣ ମଧ୍ୟ ଦର୍ଶାଇଛି ଟ୍ରାଇ । ଫର୍ଜି ସିମ୍ ସ୍ୱାପ୍ ବା ଠକାମୀ ପାଇଁ ସିମ୍ ବଦଳାଇବା ସହ ସମ୍ପର୍କିତ ମୋବାଇଲ ନମ୍ବର ପୋର୍ଟ କରିବା ପାଇଁ ହେଉଥିବା ପ୍ରୟାସକୁ ରୋକିପାରିବ । ଏହାବ୍ୟତୀତ ସୁରକ୍ଷା ପାଇଁ ଆହୁରି ଏକ ନିୟମ ପରିବର୍ତ୍ତନ ହୋଇଥିବା ଟ୍ରାଇ ସୂଚନା ଦେଇଛି । ଏଣିକି ଟେଲିକମ୍ କକମ୍ପାନୀ ସିମ ପରିବର୍ତ୍ତନ କିମ୍ବା ନୂଆ ସିମ୍ କିଣିବାର ୭ ଦିନ ପୂର୍ବରୁ ‘ୟୁନିକ ପୋର୍ଟିଙ୍ଗ କୋଡ’ ଜାରି କରିପାରିବେ ନାହିଁ । ମୋବାଇଲ ନମ୍ବା ପୋର୍ଟ କରିବା ପାଇଁ ୟୁପିସି ହେଉଛି ସର୍ବପ୍ରଥମ ପର୍ଯ୍ୟାୟ ।

ତେବେ ପୁରୁଣା ପୋର୍ଟିଙ୍ଗ ନିୟମରେ କିପରି ଠକାମୀ ହେଉଥିଲା, ସେ ନେଇ ଟ୍ରାଇ କୌଣସି ସୂଚନା ଦେଇନାହିଁ । କିନ୍ତୁ ଅଧିକାଂଶ ସିମ୍ ସ୍ୱାପ ଠକାମୀ ମୋବାଇଲ ନମ୍ବରକରୁ ଅନ୍ୟ କମ୍ପାନୀକୁ ପରିବର୍ତ୍ତନ କରିବା କିମ୍ବା ନୂଆ ସିମ୍ କିଣିବା ସମୟରେ ହୋଇଥାଏ । ୟୁଜର ଯଦି ନିଜ ମୋବାଇଲ କମ୍ପାନୀର ସର୍ଭିସକୁ ନେଇ ଅସନ୍ତୁଷ୍ଟ ୟୁଜର ନିଜ ନମ୍ବରକୁ ଅନ୍ୟ ଏକ କମ୍ପାନୀକୁ ପରିବର୍ତ୍ତନ କରିପାରିବେ । କିନ୍ତୁ ଲୋକ ଏହି ସର୍ଭିସର ଖୁବ ଫାଇଦା ଉଠାଉଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.