fbpx
BSKY
BJD MC SKY
BJD YOUTH SKY

ଏହି ସଙ୍କେତ ମିଳିଲେ ହୋଇଯାଅ ସାବଧାନ ! ଶରୀରରେ ହୋଇପାରେ ଥାଇରଏଡ ସମସ୍ୟା

ଆଜିକାଲି ଥାଇରଏଡ ଗୋଟିଏ ବଡ଼ ସମସ୍ୟା ଭାବରେ ଦେଖାଦେଇଛି । ଶରୀରରେ ଥାଇରଏଡ ହର୍ମୋନ ବୃଦ୍ଧି ହେବା ଦ୍ୱାରା ଶରୀରରେ ଅନେକ ଅଂଶରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଯାହାକୁ ଆମେ ଅଣଦେଖା କରିବା ଉଚିତ ନୁହେଁ । ଆସନ୍ତୁ ଜାଣିବା ଥାଇରଏଡ ସମସ୍ୟା ବଢିବା ଦ୍ୱାରା କଣ ସବୁ ସମସ୍ୟା ହୋଇଥାଏ ।

– ଥାଇରଏଡ ସମସ୍ୟା ବଢିବା ଦ୍ୱାରା ସର୍ବ ପ୍ରଥମେ ବେକରେ ଯନ୍ତ୍ରଣା ବୃଦ୍ଧି ହୋଇଥାଏ, କାହିଁକି ନା ଥାଇରଏଡ ଗ୍ଲାଣ୍ଡ ଗଳାର ସମୁଖ ଭାବରେ ରହିଥାଏ ।

– ଥାଇରଏଡ ହର୍ମୋନ ଇମ୍ବlଲାନ୍ସ ହେବା ଦ୍ୱାରା ଏହି ଯନ୍ତ୍ରଣା ଧୀରେ ଧୀରେ କାନ ପର୍ଯ୍ୟନ୍ତ ପହଂଚିଥାଏ । ଏପରି ସ୍ଥିତି ଯଦି ଦୀର୍ଘଦିନ ରହୁଛି ତେବେ ଅଣଦେଖା କରନ୍ତୁ ନାହିଁ ।

– ଥାଇରଏଡ ରେ ଶରୀର ର ଯନ୍ତ୍ରଣା ଗଳା ରୁ ଆରମ୍ଭ ହୋଇ ଧୀରେ ଧୀରେ ରୋଗୀଙ୍କର ଗୋଡ଼ର ଗଣ୍ଠି ନିକଟରେ ଯାଇ ପହଂଚିଥାଏ । ଏବଂ ଏହି ଯନ୍ତ୍ରଣା ଖୁବ କଷ୍ଟ ଦାୟକ ହୋଇଥାଏ ।

– ଥାଇରଏଡ ରୋଗୀଙ୍କ ଯନ୍ତ୍ରଣା କେବଳ ଗଣ୍ଠି କିମ୍ବା ଗଳା ରେ ସୀମିତ ରହିନଥାଏ , ବରଂ ଏହା ମାଂସପେଶୀ କୁ ବ୍ୟାପି ଯାଇଥାଏ ଓ ଖୁବ ଯନ୍ତ୍ରଣା ଦାୟକ ହୋଇଥାଏ ।

– ଥାଇରଏଡ ହର୍ମୋନ ଶରୀରରେ ବଢିବା ଦ୍ୱାରା ପାଦ ତଳରେ ମଧ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ, ଯାହାକି ଚାଲିବା ପାଇଁ ଖୁବ କଷ୍ଟ ଦାୟକ ଅଟେ ।

– କେଶ ଝଡ଼ିବା ଥାଇରଏଡ ସହିତ ଜଡିତ ଗୋଟିଏ ବଡ଼ ସମସ୍ୟା ଅଟେ, ତ୍ୱଚା ରେ କଳା ଦାଗ ସମସ୍ୟା ମଧ୍ୟ ଦେଖା ଯାଇଥାଏ ଆଖି ସବୁବେଳେ ଫୁଲା ରହିଥାଏ ।

– ଥାଇରଏଡ ସମସ୍ୟା ଶରୀରରେ ଦେଖାଗଲେ ଅଚାନକ ଭାବରେ ଓଜନ ବୃଦ୍ଧି ହୋଇଥାଏ , ଯାହାକୁ ଅଣଦେଖା କରନ୍ତୁ ନାହିଁ ।

 

Get real time updates directly on you device, subscribe now.