fbpx
BJD SKY
BJD SKY

ଏମିତି କିଛି ଥିଲା ପିଣ୍ଟୁଙ୍କ ଶେଷ ଇଚ୍ଛା: ଯେଉଁ ସ୍ପପ୍ନ ତାଙ୍କର ସ୍ୱପ୍ନ ହୋଇ ରହିଗଲା

BJD

ଭୁବନେଶ୍ୱର: ଝୁରୁଛି ଓଲିଉଡ ଜଗତ । ଝୁରୁଛି ଓଡିଶାର ଅଗଣିତ ଦର୍ଶକ ଆଉ ଝୁରୁଛନ୍ତି ପରିବାର, ପ୍ରିୟଜନ । କାରଣ ତାଙ୍କ ପ୍ରିୟ କଳାକାର ପିଣ୍ଟୁ ନନ୍ଦ ଆଉ ନାହାଁନ୍ତି । ମାତ୍ର ୪୭ ବର୍ଷ ବୟସରେ ପିଣ୍ଟୁଙ୍କର ହୋଇଛି ପରଲୋକ । ବୁଧବାର ରାତି ୧୧ଟା ୨୫ ମିନିଟରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଆଖି ବୁଜିଛନ୍ତି ଓଲିଉଡର ଉଜ୍ଜ୍ୱଳ ତାରକା ପିଣ୍ଟୁ ନନ୍ଦ । ଆଉ ତାଙ୍କ ବିୟୋଗ ପୁରା ଓଲିଉଡ ଇଣ୍ଡଷ୍ଟ୍ରୀକୁ ଶୋକରେ ଭସାଇ ଦେଇଛି । କାରଣ ଅସମୟରେ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ପିଣ୍ଟୁ । ତାଙ୍କ ପାଇଁ ସମସ୍ତଙ୍କ ଆଖିରୁ ଝରୁଛି ଲୁହ । ମୃତ୍ୟୁ ପୂର୍ବରୁ ପିଣ୍ଟୁ ନନ୍ଦଙ୍କର ଏକ ଶେଷ ଇଚ୍ଛା ଥିଲା । ଯାହାକୁ ସୁସ୍ଥ ହୋଇ ଫେରିବା ପରେ ପୂରଣ କରିବେ ବୋଲି ଭାବିଥିଲେ ପିଣ୍ଟୁ । କିନ୍ତୁ ଏହି ସ୍ୱପ୍ନ ଆଜି ସ୍ୱପ୍ନରେ ରହିଯାଇଛି । କାରଣ ଆଉ କେବେ ଫେରିବେ ନାହିଁ ସମସ୍ତଙ୍କ ପ୍ରିୟର ପିଣ୍ଟୁ ।

ତେବେ ପିଣ୍ଟୁଙ୍କ ଶେଷ ଇଚ୍ଛା କଣ ଥିଲା ଜାଣିଛନ୍ତି କି? ତେବେ ଆସନ୍ତୁ ଜାଣିବା ପିଣ୍ଟୁଙ୍କର ଶେଷ ଇଛା କଣ ଥିଲା । ତେବେ ଦର୍ଶକ ବନ୍ଧୁ ଆପଣ ତ ଜାଣିଥିବେ । ପିଣ୍ଟୁ ନନ୍ଦଙ୍କ ଦୁଇଟି ପୁଅ ଅଛନ୍ତି । ଯେଉଁମାନଙ୍କୁ କି ସେ ଖୁବ ଭଲ ପାଉଥିଲେ । ତେବେ ସେ ସୁସ୍ଥ ହୋଇ ଫେରିଲା ପରେ ତାଙ୍କ ପତ୍ନୀ ଏବଂ ଦୁଇ ପୁଅଙ୍କ ସହ ଖୁସିରେ ରହିବାକୁ ଚାହୁଁଥିଲେ । ଏପରିକି ତାଙ୍କ ସାନ ପୁଅକୁ ଖୁବ ମିସ୍ କରୁଥିବାର ମଧ୍ୟ ପିଣ୍ଟୁ କହିଥିଲେ । ଯାହାକି ତାଙ୍କ ମୃତ୍ୟୁ ପରେ ଏହି ଶେଷ ଇଛା ଇଛାରେ ହିଁ ରହିଗଲା । ତେବେ ପିଣ୍ଟୁ ନନ୍ଦ ୨ ମାସ ହେଲା ଲିଭର ସିରୋସିସ ରୋଗରେ ପୀଡିତ ହୋଇ ଚିକିତ୍ସାଧୀନ ଥିଲେ । ପ୍ରଥମେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏଠାରେ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଥିଲେ । ବିଳମ୍ବ ହେଲେ ତାଙ୍କ ପାଇଁ ଘାତକ ସାଜିବ ବୋଲି ମଧ୍ୟ କହିଥିଲେ ଡାକ୍ତର । ଏହା ପରେ ଫେବୃଆରୀ ୭ ତାରିଖରେ ତାଙ୍କୁ ଦିଲ୍ଲୀ ନିଆଯାଇଥିଲା । କିନ୍ତୁ ସେଠାରେ ମଧ୍ୟ ଡୋନର ନ ମିଳିବାରୁ ତାଙ୍କୁ ହାଇଦ୍ରାବାଦ ଅଣାଯାଇଥିଲା । ସେଠାରେ ଚିକିଦତ୍ସାଧୀନ ଅବସ୍ଥାରେ ପିଣ୍ଟୁଙ୍କର ଦେହାନ୍ତ ହୋଇଛି ।

Get real time updates directly on you device, subscribe now.