fbpx
BSKY SKY
BSKY SKY

Asia Cup-2023ରୁ ବାଦ୍ ପଡ଼ିଲେ ଏହି ଷ୍ଟାର ପ୍ଲେୟର: ଫାଇନାଲ ପୂର୍ବରୁ ଦଳକୁ ଲାଗିଲା ଶକ୍ତ ଝଟକା

BSKY

ନୂଆଦିଲ୍ଲୀ: ପାକିସ୍ତାନ ପରେ ଶ୍ରୀଲଙ୍କାକୁ ମାତ୍ ଦେଇ ଏସିଆ କପ୍ ଫାଇନାଲରେ ପ୍ରବେଶ କରିସାରିଛି ଟିମ ଇଣ୍ଡିଆ । ସେପଟେ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଫାଇନାଲ ଟିକେଟ ପାଇବା ପାଇଁ ଯୁଦ୍ଧ ଆରମ୍ଭ ହୋଇଛି । ତେବେ ଫାଇନାଲ ପାଇଁ ସମସ୍ତ ଦଳ ପ୍ରସ୍ତୁତ ହେଉଥିବା ବିଜୟ ପାଇଁ ରଣନୀତି କରୁଛି ଉଭୟ ଦଳ । କିନ୍ତୁ ଏହା ପୂର୍ବରୁ ପାକିସ୍ତାନ ଦଳକୁ ଲାଗିଛି ଏକ ଶକ୍ତ ଝଟକା । ଭାରତ ବିପକ୍ଷ ମ୍ୟାଚରେ ଆହତ ହୋଇ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି ଷ୍ଟାର ବୋଲର ନସୀମ ଶାହ ।

ପାକିସ୍ତାନୀ ଟିମ୍ ଏସିଆ କପ୍ ର ଫାଇନାଲରେ ପ୍ରବେଶ କରିବା ପାଇଁ ଅଣ୍ଟା ଭିଡୁଥିବା ବେଳେ ଦଳ ପାଇଁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦଳର ପ୍ରମୁଖ ଫାଷ୍ଟ ବୋଲର ନସୀମ ଶାହ ଆହତ ସମସ୍ୟା ଯୋଗୁଁ ଦଳରୁ ବାଦ୍ ପଡ଼ିଛନ୍ତି । କାନ୍ଧରେ ଆଘାତ ଲାଗିବା ପରେ ସମ୍ପୂର୍ଣ୍ଣ ଏସିଆ କପ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି ନସୀମ । ସୁପର-୪ ଷ୍ଟେଜର ଭାରତ ବିପକ୍ଷ ମ୍ୟାଚରେ ଚୌକା ରୋକିବାକୁ ଯାଇ ନସୀମ କାନ୍ଧରେ ଆଘାତ ପାଇଥିଲେ । ତେବେ ଆହତ ହୋଇ ପଡ଼ିଆରୁ ବାହାରି ଯିବା ପରେ ନିଜ କୋଟାର ସମ୍ପୂର୍ଣ୍ଣ ଓଭର ବୋଲିଂ କରି ନଥିଲେ ନସୀମ । ଏପରିକି ଏହାପରେ ସେ ବ୍ୟାଟିଂ କରିବା ପାଇଁ ମଧ୍ୟ ଆସି ନଥିଲେ । ତେବେ ବର୍ତ୍ତମାନ ସେ ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟରୁ ହିଁ ବାଦ୍ ପଡ଼ିଛନ୍ତି । ଏହାପରେ ନସୀମଙ୍କ ସ୍ଥାନରେ ଜମାନ ଖାନଙ୍କୁ ବିକଳ୍ପ ଖେଳାଳି ଭାବରେ ଦଳରେ ସାମିଲ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ ।

Get real time updates directly on you device, subscribe now.