ପ୍ରବାସୀ ଭାରତୀୟ ଦିବସ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା, ଲୋକଙ୍କ ଘରେ ରହିପାରିବେ ଅତିଥି

ଭୁବନେଶ୍ବର: ଏଥର ପ୍ରବାସୀଙ୍କ ପାଇଁ ହୋମ୍ ଷ୍ଟେ ବ୍ୟବସ୍ଥା । ଅତିଥିଙ୍କ ଘରେ ରହିବେ ପ୍ରବାସୀ । ସୁରକ୍ଷାଠୁ ନେଇ ରହିବା, ବୁଲିବା ସବୁ ଦାୟିତ୍ବ ପର୍ଯ୍ୟଟନ ବିଭାଗ ନେବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସୂଚନା ଦେଇଛନ୍ତି । ଏଥର  ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜନ ହେବାକୁ ଥିବା ବେଳେ ଯେତେ ପ୍ରବାସୀ ପଞ୍ଜିକରଣ କରିବେ ସମସ୍ତଙ୍କ ପାଇଁ ରହିବାର ବ୍ୟବସ୍ଥା କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ଆଗାମୀ ଜାନୁଆରୀ ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଭୁବନେଶ୍ୱର ଜନତା ମଇଦାନରେ ଅନୁଷ୍ଠିତ ହେବ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ ।

ଏନେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି , ଆମ ଦେଶରେ ଯେଉଁ ଏନଆରଆଇମାନେ ବାହାରେ ରୁହନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବର୍ଷ ଡାକିଥାନ୍ତି । ଆମର ସୌଭାଗ୍ୟ ଯେ ଏଥର ପ୍ରବାସୀ ଦିବସ ଭୁବନେଶ୍ବରରେ ଆୟୋଜିତ ହେବ । ନୂଆ ବର୍ଷ ନୂଆ ଉଦ୍ଦିପନା ଦେବ । ପ୍ରବାସରୀ ଭାରତୀୟଙ୍କୁ ଅତିଥି ଦେବ ଭବ ଭାବେ ସ୍ବାଗତ କରିବେ ଓଡିଶାବାସୀ । ଏହା ଦ୍ବାରା ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ଘଟିବା ନେଇ ଆଶା କରାଯାଉଛି ।