ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପରାଜୟ ପରେ ନିରାଶା ଜାହିର କରିଛନ୍ତି ଭାରତୀୟ ଫ୍ୟାନ୍ସ । ସିରିଜରେ ରୋହିତ ଏବଂ ବିରାଟ କୋହଲିଙ୍କ ପ୍ରଦର୍ଶନକୁ ନେଇ ମଧ୍ୟ ନାଖୁସ ଅଛନ୍ତି ପ୍ରଶଂସକ । ତେଣୁ ସୋସିଆଲ ମିଡିଆରେ ଉଭୟ ଖେଳାଳିଙ୍କ ଅବସର ପାଇଁ ଦାବି କରୁଛନ୍ତି ଆଲୋଚକ । ଏହା ଭିତରେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର । କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେବା ପାଇଁ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି ଭାରତୀୟ ଖେଳାଳି ।
ନିଜ ସୋସିଆଲ ମିଡିଆ(ଏକ୍ସ) ହ୍ୟାଣ୍ଡଲରେ ଏକ ପୋଷ୍ଟ କରି ଅବସର ଘୋଷଣା କରିଛନ୍ତି ଭାରତର ଷ୍ଟାର ୱିକେଟ କିପର ରିଦ୍ଧିମାନ ସାହା । କ୍ରିକେଟର ସମସ୍ତ ଫର୍ମାଟରୁ ବିଦାୟ ନେବା ପାଇଁ ସେ ଟ୍ୱିଟରରେ ସୂଚନା ଦେଇଛନ୍ତି । ବିଳମ୍ବିତ ରାତିରେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ସେ ଅବସର ସମ୍ପର୍କରେ ସୂଚନା ଦେଇଛନ୍ତି ରିଦ୍ଧିମାନ ସାହା । ଆସନ୍ତା ରଣଜୀ ଟ୍ରଫି ସିଜନ ପରେ ସେ କ୍ରିକେଟରୁ ବିଦାୟ ନେବେ ବୋଲି ଘୋଷଣା କରିଛନ୍ତି । ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ, “କ୍ରିକେଟରେ ଏକ ସ୍ମରଣୀୟ ଯାତ୍ରା ପରେ, ଏହି ସିଜନ(ଣରଜୀ ଟ୍ରଫି) ମୋର ଶେଷ ସିଜନ ହେବ । ଅବସର ନେବା ପୂର୍ବରୁ କେବଳ ରଣଜୀ ଟ୍ରଫି ଖେଳୁଥିବା ବେଳେ ପଶ୍ଚିମବଙ୍ଗର ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଁ ମୁଁ ଗୌରବାନ୍ୱିତ ମନେ କରୁଛି । ଆସନ୍ତୁ ଏହି ସିଜନକୁ ସ୍ମରଣୀୟ କରିବା”
After a cherished journey in cricket, this season will be my last. I’m honored to represent Bengal one final time, playing only in the Ranji Trophy before I retire. Let’s make this season one to remember! pic.twitter.com/sGElgZuqfP
— Wriddhiman Saha (@Wriddhipops) November 3, 2024
ଟିମ ଇଣ୍ଡିଆ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଟେଷ୍ଟ କ୍ରିକେଟରେ ସାମିଲ ରହିଥିଲେ ରିଦ୍ଧିମାନ ସାହା । ଟେଷ୍ଟ କ୍ରିକେଟରୁ ପୂର୍ବ ଅଧିନାୟକ ଏମ.ଏସ ଧୋନୀଙ୍କ ଅବସର ପରେ ସାହା ଦଳରେ ୱିକେଟ କିପର ଭୂମିକା ତୁଲାଇଥିଲେ । ଦମଦାର ବ୍ୟାଟିଂ ସହ ୱିକେଟ କିପିଙ୍ଗ ପାଇଁ ଦଳରେ ସେ ଅନେକ ଦିନ ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଥିଲେ । ତେବେ ପରେ ଯୁବ ଖେଳାଳିଙ୍କ ଫିଟନେସ ଏବଂ ସାହାଙ୍କ ଖରାପ ଫର୍ମ ଯୋଗୁଁ ତାଙ୍କୁ ଦଳରେ ସୁଯୋଗ ମିଳି ପାରି ନଥିଲା । ତେବେ ଘରୋଇ କ୍ରିକେଟରେ ସେ ଆକ୍ଟିଭ ଥିବା ବେଳେ ବର୍ତ୍ତମାନ ସମସ୍ତ କ୍ରିକେଟ ଫର୍ମାଟରୁ ବିଦାୟ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
ଟେଷ୍ଟ କ୍ରିକେଟରେ ୪୦ଟି ମ୍ୟାଚରୁ୨୯.୪୧ ହାରରେ ୧୩୫୩ ରନ୍ କରିଥିଲେ ସାହା । ଏଥିରେ ୩ଟି ଶତକ ଏବଂ ୬ଟି ଅର୍ଦ୍ଧଶତକ ସାମିଲ ରହିଛି । ତେବେ ଭାରତର ସୀମିତ ଓଭର କ୍ରିକେଟରେ ସେ ବିଶେଷ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ଭାରତ ପାଇଁ ମାତ୍ର ୯ଟି ଦିନିକିଆ ଖେଳିଥିବା ବେଳେ ସେ ୫ଟି ଇନିଂସରୁ ମାତ୍ର ୪୧ ରନ୍ କରିଥିଲେ । ତେବେ ଆଇପିଏଲରେ ତାଙ୍କର ପ୍ରଦର୍ଶନ ଖୁବ ସୁନ୍ଦର ରହିଛି । ୫ଟି ଫ୍ରାଞ୍ଚାଇଜି ପକ୍ଷରୁ ଖେଳି ୧୭୦ ଟି ମ୍ୟାଚରେ ୨୯୩୪ ରନ୍ କରିଛନ୍ତି । ଗତ ସିଜନରେ ସେ ଗୁଜରାଟ ଟାଇଟନ୍ସ ଦଳରେ ସାମିଲ ରହିଥିଲେ ।