fbpx

ଘର ବାଲକୋନୀରେ ଆରମ୍ଭ କରିଥିଲେ ଛତୁଚାଷ, ଏବେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା

କୋଲକାତା: ସୁଷମା ଗୁପ୍ତା ୨୦୦୫ ମସିହାରେ ମୃତ୍ୟୁଞ୍ଜୟ ନାମକ ଜଣେ ବ୍ୟକ୍ତିଙ୍କ ସହ କୋଲକାତାର ବୀକାମ ଅଞ୍ଚଳରେ ବିବାହ କରିଥିଲେ । ମୃତ୍ୟୁଞ୍ଜୟଙ୍କ ଦୁଇ ଭାଇ ପୂର୍ବରୁ ବାହାର ରାଜ୍ୟରେ କାମ କରୁଥିବା ବେଳେ ତାଙ୍କର ଆର୍ଥିକ ସଂକଟ ପାଇଁ ସେ ମଧ୍ୟ ବାହାରେ କାମ କରିବାକୁ ଚାହୁଁଥିଲେ । ଏହାରି ମଧ୍ୟରେ ତାଙ୍କ ସ୍ତ୍ରୀ ସୁଷମା ଗୁପ୍ତା ଛତୁ ଚାଷ ଆରମ୍ଭ କରିଥିଲେ । ବର୍ତ୍ତମାନ ସ୍ୱାମୀ-ସ୍ତ୍ରୀ ଘରେ ବସି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ସୁଷମାଙ୍କ କହିବା ଅନୁସାରେ, ବିବାହ ପରେ ତାଙ୍କ ସ୍ୱାମୀଙ୍କ ଭାଗରେ ପଡିଥିବା ଜମିରେ ସେ ମୌସୁମୀ ଫଳ ଏବଂ ସାଗ, ପନିବାରିବା ଚାଷ କରନ୍ତି । ୨୦୧୨ ମସିହାରେ ସେ ଛତୁ ଚାଷ ବିଷୟରେ ଶୁଣିଲେ ଏବଂ ଏହା ରେଷ୍ଟରୁରାଣ୍ଟ, ହୋଟେଲ, ବିବାହ ଉତ୍ସବରେ ଛତୁର ଡିମାଣ୍ଡ ମଧ୍ୟ ରହୁଛି । ଏହା ମଧ୍ୟରେ ସେ ଜାଣିବାକୁ ପାଇଲେ ଯେ ଓ୍ବରଙ୍ଗାବାଦ ଜିଲ୍ଲାର ସିରିସରେ କୃଷି ବିଜ୍ଞାନ କେନ୍ଦ୍ରରେ ଏହି ବିଷୟରେ ଟ୍ରେନିଂ ଦିଆଯାଉଛି । ତେଣୁ ସେ ଛତୁ ଚାଷର ଟ୍ରେନିଂ ନେଲେ ।

୨୦୧୫ ମସିହାରେ ସେ ପ୍ରଥମ ଥର ଘର ବାଲକୋନୀରେ ଛତୁ ଚାଷ ଆରମ୍ଭ କରିଥିଲେ । ବର୍ତ୍ତମାନ ସେ ପ୍ରତି ମାସରେ ୧୦ ରୁ ୨୦ ହଜାର ଟଙ୍କା ଛତୁ ଚାଷରୁ ରୋଜଗାର କରିପାରୁଛନ୍ତି । ଏହି ଟଙ୍କାରେ ସେ ପିଲାମାନଙ୍କୁ ପାଠ ପଢାଇ ପାରୁଛନ୍ତି ଏବଂ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ କରୁଛନ୍ତି । ସୁଷମା କହିଛନ୍ତି, ସେ ଛତୁ ମଞ୍ଜି ରାଜଗୀରରୁ ଅର୍ଡର କରୁଛନ୍ତି ।

କୁଟା ଏବଂ ନଡାକୁ ସେହି ଗାଁ ରୁ କିଣି ଏକ ଅନ୍ଧାର ଘରେ ପଲିଥିନ ବାନ୍ଧି ଛତୁ ଉତ୍ପାଦନ କରୁଛନ୍ତି । ଗୋଟିଏ ମାସରେ ଛତୁ ଖାଇବା ଉପଯୋଗୀ ହୋଇଯାଏ । ଏହାପରେ ସେ ବିକ୍ରି ପାଇଁ ସ୍ଥାନୀୟ ବଜାରକୁ ନେଇ ଯାଆନ୍ତି । ସୁଷମା କହିବା ଅନୁସାରେ, ବର୍ତ୍ତମାନ ଛତୁ କିଣିବା ପାଇଁ ଫାର୍ମ ହାଉସକୁ ଲୋକେ ଆସୁଛନ୍ତି । ତାଙ୍କ ପାଖେ ୩ ଡିସିମିଲ ଜମି ଅଛି । ଯେଉଁଥିରେ ଏକ ହଲ ଭଳି କରି ଛତୁ ଚାଷ କରାଯାଉଛି । ଏହା ବ୍ୟତୀତ ସେ ଅନ୍ୟ ଯାଗାରେ ଜମି କିଣିବାକୁ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ ଏହି ବ୍ୟବସାୟରେ ୫ଜଣ ସଦସ୍ୟ କାମ କରୁଛନ୍ତି ।

Get real time updates directly on you device, subscribe now.