ଏଥର ଆଉ ମାଗଣାରେ ନେଇପାରିବେନି IPLର ମଜା, ଦେବାକୁ ପଡିବ ଏତିକି ଟଙ୍କା
ଆଇପିଏଲ ୨୦୨୫ର ଆରମ୍ଭ ଶନିବାର ଦିନ ହେଉଛି । ଏହି ମ୍ୟାଚକୁ ଆପଣ ଆଉ ମାଗଣାରେ ଦେଖିପାରିବେନି, ଜାଣନ୍ତୁ କେମିତି
ନୂଆଦିଲ୍ଲୀ: ଆଇପିଏଲ ୨୦୨୫ର ଆରମ୍ଭ ଶନିବାର ଅର୍ଥାତ ୨୨ ମାର୍ଚ୍ଚରେ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟର ଆରମ୍ଭ କୋଲକାତା ନାଇଟ ରାଇଡର୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ମଧ୍ୟରେ ହେବ ।
ଏହି ମ୍ୟାଚ ଭାରତୀୟ ସମୟାନୁସାରେ, ସାଢେ ୭ଟାରେ ଆରମ୍ଭ ହେବ । ହେଲେ ଓପନିଂ ସେରିମନି ପାଇଁ ମ୍ୟାଚର ଆରମ୍ଭ ଟିକିଏ ବିଳମ୍ବ ହୋଇପାରେ ।
ଭାରତୀୟ ଫ୍ୟାନ୍ସ ଏଥର ଆଇପିଏଲର ମଜା ମାଗଣା ଉଠାଇପାରିବେ ନାହିଁ । ଆଇପିଏଲ ଦେଖିବା ଲାଗି ସେମାନଙ୍କୁ ପେମେଣ୍ଟ କରିବାକୁ ପଡିବ ।
ଗତ ଦୁଇ ବର୍ଷ ଫ୍ୟାନ୍ସ ଏହି ଲିଗର ମଜା ଜିଓ ସିନେମାରେ ପୂରା ମାଗଣାରେ ଉଠାଇଥିଲେ । କିନ୍ତୁ ଚଳିତ ବର୍ଷ ଏପରି ଆଉ ହୋଇପାରିବନି ।
କେମିତି ଦେଖିବେ ମ୍ୟାଚ: ଭାରତୀୟ ଫ୍ୟାନ୍ସ KKR vs RCB IPL 2025ର ପ୍ରଥମ ମ୍ୟାଚ ଟିଭିରେ ଷ୍ଟାର ସ୍ପୋର୍ଟସ ୧୮ର ବିଭିନ୍ନ ଚ୍ୟାନେଲରେ ଦେଖିପାରିବେ ।
କେତେ ଟଙ୍କା ରିଚାର୍ଜ କରିବେ: ଆଇପିଏଲ ୨୦୨୫ର ପ୍ରଥମ ମ୍ୟାଚର ଲାଇଭ ଷ୍ଟ୍ରିମିଙ୍ଗ ଜିଓହଟଷ୍ଟାରରେ ହେବ । କିନ୍ତୁ ଏଥର ଏହି ଷ୍ଟ୍ରିମିଂ ମାଗଣାରେ ହେବ ନାହିଁ ।
ଫ୍ୟାନ୍ସଙ୍କୁ ଅନଲାଇନ ମ୍ୟାଚର ମଜା ଉଠାଇବା ଲାଗି ସବସ୍କ୍ରିପ୍ସନ କିଣିବାକୁ ପଡିବ । ଏହା ବ୍ୟତୀତ ଜିଓ ୧୦୦ ଟଙ୍କାର ପ୍ଲାନ ମଧ୍ୟ ବାହାର କରିଛି । ଏଥିରେ ୟୁଜର୍ସଙ୍କୁ ତିନି ମାସର ଜିଓହଟଷ୍ଟାରର ସବସ୍କ୍ରିପ୍ସନ ମିଳିବ ।