fbpx

ଭାରତର ବିଭିନ୍ନ ସହରରେ ସଂକ୍ରମଣ ହୋଇ ଭୟଙ୍କର ଭାବେ ବ୍ୟାପୁଛି ଥଣ୍ଡା; ଜାଣନ୍ତୁ ଲକ୍ଷଣ ଏବଂ ପ୍ରତିକାର

ନୂଆଦିଲ୍ଲୀ: ଭାରତରେ ଏବେ ଶୀତ ଋତୁ ବିଦାୟ ନେଉଥିବା ବେଳେ ଗ୍ରୀଷ୍ମ ଋତୁ ପ୍ରବେଶ କରୁଛି। ଏହି ସମୟରେ ଦେଶରେ ଅନେକ ସ୍ଥାନରେ ଲୋକମାନେ ଭୟଙ୍କର ଥଣ୍ଡା,ଜ୍ୱରରେ ପିଡ଼ିତ ହେଉଥିବା ବେଳେ ଏଥିରୁ ଅନ୍ୟମାନେ ସଂକ୍ରମିତ ହେଉଥିବା ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ, ବତ୍ତମାନ ଏହି ପ୍ରକାର ଥଣ୍ଡା ଜ୍ୱରରେ ପଡୁଥିବା ଲୋକମାନେ ଏଥିରେ ଅନେକ ଦିନ ପର୍ଯ୍ୟନ୍ତ ଗୁରୁତର ଭାବରେ ଅସୁସ୍ଥ ରହୁଛନ୍ତି। ତେବେ ଏହି ପ୍ରକାର ଥଣ୍ଡା କିମ୍ବା ଜ୍ୱରରେ ପଡୁଥିବା ଲୋକମାନଙ୍କର କରୋନା ପରୀକ୍ଷାରେ ମଧ୍ୟ ନେଗେଟିଭ୍ ରିପୋର୍ଟ ଆସୁଛି।

ସଂକ୍ରାମଣ ହୋଇ ଥଣ୍ଡା ହେବାର କାରଣ କ’ଣ? ଡାକ୍ତରଙ୍କ ଅନୁଯାୟୀ ଥଣ୍ଡା ମୁଖ୍ୟ କାରଣ ହେଉଛି:

୧.ଥଣ୍ଡା ପାଗ ।
୨.ଭାଇରାଲ ସଂକ୍ରାମଣ ବଢିବା ।
୩.ପରିବେଶ ପ୍ରଦୁଷଣ ।

ଏସବୁ ଭିତରେ ଏକ ଭଲ ଖବର ହେଉଛି, ଦେଖିବାକୁ ମିଳୁଛି ଯେ, କୋଣସି ରୋଗୀ କୋଭିଡ -୧୯ ସଂକ୍ରମଣ ହୋଇ ନାହାନ୍ତି ଏବଂ ଅଧିକାଂଶ ବୟସ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସାଧାରଣ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି।

ଡାକ୍ତରମାନେ କହିଛନ୍ତି ଯେ ଏହି ଥଣ୍ଡା ହେଉଥିବା ଭାଇରସ ଆସୁଥିବା ସାଧାରଣ ଅବସ୍ଥା ହେଉଛି:

୧. ଛାତି ଯନ୍ତ୍ରଣା ।
୨. ଆଟିପିକାଲ ନିମୋନିଆ ।
୩. ଶ୍ୱସକ୍ରିୟାରେ ଅସୁବିଧା ଏବଂ ରକ୍ତହାର ହ୍ରାସ ପାଇବା ।
୪. ରକ୍ତରେ ଅମ୍ଳଜାନର ମାତ୍ରା କମ୍ ହେବା ।

‘ଉପର ଏବଂ ନିମ୍ନ ଶ୍ୱାସକ୍ରିୟା ରୋଗର ଅନେକ ମାମଲା ଓପିଡି ଏବଂ ଡାକ୍ତରଖାନାକୁ ଆସୁଛି । ସେହିଭଳି ନିକଟରେ ଅନେକ ଶିଶୁଙ୍କ ମଧ୍ୟରେ ଏହି ପ୍ରକାର ସଂକ୍ରମଣ ହଠାତ୍ ବୃଦ୍ଧି ପାଇଛି । ଜ୍ୱର, ଥଣ୍ଡା ଦୀର୍ଘସ୍ଥାୟୀ କାଶ ହେଉଛି କେତେକ ମୁଖ୍ୟ ଲକ୍ଷଣ । ପ୍ରାୟତଃ ଦୀର୍ଘସ୍ଥାୟୀ ଚିକିତ୍ସା ଆବଶ୍ୟକ ହୁଏ ଏବଂ ମାନକ ଚିକିତ୍ସା ବ୍ୟବସ୍ଥାର ଖରାପ ପ୍ରତିକ୍ରିୟା ହୁଏ । ତାପମାତ୍ରାର ପରିବର୍ତ୍ତନ ଏବଂ ପ୍ରଦୂଷଣ ସ୍ତର ବଢିବା ଦ୍ୱାର ରୋଗ ପ୍ରତିରୋଧକ ଶକ୍ତି ଉପରେ ଅନେକ ପ୍ରଭାବ ପଡିଥାଏ । ଦେଶରେ କରୋନା ନଥିଲେ ମଧୟ ଏପରି ପରିସ୍ଥିତିରେ ଯଥା ସମ୍ଭବ ମାସ୍କିଂ ଜାରି ରଖିବା ପରାମର୍ଶ ଦିଆଯାଇଛି । ଏହା ସହିତ ହାତକୁ ଧୋଇବା ସହିତ ସ୍ୱଚ୍ଛତା ଅନୁସରଣ କରନ୍ତୁ ଏବଂ ଏହି ଭାଇରସ ମାନଙ୍କଠାରୁ ରକ୍ଷା ପାଇବା ପାଇଁ ହାଇଡ୍ରେଟେଡ୍ ରୁହନ୍ତୁ ବୋଲି ବିଶେଷଜ୍ଞ କହିଛନ୍ତି ।

ସାମ୍ପ୍ରତିକ ଭାଇରାଲ୍ ଷ୍ଟ୍ରେନ୍ ର ଲକ୍ଷଣଗୁଡିକ କ’ଣ? ଡାକ୍ତରଙ୍କ ଅନୁଯାୟୀ, ବର୍ତ୍ତମାନର ଷ୍ଟ୍ରେନ୍ ନିମ୍ନଲିଖିତ ଲକ୍ଷଣ ସହିତ ଆସିଥାଏ:

୧.ଗଳା ଯନ୍ତ୍ରଣା
୨. ଗଳା ବସିଯିବା ।
୩.ଶ୍ୱାସକ୍ରିୟାରେ ସମସ୍ୟା ।
୪.ଜ୍ୱର ।
୫. କାଶ ।

ତେବେ ଏଥିରେ ସଂକ୍ରାମିତ ହେଉଥିବା ଲୋକମାନଙ୍କ ମଧ୍ୟରେ ଦୁର୍ବଳ ଗୋଷ୍ଠୀ ହେଉଛି ହୃଦ୍ ରୋଗ, ଆଜମା, ମଧୁମେହ, ବୃଦ୍ଧ ଏବଂ ଶିଶୁ । ତେନୁ ମୋନଙ୍କୁ ପ୍ରତିଷେଧକ ବ୍ୟବସ୍ଥା ଭାବରେ ମାସ୍କ ପିନ୍ଧିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି, ବିଶେଷତ ଏଭଳି ବିପଦରୁ ରକ୍ଷା ପାଇବା ପାଇଁ ଜନଗହଳି ପୂର୍ଣ୍ଣ ସ୍ଥାନକୁ ଯିବାବେଳେ ମାସ୍କ ପିନ୍ଧିବାକୁ ପରାମଶ ଦିଆଯାଇଛି ।

ଏହି ସଂକ୍ରମିତ ବିପଦକୁ ଦୂର କରିବା ପାଇଁ କେଉଁ ସତର୍କତା ଅବଲମ୍ବନ କରାଯିବ? ଡାକ୍ତରମାନେ ପରାମର୍ଶ ଦେଉଥିବା କେତେକ ସତର୍କତା ହେଉଛି:

୧.ଆଣ୍ଟିବାୟୋଟିକ୍ ବ୍ୟବହାରରୁ ଦୂରେଇ ରୁହନ୍ତୁ ।
୨.ପ୍ରଚୁର ପାଣି ପିଅନ୍ତୁ ।
୩.ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧନ୍ତୁ ।
୪.ସତେଜ ଖାଦ୍ୟ ଖାଆନ୍ତୁ ।

Get real time updates directly on you device, subscribe now.