fbpx

ଦିନିକଆ ବିଶ୍ୱକପ ପୂର୍ବରୁ କ୍ରିକେଟରୁ ବିଦାୟ ନେଲେ ଷ୍ଟାର ପ୍ଲେୟର: ୩୩ ବର୍ଷ ବୟସରେ ସନ୍ନ୍ୟାସ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପକୁ ଆଉ ମାତ୍ର ୩ ମାସରମ୍ବି କମ୍ ସମୟ ବାକି ରହିଛି । ତେବେ ଏହା ମଧ୍ୟରେ ଜଣେ ଷ୍ଟାର ଖେଳାଳି ଅଚାନକ କ୍ରିକେଟ ଜଗତରୁ ସନ୍ନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି । ସୋସିଆଲ ମିଡିଆରେ ଏକ ଇମୋସନାଲ ପୋଷ୍ଟ କରି ଅବସର ଉପରେ ଘୋଷଣା କରିଛନ୍ତି ଏହି ଷ୍ଟାର ପ୍ଲେୟର । ନେସନାଲ କ୍ରିକେଟ ଟିମରେ ସ୍ଥାନ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇ ସେ ହଠାତ୍ କ୍ରିକେଟ ଜଗତରୁ ବିଦାୟ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଏହି ଷ୍ଟାର ଖେଳାଳିଙ୍କ ବିନା ଦିନିକିଆ ବିଶ୍ୱକପ ଖେଳିବ ଶ୍ରୀଲଙ୍କା ।

ଶ୍ରୀଲଙ୍କା କ୍ରିକେଟ ଦଳର ଭେଟେରାନ କ୍ରିକେଟର ଲାହିରୁ ଥିରିମାନେ ଆଜି ଏକ ସୋସିଆଲ ମିଡିଆ ପୋଷ୍ଟକରି ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି । ଦୀର୍ଘ ଦିନ ପର୍ଯ୍ୟନ୍ତ ଦଳରୀୁ ବାଦ୍ ପଡ଼ିବା ପରେ ଏବେ ସେ କ୍ରିକେଟକୁ ଅଲବିଦା କହିଛନ୍ତି । ୨୦୧୦ରେ ଡେବ୍ୟୁ କରିଥିବା ଲାହିରୁ ଥିରିମାନେ ଗତବର୍ଷ(୨୦୨୨)ରେ ନିଜର ଶେଷ ମ୍ୟାଚ (ଟେଷ୍ଟ)ଖେଳିଥିଲେ । ଏହାପରେ ଦଳରେ ସେ କୌଣସି ମ୍ୟାଚ ଖେଳିବାର ସୁଯୋଗ ପାଇନାହାନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଇମୋସନାଲ ପୋଷ୍ଟ କରି ସେ ଲେଖିଛନ୍ତି ଯେ, ଦେଶର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବା ଏକ ସମ୍ମାନର ବିଷୟ । ୧୩ ବର୍ଷର ଏହି କ୍ରିକେଟ ଯାତ୍ରାରେ ମୋତେ ଖୁବ ଭଲପାଇବା ମିଳିଛି । ଏଥିପାଇଁ ଆପଣ ମାନଙ୍କୁ ବହୁତ ବହୁତ ଧନ୍ୟବାଦ୍ । ଆଗକୁ ଏକ ଅନ୍ୟ ପର୍ଯ୍ୟାୟରେ ଭେଟ ହେବ ବୋଲି କହି କ୍ରିକେଟରୁ ବିଦାୟର ଘୋଷଣା କରିଛନ୍ତି ଥିରିମାନେ ।

 

View this post on Instagram

 

A post shared by Lahiru Thirimanna (@thiri66)

ଷ୍ଟାର କ୍ରିକେଟରଙ୍କ ଏହି ପୋଷ୍ଟରେ ଅନେକ ଫ୍ୟାନ୍ସ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି । କେଂହି କେହି ତାଙ୍କୁ ମିସ୍ କରିବା କଥା କହିଛନ୍ତି ତ କିଛି ଫ୍ୟାନ୍ସ ତାଙ୍କୁ ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ନିଜ ଇଣ୍ଟରନେସନାଲ କ୍ରିକେଟରେ ସେ ମୋଟ ୧୯୭ଟି ମ୍ୟାଚ ଖେଳିଛନ୍ତି । ୪୪ ଟେଷ୍ଟ ମ୍ୟାଚରୁ ୩ ଶତକ ଏବଂ ୧୦ ଅର୍ଦ୍ଧଶତକ ସହ ୨୦୮୮ ରନ୍ ସଂଗ୍ରହ କରିଥିବା ବେଳେ ଲାହିରୁ ଥିରିମାନେଙ୍କ ସର୍ବଶ୍ରେଷ୍ଠ ସ୍କୋର ରହିଛି ୧୫୫ । ସେହିପରି ୧୨୭ ଦିନିକିଆ ମ୍ୟାଚରେ ୪ ଶତକ ଏବଂ ୨୧ ଅର୍ଦ୍ଧଶତକ ସହିତ ୩୧୯୪ ରନ୍ କରିଛନ୍ତି । ତେବେ ଦଳ ପାଇଁ ୨୬ଟି ଟି-୨୦ ମ୍ୟାଚ ଖେଳି ୨୯୧ ରନ୍ କରିଛନ୍ତି ଲାହିରୁ ଥିରିମାନେ ।

Get real time updates directly on you device, subscribe now.